ମା କରିସ୍ମା ଓ ମାଉସୀ କରିନାଙ୍କ ଠାରୁ ଅଧିକ ଷ୍ଟାଇଲିସ ହେଉଛନ୍ତି ସମାୟରା, ୧୪ ବର୍ଷ ବୟସରେ ଲାଗନ୍ତି ବହୁତ ସୁନ୍ଦର, ଦେଖନ୍ତୁ

ବଲିଉଡରେ କିଛି ଦିନ ହେବ ଷ୍ଟାରକିଡ୍ସ ମାନେ ବହୁତ ଚର୍ଚାରେ ଅଛନ୍ତି, ଯେଉଁମାନେ କିଛି ଫିଲ୍ମରେ ଡେବ୍ୟୁ କରୁଛନ୍ତି ଓ ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚାରେ ରହୁଛନ୍ତି । କିଛି ଦିନ ହେବ କପୁର ପରିବାରର ଏକ ଷ୍ଟାରକିଡର ଫଟୋ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ଏହି ଷ୍ଟାରକିଡ ହେଉଛି କରିସ୍ମା କପୁରଙ୍କ ଝିଅ ସମାୟରା କପୁର । କପୁର ପରିବାରର ଫ୍ୟାମିଲି ଫଙ୍କସନରେ କରିସ୍ମା ତାଙ୍କର ଦୁଇଟି ପିଲା ଓ ଭଉଣୀ କରିନାଙ୍କ ସହ ସେଠାରେ ପହଞ୍ଚିଥିଲେ । ଲୋକମାନେ କରିସ୍ମାଙ୍କ ଝିଅକୁ ଦେଖି କି ରହିଯାଇଥିଲେ । ମା କରିସ୍ମା ଓ ମାଉସୀ କରିନାଙ୍କ ଠାରୁ ଅଧିକ ଷ୍ଟାଇଲିସ ଦେଖାଯାଉଥିଲେ ସମାୟରା ।


୧୪ ବର୍ଷ ବୟସରେ ସମାୟରା ହେଉଛନ୍ତି ବହୁତ ଷ୍ଟାଇଲିସ


କରିନା କପୁରଙ୍କୁ ବଲିଉଡର ଷ୍ଟାଇଲିସ ଆକ୍ଟ୍ରେସ ବୋଲି ମାନିଥାନ୍ତି । ହେଲେ ତାଙ୍କ ଝିଆରୀ ସମାୟରା ତାଙ୍କୁ ମଧ୍ୟ ଟକ୍କର ଦେଇପାରିବେ । ସମାୟରାଙ୍କ କିଛି ଫଟୋ ମିଡିଆ ଦ୍ଵାରା ସାମ୍ନାକୁ ଆସିଛି । ତାଙ୍କର ଏହି ଫଟୋ ଗୁଡିକୁ ଲୋକମାନେ ବହୁତ ପସନ୍ଦ କରୁଛନ୍ତି । ସମାୟରା ବହୁତ ସୁନ୍ଦର ଦେଖାଯାଉଛନ୍ତି । କିଛି ଦିନ ତଳେ ଏକ ଫଟୋ ସାମ୍ନାକୁ ଆସିଥିଲା ଯେଉଁଥିରେ ସମାୟରା ରେଡ କଲରର ଲଙ୍ଗ ଡ୍ରେସରେ ବହୁତ ସୁନ୍ଦର ଦେଖାଯାଉଥିଲେ । କରିସ୍ମା ତାଙ୍କର ଦୁଇଟି ପିଲାଙ୍କ ସହ ସବୁ ସ୍ଥାନକୁ ଯାଆନ୍ତି ।


ସମାୟରା କପୁରଙ୍କ ଜନ୍ମ ୨୦୦୫ରେ ଦିଲ୍ଲୀରେ ହୋଇଥିଲା । ତାଙ୍କ ପିତା ସଞ୍ଜୟ କପୁର ଏକ ବିଜନେସ ମ୍ୟାନ ଅଟନ୍ତି । କରିସ୍ମା ଓ ସଞ୍ଜୟଙ୍କ ବିବାହ ୨୦୦୩ରେ ହୋଇଥିଲା । ଏହା ପରେ ତାଙ୍କର ଦୁଇଟି ପିଲା ହୋଇଥିଲେ । ହେଲେ କରିସ୍ମା ତାଙ୍କ ପତି ସଞ୍ଜୟଙ୍କୁ ୨୦୧୬ରେ ଡିଭୋର୍ସ ଦେଇଦେଲେ । ଖବର ଅନୁସାରେ ଜଣା ପଡିଥିଲା, ସଞ୍ଜୟଙ୍କର କୌଣସି ଅଲଗା ମହିଳାଙ୍କ ସହ ଅଫେୟାର ଚାଲିଥିଲା । ତେଣୁ କରିସ୍ମା ୨୦୧୬ରେ ସଞ୍ଜୟଙ୍କ ଠାରୁ ଡିଭୋର୍ସ ନେଇ ମୁମ୍ବାଇ ଆସିଥିଲେ ଓ ଏକା ରହିବାର ନିଷ୍ପତ୍ତି ନେଇଥିଲେ ।


ଖବର ଅନୁସାରେ ଜଣା ପଡିଥିଲା କି, ସଞ୍ଜୟ ଅନ୍ୟ ଏକ ମହିଳାଙ୍କ ସହ ଅଫେୟାର ରଖିଥିଲେ, ଏଥିପାଇଁ କରିସ୍ମା ବହୁତ ଥର ସଞ୍ଜୟଙ୍କୁ ଚେତାବନୀ ମଧ୍ୟ ଦେଇଥିଲେ । ହେଲେ ସଞ୍ଜୟଙ୍କର ଏହି ଭୁଲ ହେତୁ ସେ ତାଙ୍କୁ ଡିଭୋର୍ସ ଦେଇଥିଲେ, ବର୍ତ୍ତମାନ କରିନା ମୁମ୍ବାଇରେ ତାଙ୍କ ମାତା ପିତାଙ୍କ ସହ ଖୁସିରେ ରହୁଛନ୍ତି ।