ଟିଭିର ଏହି 7 ସୁପରହିଟ ବୋହୁ ଏବେବି ରିଅଲ ଲାଇଫରେ ଅଛନ୍ତି କୁଆଁରୀ, 4ନଂ ତ ସମସ୍ତଙ୍କ ଫେବରେଟ

ଟିଭି ର ଏମିତି ଅନେକ ଅଭିନେତ୍ରୀ ଅଛନ୍ତି ଯିଏ ପରଦାରେ ଏମିତି ଅଭିନୟ କରିଛନ୍ତି ଯାହା ଫ୍ୟାନ୍ ମାନଙ୍କ ମନରେ ସବୁଦିନ ପାଇଁ ଘର ବନେଇ ସାରିଛନ୍ତି କିନ୍ତୁ ସେହି ଅଭିନେତ୍ରୀ ମାନେ ଆଜିଯାଏ ବାହା ହୋଇ ନାହାନ୍ତି । ବାହା ନହେଇ ମଧ୍ୟ ଏହି ଅଭିନେତ୍ରୀ ମାନେ ଯେଉଁ କଳାକୃତି ଦେଖାଇଛନ୍ତି ତାହା ବାସ୍ତବରେ ପ୍ରଶଂସା ଯୋଗ୍ୟ । ଆସନ୍ତୁ ଜାଣିବା କିଏ ସେହି ଟିଭି ର ଚର୍ଚ୍ଚିତ ଅଭିନେତ୍ରୀ ଅଟନ୍ତି ଯିଏ ଆଜି ପର୍ଯ୍ୟନ୍ତ ବାହା ହୋଇନାହାନ୍ତି ।

ପ୍ରଥମେ ନଂ ୧ ରେ ନାଁ ଆସେ ଟିଭି ସିରିଅଲ୍ ‘ୟେ ରିସ୍ତା କ୍ୟା କେହେଲାତା ହେ’ ରେ ଅକ୍ଷରା ବୋହୂ ଭୂମିକାରେ ଟିଭିର ସବୁଠାରୁ ସୁନ୍ଦର ବୋହୂର ଭୂମିକା ଲିଭାଇ ଥିବା ଅଭିନେତ୍ରୀ ହିନା ଖାନ୍ । ୩୩ ବର୍ଷର ହୋଇ ସାରିଛନ୍ତି ହିନା ଖାନ୍ ଏବେ ପର୍ଯ୍ୟନ୍ତ କୁଆଁରୀ ଅଟନ୍ତି । ହିନା ନିଜ ବୟଫ୍ରେଣ୍ଡ୍ ରକି ସହିତ ବହୁତ ଦିନ ଧରି ରିଲେସନସିପ୍ ରେ ଅଛନ୍ତି କିନ୍ତୁ ସେ ଏପର୍ଯ୍ୟନ୍ତ ରକିକୁ ବାହା ହୋଇନାହାନ୍ତି । ପ୍ରାୟ ସମୟରେ ସେ ନିଜ ବୟଫ୍ରେଣ୍ଡ୍ ସହ ରୋମାଣ୍ଟିକ ଫଟୋ ଉଠାଇ ସୋସିଆଲ ମିଡିଆରେ ଶେୟାର କରନ୍ତି ।

ଏହି ଲିଷ୍ଟରେ ନଂ ୨ରେ ନାଁ ଆସେ ‘ବାଲୀକା ବଧୁ’ ର ଛୋଟ ଆନନ୍ଦିର । କହିଦବୁ ସେ ଏବେ ୨୩ ବର୍ଷୀୟ ହୋଇଗଲେଣି । ପଛେ ସେ ଛୋଟବେଳୁ ବୋହୂର ଭୂମିକା ଲିଭାଇ ଛନ୍ତି ହେଲେ ସେ ବାସ୍ତବ ଜୀବନରେ ଏବେବି ଅଭିକା ବିବାହ ବନ୍ଧନରୁ ବହୁତ ଦୂରରେ ଅଛନ୍ତି । ବର୍ତ୍ତମାନ ଅଭିକା ସାଉଥ୍ ଇଣ୍ଡଷ୍ଟ୍ରିରେ ଗୋଟିଏ ଜଣାଶୁଣା ନାଁ ବନି ଯାଇଛନ୍ତି । ସୋସିଆଲ ମିଡିଆରେ ଅଭିକାଙ୍କ ପରିବର୍ତ୍ତନ ଦେଖି ସମସ୍ତେ ବହୁତ ଆଶ୍ଚର୍ଯ୍ୟ ହୋଉଛନ୍ତି ।

ଏହି ଲିଷ୍ଟରେ ନଂ ୩ରେ ଆସୁଛନ୍ତି ଅଭିନେତ୍ରୀ ରାଧିକା ମଦାଙ୍ଗା ଟିଭି ସିରିଅଲ୍ ‘ମେରି ଆଶିକି ତୁମସେ ହି’ ରେ ଶକ୍ତି ଅରୋରାଙ୍କ ସ୍ତ୍ରୀ ଇସାନୀ ଭୂମିକାରେ ଅଭିନୟ କରି ଅଭିନେତ୍ରୀ ଜଣକ ବହୁତ ଲୋକପ୍ରିୟତା ହାସଲ କରିଥିଲେ । ରାଧିକା ଙ୍କୁ ଲୋକମାନେ ଇସାନୀ ନାଁରେ ଜିଣିବାକୁ ଲାଗିଲେଣି । ବର୍ତ୍ତମାନ ରାଧିକା ଏବେ କୈାଣସି ଫିଲ୍ମ କରୁ ନାହାନ୍ତି । ଏବେ ସେ ୨୫ ବର୍ଷର ଅଟନ୍ତି, ସେ ନିଜ କ୍ୟାରିୟରରେ ଫୋକସ୍ କରିବା ପାଇଁ ସେ ଏପର୍ଯ୍ୟନ୍ତ ବାହା ହେବା ପାଇଁ କୈାଣସି ପ୍ଲାନ୍ କରି ନାହାନ୍ତି ।

ଏହି ଲିଷ୍ଟରେ ନଂ ୪ରେ ଆସେ ଟିଭି ସିରିଏଲର ନାଗିନ୍ ଭୂମିକାରେ ନଜର ଆସିଥିବା ଅଭିନେତ୍ରୀ ମୋୖନୀ ରଏ । କହିଦେବୁ ଅଭିନେତ୍ରୀ ମୋୖନୀ ରଏ ଏବେ ୩୫ ବର୍ଷର ଅଟନ୍ତି କିନ୍ତୁ ଏପର୍ଯ୍ୟନ୍ତ ସିଙ୍ଗଲ୍ ଅଛନ୍ତି । କିଛି ସମୟ ପୂର୍ବରୁ ଖବର ମିଳିଥିଲା ଯେ ତାଙ୍କର ଆଗକୁ ଆସୁଥିବା ଫିଲ୍ମ ‘ବ୍ରହ୍ମାସ୍ତ୍ର’ ର ନିର୍ଦେଶକ ଆୟାନ ମୁଖାର୍ଜୀଙ୍କୁ ଡେଟ୍ କରୁଛନ୍ତି କିନ୍ତୁ ମୋୖନୀ ରଏ ଏହି ବିଷୟରେ କିଛି ଖୁଲାସା କରି ନାହାନ୍ତି ନା ଏପର୍ଯ୍ୟନ୍ତ ସେ ବିବାହ ପାଇଁ ନିଷ୍ପତ୍ତି ନେଇ ପାରିନାହାନ୍ତି ।

ଏହି ଲିଷ୍ଟରେ ନଂ ୫ରେ ଆସନ୍ତି ସୁର୍ଭିନ୍ ଜ୍ୟୋତି । ଯିଏ ସିରିଏଲ୍ ‘କୁବୁଲ ହେ’ ପରେ ସିରିଏଲ ନାଗିନ୍ ରେ ମଧ୍ୟ ବହୁତ ଲାଇମ ଲାଇଟ୍ ପାଇଛନ୍ତି ତେବେ ଏହି ଅଭିନେତ୍ରୀ ଜଣକ ଅନେକ ୱେବ ସିରିଜରେ ମଧ୍ୟ ନିଜର ବୋଲ୍ଡ ଚାହାଣୀର ତଡକା ଲଗେଇଛନ୍ତି ଏବଂ ଚର୍ଚ୍ଚାରେ ମଧ୍ୟ ରହିଛନ୍ତି । ଏହି ଅଭିନେତ୍ରୀ ଜଣକ ଆଜି ପର୍ଯ୍ୟନ୍ତ ବାହା ହେବାକୁ ସ୍ଥିର କରି ନାହାନ୍ତି । ସେ ଏପର୍ଯ୍ୟନ୍ତ ୩୨ ବର୍ଷୀୟ ଅଟନ୍ତି ଏବଂ ସିଙ୍ଗଲ୍ ମଧ୍ୟ ଅଛନ୍ତି ।

ତେବେ ଆପଣ ମାନେ ଦେଖିଲେ କେମିତି ଏହି ଟିଭି ସିରିଏଲର କାମ କରୁଥିବା ଅଭିନେତ୍ରୀ ମାନେ ଟିଭିରେ ବୋହୂର ଭୂମିକା ଲିଭାଇଛନ୍ତି କିନ୍ତୁ ନିଜ ଜୀବନରେ ଏପର୍ଯ୍ୟନ୍ତ ସିଙ୍ଗଲ ଅଛନ୍ତି ।