TV ସିରିଏଲ ଅନୁପମା ରେ ନଜର ଆସୁଥିବା ଅଭିନେତ୍ରୀ Nidhi Shah ଏହି ବ୍ୟକ୍ତି ଙ୍କୁ କରିବାକୁ ଚାହାଁନ୍ତି ବିବାହ, ଯାହାଙ୍କ ନାଁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ !

ଷ୍ଟାରପ୍ଲସରେ ଅନୁପମା ସୋ ଦେଖୁଦେଖୁ ବହୁତ ଲୋକପ୍ରିୟ ହୋଇ ଗଲାଣି । ଏହା ସହିତ ଏଥିରେ କାମ କରୁଥିବା କଳାକାର ମଧ୍ୟ ଲୋକପ୍ରିୟତା ହାସଲ କରିଛନ୍ତି । ସେଥି ମଧ୍ୟରୁ ଗୋଟିଏ କଳାକାର ଅଛନ୍ତି ଯାହାର ନାଁ ନିଧି ସାହ । ଏହି ସୋ ଭିତରେ ଅନୁପମାଙ୍କ ବଡ଼ ପୁଅ ତୋଷୁର ସ୍ତ୍ରୀ ଏବଂ ଅନୁପମାଙ୍କ ସୁନ୍ଦରୀ ବହୁ କିଞ୍ଜଲର ଭୁମିକା ଲିଭାଇଛନ୍ତି ଏବଂ ସେ ଏହି ଭୂମିକାକୁ ଲିଭାଇ ପୁଅ ମାନଙ୍କର ଆଦର୍ଶ ପାଲଟି ଯାଇଛନ୍ତି । ସେଥିପାଇଁ ତାଙ୍କର ବହୁତ ଅଧିକ ଫ୍ୟାନ୍ ଅଛନ୍ତି ।

ନିଧି ଶାହା ଯାହାଙ୍କୁ ସମସ୍ତେ ବାହା ହେବାକୁ ସ୍ବପ୍ନ ଦେଖୁଛନ୍ତି କିନ୍ତୁ ସେ ଆଉ କାହାକୁ ବିବାହ କରିବାକୁ ସ୍ବପ୍ନ ସଜେଇ ଛନ୍ତି । ସେ ତାଙ୍କର ବାସ୍ତବିକ ଜୀବନ ସାଥି ପସନ୍ଦ କରି ସାରିଛନ୍ତି । ଯାହାଙ୍କୁ ସେ ଏତେ ପସନ୍ଦ କରନ୍ତି କି ତାଙ୍କ ସହ ବିବାହ କରିବାକୁ ସ୍ବପ୍ନ ମଧ୍ୟ ଦେଖୁଛନ୍ତି । ତେବେ ସେ କେଉଁ ବ୍ୟକ୍ତି ଅଟନ୍ତି ଯାହାଙ୍କୁ ବିବାହ କରିବାକୁ ସ୍ବପ୍ନ ଦେଖୁଛନ୍ତି ଏହି ଅଭିନେତ୍ରୀ । ତେବେ ଆସନ୍ତୁ ଜାଣିବା ଏହି ବିଷୟରେ ।

ଅନୁପମା ସିରିୟଲରେ କିଞ୍ଜଲ ଭୂମିକାରେ ଅଭିନୟ କରୁଥିବା ନିଧି ସାହ ବିବାହ କରି ସାରିଛନ୍ତି କିନ୍ତୁ ସେ ବାସ୍ତବିକ ଜୀବନରେ ଅବିବାହିତ ଅଛନ୍ତି । ଏମିତି ନୁହେଁ ଯେ ତାଙ୍କ ପିତାମାତା ତାଙ୍କ ପାଇଁ ପାତ୍ର ଦେଖିନାହାନ୍ତି, କିନ୍ତୁ ସେ ନିଜ ତରଫରୁ ମନା କରି ଦେଇଛନ୍ତି କାରଣ ତାଙ୍କର ଆଉ କାହାକୁ ବାହା ହେବାର ସ୍ବପ୍ନ ଦେଖୁଛନ୍ତି । ସେହି ବ୍ୟକ୍ତି ଆଉ କେହି ନୁହନ୍ତି ତାଙ୍କ ପ୍ରେମିକ ହରିଶ୍ ଚନ୍ଦ୍ୱାନି ଅଟନ୍ତି ।

ନା ସେ ଅଭିନେତା ଅଟନ୍ତି, ନା ତାଙ୍କର ଫିଲ୍ମ ଇଣ୍ଡଷ୍ଟ୍ରି ସହିତ କୈାଣସି ସମ୍ପର୍କ ଅଛି । ସେ ଜଣେ ବ୍ୟବସାୟୀ ଅଟନ୍ତି । ଏମାନଙ୍କ ପ୍ରେମ ସମ୍ପର୍କ ୪ ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା ଯେତେବେଳେ ନିଧିଙ୍କ ବାପା ବ୍ୟବସାୟିକ ସଭାରେ ହରିଶ୍ ଚନ୍ଦ୍ୱାନିଙ୍କ ସହ ଭେଟିଥିଲେ । ତାଙ୍କୁ ପ୍ରଥମ ଦେଖାରେ ତାଙ୍କର ହୋସ ଉଡ଼ିଗଲା । ନିଜକୁ ସମ୍ଭାଳି ଏହାପରେ ସେ ଚିହ୍ନା ପରିଚୟ ବଢ଼ାଇଥିଲେ । ଏହାପରେ ନିଧି ତାଙ୍କ ମୋବାଇଲ ନମ୍ବର ନିଜେ ନେଇଥିଲେ । ଏହାପରେ ଦୁହିଁଙ୍କ ମଧ୍ୟରେ ଅନେକ ଦିନ ଧରି କଥାବାର୍ତ୍ତା ଚାଲିଲା ।

ଆଉ ଗୋଟିଏ ଦିନ ଏମିତି ଆସିଲା ଯେଉଁଠି ନିଧି ହରିଶ୍ ଙ୍କୁ ସିଧା ପଚାରିଲେ କ’ଣ ସେ ତାଙ୍କୁ ଭଲ ପାଉଛନ୍ତି ବୋଲି ? ଉତ୍ତରରେ ହଁ ବୋଲି ହରିଶ କହିଦେଲେ । ଏହା ପରେ ଦୁହେଁ ଦୁହିଁଙ୍କୁ କିଛି ସମୟ ମାଗିଲେ ନିଜକୁ ଭଲଭାବେ ଜାଣିବା ପାଇଁ କିନ୍ତୁ ୨ଦିନ ମଧ୍ୟରେ ଦୁହେଁ ସ୍ଥିର କରିନେଲେ ଯେ ଦୁହେଁ ଦୁହିଁଙ୍କ ପାଇଁ । ଏହାପରେ ଦୁହେଁ ଦୁହିଁଙ୍କୁ ଡେଟ୍ କଲେ । ନିଧିଙ୍କୁ ଯେଉଁଭଳି ଜୀବନସାଥି ଦରକାର ଥିଲା ହରିଶ୍ ସେହିପରି ଅଟନ୍ତି ବୋଲି ନିଧି କୁହନ୍ତି । ତାଙ୍କୁ ବିବାହ କରିବା ତାଙ୍କର ସ୍ୱପ୍ନ ବନିଗଲାଣି ଏବଂ ଖୁବଶିଘ୍ର ତାଙ୍କୁ ବିବାହ କରିବାକୁ ଯାଉଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅଧିକ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ଯବାଦ