Vastu Shastra- ଜୋତା ଚପଲ ଚୋରି ହେବା ଶୁଭ ନା ଅଶୁଭ ? ଘରେ ଚପଲ ପିନ୍ଧୁଥିବା ଲୋକ ଏହାକୁ ନିଶ୍ଚୟ ଦେଖନ୍ତୁ

ବାସ୍ତୁ ଶାସ୍ତ୍ର ଅନୁସାରେ ଆମ ଗୃହର ପ୍ରତ୍ୟେକ ବସ୍ତୁ ନିର୍ଦ୍ଧାରିତ ସ୍ଥାନରେ ହିଁ ରଖାଯିବା ଉଚିତ୍ । କିନ୍ତୁ ପ୍ରତିଦିନ ବ୍ୟବହୃତ କିଛି ବସ୍ତୁକୁ ଆମେ କେଉଁଠାରେ ମଧ୍ୟ ରଖି ଦେଉ, ଯାହା ଅନୁଚିତ୍ ଅଟେ ଓ ସେଥିପାଇଁ ଆମେ ତାର ଦୁଃପରିଣାମ ଭୋଗିଥାଉ । ତନ୍ମଧ୍ୟରୁ ଜୋତା ଚପଲ ଆମ ଜୀବନର ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ବସ୍ତୁ । ବାସ୍ତୁ ଶାସ୍ତ୍ରରେ ଧାର୍ମିକ ଓ ବୈଜ୍ଞାନିକ ଆଧାରରେ ଜୋତା ଚପଲ ସମ୍ବନ୍ଧିତ କିଛି ନିୟମ ଲେଖା ଯାଇଛି । ତେବେ ଆସନ୍ତୁ ବାସ୍ତୁ ଶାସ୍ତ୍ରରେ ଲିଖିତ ଜୋତା ଚପଲ ସମ୍ବନ୍ଧୀୟ କିଛି ନିୟମ ଜାଣିବା ।

ପ୍ରଥମରେ, ବାହାରୁ ଆସିବା ପରେ କେବେ ମଧ୍ୟ ଚପଲ ଜୋତାକୁ ଘର ଭିତରକୁ ପୁରାନ୍ତୁ ନାହିଁ । ଧାର୍ମିକ ଓ ବୈଜ୍ଞାନିକ ଉଭୟ ଦୃଷ୍ଟିକୋଣରୁ ଏହା ଅନୁଚିତ୍ ଅଟେ । ଆମ ଘରେ ମନ୍ଦିର ରହିଛି ଓ ଘର ଭିତରେ ଆରାଧ୍ୟ ଦେବୀ ଦେବତାଙ୍କ ପୂଜା କରିଥାଉ । ସେଥିପାଇଁ ଘର ଭିତରେ ଜୋତା ଚପଲ ପିନ୍ଧି ପ୍ରବେଶ କରିବାକୁ ଦେବୀ ଦେବତାଙ୍କ ଅପମାନ ବୋଲି କୁହାଯାଏ ।

ଏହା ସହ ବାହାରର ସମସ୍ତ ନକାରାତ୍ମକତା ଘରେ ପ୍ରବେଶ କରି ଘରର ବାତାବରଣ ଅପବିତ୍ର କରିଥାଏ ଓ ଅପବିତ୍ର ବାତାବରଣରେ ଈଶ୍ୱର ବାସ କରନ୍ତି ନାହିଁ । ବୈଜ୍ଞାନିକ ଦୃଷ୍ଟିକୋଣରୁ ଦେଖିଲେ ଚପଲ ଜୋତାରେ ବାହାରର ସମସ୍ତ ଧୂଳି ମାଟି ଓ ଜୀବାଣୁ ଜମା ହୋଇଥାଏ, ଯାହା ଆମ ସ୍ବାସ୍ଥ୍ୟ ପାଇଁ ହାନିକାରକ ଅଟେ ।

ଦ୍ଵିତୀୟରେ, ଜ୍ୟୋତିଷ ଶାସ୍ତ୍ରାନୁସାରେ ମନୁଷ୍ୟର ଗୋଡ଼ରେ ଶନିଙ୍କ ବାସ ହୋଇଥାଏ । ସେଥିପାଇଁ ଗୋଡ଼ ସମ୍ବନ୍ଧିତ ସମସ୍ତ ବସ୍ତୁକୁ ଉଚିତ୍ ଭାବେ ରଖିବା ଆବଶ୍ୟକ । କାରଣ ଶନି ଅନୁଶାସନ ପ୍ରିୟ ଦେବତା ଅଟନ୍ତି । ଗୋଡ଼ରେ ଛିଣ୍ଡା ଚପଲ ଜୋତା ଓ ଅନ୍ୟର ବ୍ୟବହୃତ ଚପଲ ଜୋତା ମଧ୍ୟ ପିନ୍ଧିବା ଉଚିତ୍ ନୁହେଁ । ଏହା ଅଶୁଭ ତଥା ଦୁର୍ଭାଗ୍ୟର କାରଣ ମଧ୍ୟ ହୋଇପାରେ । ଏହା ସହ ଶନିଦେବଙ୍କୁ ପ୍ରସନ୍ନ କରିବା ପାଇଁ ଶନିବାର ଦିନ କୌଣସି ଗରିବ ବ୍ୟକ୍ତିଙ୍କୁ ଜୋତା ଚପଲ ଦାନ କରିବାର ମଧ୍ୟ ମହତ୍ତ୍ଵ ରହିଛି ।

ତୃତୀୟରେ, ବାସ୍ତୁ ଶାସ୍ତ୍ରାନୁସାରେ ଜୋତା ଚପଲକୁ ଘରେ ଏଠି ସେଠି ବିଛାଇ ରଖିବା ଉଚିତ୍ ନୁହେଁ । ଏହାଦ୍ବାରା ଶନିଙ୍କ ଦୁଷ୍ପ୍ରଭାବ ପଡ଼ିଥାଏ । ଘରେ ଚପଲ ଷ୍ଟାଣ୍ଡକୁ ଉତ୍ତର-ପଶ୍ଚିମ ଦିଗ ନ ହେଲେ ଦକ୍ଷିଣ-ପଶ୍ଚିମ ମଧ୍ୟର ଦିଗରେ ରଖିବାକୁ ଯଥାର୍ଥ ମାନା ଯାଇଛି ।

ଚତୁର୍ଥରେ, ଘରର ମୁଖ୍ୟ ଦ୍ଵାରା ସମ୍ମୁଖରେ ଜୋତା ଚପଲ ପକାଇ ରଖିବା ଉଚିତ୍ ନୁହେଁ । ନଚେତ୍ ମା ଲକ୍ଷ୍ମୀ ଘରେ ପ୍ରବେଶ ନ କରି ବାହାରୁ ହିଁ ଫେରିଯାଆନ୍ତି । କେବେ କେବେ ମନ୍ଦିର ବା ସଭା ସମାରୋହରେ ଆମ ଚପଲ ଚୋରି ହୋଇ ଯାଇଥାଏ । ଏହାର ଅର୍ଥ ଆମ ଉପରେ ହେବାକୁ ଥିବା କିଛି ବଡ଼ ସଙ୍କଟ ଟଳି ଯାଇଛି ବା ଆମ ଜୀବନରେ ଚାଲିଥିବା ସମସ୍ୟା ଓ ଖରାପ ସମୟ ତା ସହ ଚାଲିଗଲା ବୋଲି ବିଶ୍ୱାସ କରାଯାଏ ।

ପଞ୍ଚମରେ, ନିଜ ଶୟନକକ୍ଷରେ ବା ଖଟ ତଳେ କେବେ ମଧ୍ୟ ଜୋତା ଚପଲ ରଖନ୍ତୁ ନାହିଁ । ଏହାଦ୍ବାରା ଆମକୁ ଖରାପ ସ୍ବପ୍ନ ଓ ଏହାର ଆମ ସ୍ବାସ୍ଥ୍ୟ ଉପରେ ମଧ୍ୟ ଖରାପ ପ୍ରଭାବ ପଡିଥାଏ । ଆଉ ମଧ୍ୟ ଘରେ ପୁରୁଣା ଓ ଛିଣ୍ଡା ଜୋତା ଚପଲ ଅଧିକ ଦିନ ପକାଇ ରଖିଲେ ସେଥିରୁ ନକାରାତ୍ମକ ଉର୍ଜାର ସଞ୍ଚାର ହୋଇଥାଏ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ଟିପ୍ପଣୀଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।