Swapna Shastra- ମୃତ ବ୍ୟକ୍ତି ଙ୍କୁ ସ୍ଵପ୍ନରେ ଦେଖିବା ପରି ଏମିତି 5 ଟି ସ୍ଵପ୍ନ ଭୁଲରେ ବି କାହାକୁ କୁହନ୍ତୁ ନାହିଁ, ଜାଣନ୍ତୁ କେଉଁ ସ୍ଵପ୍ନ ଦେଇଥାଏ କିପରି ଫଳ

ଶୋଇବା ବେଳେ ସ୍ବପ୍ନ ଦେଖିବା ଏକ ସାଧାରଣ ପ୍ରକ୍ରିୟା ଅଟେ ଯାହା ପ୍ରତ୍ୟେକ ବ୍ୟକ୍ତି ସହ ଘଟିଥାଏ । କିଛି ସ୍ବପ୍ନ ନିଦ ଭାଙ୍ଗିବା ପରେ ଆମକୁ ମନେ ରୁହେ ନାହିଁ ଓ ଆଉ କିଛି ସ୍ବପ୍ନ ଆମକୁ ଖୁବ୍ ଭଲ ଭାବେ ମନେ ରୁହେ । ସେଗୁଡିକୁ ଆମେ ପ୍ରାୟତଃ ଅନ୍ୟ ଲୋକଙ୍କ ସହ ସେୟାର କରିଥାଉ । କିନ୍ତୁ ଶାସ୍ତ୍ରାନୁସାରେ କିଛି ସ୍ବପ୍ନ ଏପରି ଅଛି ଯାହା ଆମେ କାହା ସହ ମଧ୍ୟ ସେୟାର କରିବା ଉଚିତ୍ ନୁହେଁ । ଏହାଦ୍ବାରା ସେହି ସ୍ବପ୍ନ ଦ୍ଵାରା ଭବିଷ୍ୟରେ ମିଳିବାକୁ ଯାଉଥିବା ଫଳ ମିଳେ ନାହିଁ ।

୧- ପ୍ରକୃତି ସମ୍ବନ୍ଧୀୟ ସ୍ବପ୍ନ

ଯଦି ଆପଣ ସ୍ୱପ୍ନରେ ପ୍ରକୃତିକୁ ଉପଭୋଗ କରୁଥିବାର ଦେଖୁଛନ୍ତି, ଯଥା ସମୁଦ୍ର, ଗଛ ପତ୍ର, ପାହାଡ଼ ଓ ନଦୀ ଆଦି ଦେଖୁଛନ୍ତି ତେବେ ଏହାର ଅର୍ଥ ଆପଣଙ୍କ ଜୀବନରେ ବହୁତ ଶୀଘ୍ର ବଡ଼ ଖୁସି ଖବର ଆସିବାକୁ ଯାଉଛି । ଯେପରି ପ୍ରକୃତିର ନିକଟତର ହୋଇ ଆମ ମନ ପ୍ରସନ୍ନ ହୋଇଯାଏ, ଏହିପରି ସ୍ୱପ୍ନର ଅର୍ଥ ମଧ୍ୟ ଠିକ୍ ସେପରି ଅଟେ । କିନ୍ତୁ ଏହି ସ୍ବପ୍ନ ବିଷୟରେ ଯଦି ଅନ୍ୟକୁ କହୁଛନ୍ତି ତେବେ ଆପଣ ଏହାର ଫଳରୁ ବଞ୍ଚିତ ହୋଇ ପାରନ୍ତି । ସେଥିପାଇଁ ଏପରି ସ୍ବପ୍ନ କାହାକୁ ଜଣାନ୍ତୁ ନାହିଁ ।

୨- ସାପ ସମ୍ବନ୍ଧୀୟ ସ୍ବପ୍ନ

ସ୍ୱପ୍ନରେ ସାପ ଦେଖିଲେ ମଧ୍ୟ ଆମେ ଡରି ଯାଇ ଥାଉ । କିନ୍ତୁ ଆପଣଙ୍କୁ ଜମା ବି ଡରିବା ଦରକାର ନାହିଁ । ଏହା ଆପଣଙ୍କ କାର୍ଯ୍ୟ ବା ବ୍ୟାପାରରେ ହେବାକୁ ଥିବା ଉନ୍ନତି ଓ ଲାଭର ସଙ୍କେତ ଅଟେ । ସେଥିପାଇଁ ଏହି ସ୍ବପ୍ନ ବିଷୟରେ ମଧ୍ୟ କାହାକୁ ଜଣାନ୍ତୁ ନାହିଁ । କାରଣ ଶାସ୍ତ୍ରାନୁସାରେ ଏପରି ସ୍ବପ୍ନ ଅନ୍ୟକୁ କହିବା ଦ୍ଵାରା ତାର ଫଳ ପ୍ରାପ୍ତ ହୁଏ ନାହିଁ ।

୩ – ମୃ-ତ୍ୟୁ ସମ୍ବନ୍ଧୀୟ ସ୍ବପ୍ନ

କେବେ କେବେ ଆମେ ସ୍ୱପ୍ନରେ ନିଜର ଅବା ଅନ୍ୟ କେଉଁ ବ୍ୟକ୍ତିଙ୍କ ମୃ-ତ୍ୟୁ ହେବାର ଦେଖିଥାଉ ଓ ଏପରି ସ୍ବପ୍ନ ଦେଖି ଆମେ ଡରି ଯାଉ । କିନ୍ତୁ ଏପରି ସ୍ବପ୍ନ ଦେଖିଲେ ଆପଣ ବିଚଳିତ ହୁଅନ୍ତୁ ନାହିଁ । କାରଣ ଏପରି ସ୍ଵପ୍ନ ଆପଣଙ୍କ ସମସ୍ତ ସମସ୍ୟା ଶେଷ ହେବାର ଈଶାରା ଅଟେ । ଏପରି ସ୍ବପ୍ନ ଅନ୍ୟ କାହାକୁ ଜଣାଇବା ଦ୍ଵାରା ସ୍ବପ୍ନରୁ ମିଳିବାକୁ ଯାଉଥିବା ଫଳ ପ୍ରାପ୍ତ ହେବ ନାହିଁ । ସେଥିପାଇଁ ଏପରି ସ୍ବପ୍ନ ମଧ୍ୟ କାହାକୁ କୁହନ୍ତୁ ନାହିଁ ।

୪- ଭଗବାନଙ୍କ ଦର୍ଶନ ମିଳିବା ସ୍ବପ୍ନ

ଯଦି ଆପଣ ସ୍ୱପ୍ନରେ ଭଗବାନଙ୍କୁ ଦେଖୁଛନ୍ତି ତେବେ ଏହାର ଅର୍ଥ ଆପଣଙ୍କ ଜୀବନରେ ବହୁତ ଖୁସି ବା ବଡ଼ ସଫଳତା ମିଳିବାକୁ ଯାଉଛି । ସେଥପାଇଁ ଏହି ସ୍ଵପ୍ନ ବିଷୟରେ ମଧ୍ୟ କାହାକୁ କୁହନ୍ତୁ ନାହିଁ, ନଚେତ୍ ଆପଣଙ୍କ କାମ ବିଗିଡି ଯାଇପାରେ ।

୫- ମାଛ ସମ୍ବନ୍ଧିତ ସ୍ବପ୍ନ

ସ୍ୱପ୍ନରେ କେଉଁ ପ୍ରକାର ମାଛକୁ ପହଁରୁଥିବା ଦେଖିବା କିମ୍ବା ନିଜେ ବା ଅନ୍ୟ କାହାକୁ ମାଛ ଧରିବା ବା ଖାଇବା ଦେଖିବାକୁ ବହୁତ ଶୁଭ ବୋଲି ମାନାଯାଏ । କାରଣ ସ୍ୱପ୍ନରେ ମାଛ ଦେଖିବାର ଅର୍ଥ ହେଉଛି ଅଚାନକ ବଡ଼ ଧନ ଲାଭ ହେବା । ଏହି ସ୍ୱପ୍ନର ଫଳ ଆପଣଙ୍କୁ ଆସନ୍ତା ଗୋଟେ ମାସ ମଧ୍ୟରେ ମିଳିଯାଏ । ସେଥିପାଇଁ ଏହି ସ୍ବପ୍ନ ବିଷୟରେ ମଧ୍ୟ କାହାକୁ ଜଣାଇବା ଉଚିତ୍ ନୁହେଁ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ଟିପ୍ପଣୀଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ । ଧନ୍ୟବାଦ