ସଂସାରର ସବୁଠୁ ବଡ ରୋଗ କଣ, ଜାଣିନେଲେ କେବେବି ଆସିବ ନାହିଁ ଦୁଃଖ -Krishna Vani

ସବୁ ମନୁଷ୍ୟ ସବୁବେଳେ ଚିନ୍ତା କରିଥାଏ କି ତାକୁ ଯେମିତି କୌଣସି ପ୍ରକାର ରୋଗ ନ ହେଉ । କିନ୍ତୁ ଏହା ଅସମ୍ଭବ ଅଟେ । କିନ୍ତୁ ଆପମାନେ ଜାଣିଛନ୍ତି କି ସଂସାରର ସବୁଠୁ ବଡ ରୋଗ କଣ । ଏମିତିରେ ଏହି ରୋଗରୁ କେମିତି ଦୂରରେ ରହିବେ ଆଜି ଆମେ ଆପଣଙ୍କୁ କହିବୁ । କହିବାକୁ ଗଲେ ପ୍ରାୟତଃ ସମୟ ସମୟ ଆମେ ଡାକ୍ତରକୁ ସାକ୍ଷାତ କରିଥାଉ । ଏହା ସହ ସବୁବେଳେ ଚେଷ୍ଟା କରିଥାଉ କି ଏହି ରୋଗ ଆମ ଆଖପାଖରେ ବି ନ ଆସୁ । ଏହା ସହ ଆମେ ସମସ୍ତେ ସବୁବେଳେ ଚିନ୍ତା କରିଥାଉ କି ଏହି ସବୁ ରୋଗରୁ କିପରି ମୁକ୍ତି ପାଇ ପାରିବା ।

ଆମେ ସବୁ ବେଳେ ଚିନ୍ତା କରୁ କି ଏହି ରୋଗ ଆମ ଆଖ ପାଖକୁ କେବେ ନ ଆସୁ । କିନ୍ତୁ ସଂସାରର ଏହି ରୋଗ ସବୁବେଳେ ଆମ ଆଖ ପାଖରେ ହିଁ ରହିଥାଏ । ଆପଣମାନେ ଜାଣିଛନ୍ତି କି ଏହି ରୋଗ ଟି କଣ ? ଏହି ରୋଗଟି ହେଲା ଭୟ ।

ଆମକୁ କୌଣସି କଥାର ଭୟ କିମ୍ବା ଲୋକମାନେ ଆମ ବିଷୟରେ କଣ ଭାବିବେ ଏହି କଥାର ଭୟ ସବୁବେଳେ ଆମ ମନରେ ରହିଥାଏ । ଯଦି ମୁଁ ଏହି କାମ କରିଲି, ଯଦି ମୁଁ ଏହି କାମ ନ କରିଲି  କଣ ହେବ ମନରେ ଏହି ଭୟ ସବୁବେଳେ ଲାଗି ରହିଥାଏ । ସବୁ କାର୍ଯ୍ୟରେ ଆମ ମନରେ ଭୟ ଲାଗିଥାଏ । ସଧାରଣ ଭାବରେ ସବୁ ମନୁଷ୍ୟଙ୍କ ମନରେ ଭୟ ଥାଏ ଓ ଏହି ଭୟ ହିଁ ମନୁଷ୍ୟକୁ ଆଗକୁ ବଢିବା ପାଇଁ ସୁଯୋଗ ଦିଏ ନାହିଁ । ଏହି ଭୟ ଆପଣଙ୍କ ଶକ୍ତି, ଆତ୍ମବିଶ୍ଵାଶକୁ ଓ ଆପଣଙ୍କ ବ୍ୟକ୍ତିତ୍ବକୁ ପୁରା ପୁରୀ ନଷ୍ଟ କରିଦିଏ ।

ମନେ ରଖନ୍ତୁ ଯଦି ଜୀବନରେ ଆଗକୁ ବଢିବାକୁ ଚାହୁଁଛନ୍ତି କିମ୍ବା ନିଜ ଭାଗ୍ୟକୁ ଉଜ୍ଜ୍ଵଳ କରିବା ପାଇଁ ଚାହୁଁଛନ୍ତି ତେବେ ସର୍ବ ପ୍ରଥମେ ନିଜ ମନରୁ ଭୟକୁ ଦୂର କରନ୍ତୁ ଆପଣ ସାହାସୀ ହୁଅନ୍ତୁ । କାରଣ ଆପଣ ନିଜେ ଥରେ ଭାବି ଦେଖନ୍ତୁ ଆପଣଙ୍କୁ ସେହି କଥାରେ ଭୟ ଲାଗିଥାଏ ଯେଉଁ କଥାକୁ ଆପଣ ଆରମ୍ଭ କରି ନାହାନ୍ତି । କିନ୍ତୁ ତାହା ପୂର୍ବରୁ ସେହି କଥା ବିଷୟରେ ଭାବି ଆପଣ ନିଜକୁ ଦୁଖ ଦେଉଛନ୍ତି । ସେଥିପାଇଁ ଯାହା ହୋଇ ନାହିଁ ତା ବିଷୟରେ ଚିନ୍ତା କରି ଭୟ କରନ୍ତୁ ନାହିଁ ଏବଂ ଯାହା ହୋଇଯାଇଛି ସେହି ସ୍ଥାନରୁ କିଛି ଶିଖିବାକୁ ଚେଷ୍ଟା କରନ୍ତୁ ।

ଜୀବନରେ ଆଗକୁ ବଢନ୍ତୁ କୌଣସି ବିଷୟରେ ଚିନ୍ତା ନ କରି ଓ ଜୀବନରେ ପୁରା ଆତ୍ମବିଶ୍ଵାସରେ ଆଗକୁ ବଢନ୍ତୁ । ଭୟ ଲାଗୁଥିବା କାମ କରିବାକୁ ଚେଷ୍ଟା କରନ୍ତୁ ଆପଣଙ୍କ କରିବାର ଶୈଳୀ ଓ ଦ୍ରୁଷ୍ଟି କୋଣ ଠିକ ରହିବା ଆବଶ୍ୟକ ସେତେବେଳେ ଆପଣଙ୍କୁ କୌଣସି ବି କାମ କରିବାକୁ ଭୟ ଲାଗିବ ନାହିଁ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।