Amir Khan ଙ୍କ ପାଖରେ ଥିବା ସବୁଠୁ ମହଙ୍ଗା 6 ଜିନିଷ, ଦାମ ଜାଣିଲେ ଆଶ୍ଚର୍ଯ୍ୟ ହେଇଯିବ

ବଲୀଉଡର ଅଭିନେତା ଆମିର ଖାନ ନିଜର ଦମଦାର ଅଭିନୟ ଓ ଭିନ୍ନ ପ୍ରକାରର ଫିଲ୍ମ ଯୋଗୁ କେବଳ ଭାରତରେ ନୁହେଁ ପୁରା ବିଶ୍ଵରେ ପରିଚିତ ଅଛନ୍ତି । ଆମିର ଖାନ ବଲୀଉଡରେ ପାଖାପାଖି ୩୦ ବର୍ଷ ହେବ କାମ କରୁଛନ୍ତି ଓ ଏହି ୩୦ ବର୍ଷ ମଧ୍ୟରେ ସେ ବହୁତ ଫେମସ ହେବା ସହ ଧନ ଦୌଲତ ବି ହାସଲ କରିଛନ୍ତି । ବର୍ତ୍ତମାନ ସମୟରେ ଆମିର ଖାନଙ୍କ ଗଣନା ବଲୀଉଡର ସବୁଠୁ ଧନୀ ଅଭିନେତାଙ୍କ ମଧ୍ୟରେ ହୋଇଥାଏ ।

ଏତେ ବଡ ଷ୍ଟାର ହେବା କାରଣରୁ ଆମିର ଖାନଙ୍କ ପାଖରେ ଦୁନିଆର ସବୁଠୁ ମହଙ୍ଗା ଜିନିଷ ବି ଅଛି । ଆଜି ଆମେ ଆପଣଙ୍କୁ ଆମିର ଖାନଙ୍କ କିଛି ଏମିତି ଜିନିଷ ବିଷୟରେ କହିବୁ ଯାହାକୁ କେବଳ କୋଟିପତି ଲୋକମାନେ ହିଁ କିଣି ପାରିବେ ।

ଆମିର ଖାନଙ୍କ କାର

ଆମିର ଖାନଙ୍କ ଗ୍ୟାରେଜରେ କୋଟି କୋଟି ଟଙ୍କାର କାର ଅଛି । ଅମିର ଖାନଙ୍କ ପାଖରେ ଗୋଟିଏ ମର୍ସିଡିସ ବେଞ୍ଜ ଏସ୬୦୦ ଅଛି ଯାହାର ଦାମ ୧୦ କୋଟି ଟଙ୍କା ଅଟେ । ଏହା ସହିତ ତାଙ୍କ ପାଖରେ BMW ଏକ୍ସ୭ କାର ଯାହାର ଦାମ ୧.୫ କୋଟି ଟଙ୍କା, ବେଣ୍ଟଲୀ ଫ୍ଲାଇଂ ସୁପର କାର ଯାହାର ଦାମ ୪ କୋଟି ଟଙ୍କା, ଟୋୟୋଟା ଲାଣ୍ଡ କୃଜର କାର ଯାହାର ଦାମ ୨ କୋଟି ଟଙ୍କା, ଟୋୟୋଟା ଫୋର୍ଟୁନର କାର ଦାମ ୪୦ ଲକ୍ଷ ଟଙ୍କା, BMW ୭୩୦ ଗୋଲ୍ଡ ଜାହର ଦାମ ୨ କୋଟି ଟଙ୍କା ।

ପ୍ରାଇଭେଟ ଜାହାଜ

ଅମିର ଖାନଙ୍କ ପ୍ରାୟତଃ ପାର୍ଟି ନିଜର ପ୍ରାଇଭେଟ ଜାହଜରେ କରିଥାନ୍ତି । ଆମିର ଖାନଙ୍କର ପ୍ରାଇଭେଟ ଜାହଜର ଦାମ ୩୦ କୋଟି ଟଙ୍କା ଅଟେ ।

ଘର

ଅମିର ଖାନଙ୍କ ପାଖରେ ଗାଡି ପରେ ଯେଉଁ ମହଙ୍ଗା ଜିନିଷ ଅଛି ତାହା ତାଙ୍କର ଘର ଓ ସମ୍ପତ୍ତି ଅଟେ । ତାଙ୍କ ପାଖରେ କେତେକ ବଙ୍ଗଳା ବି ଅଛି । ବେଭେଳୀ ହିଲ୍ସ ହାଉସ ଯାହାକି ଆମେରିକାରେ ଅଛି ଓ ଏହାର ମୂଲ୍ୟ ୭୫ କୋଟି ଟଙ୍କା ଅଟେ, ପଞ୍ଚଗଣି ହାଉସ ଯାହାର ମୂଲ୍ୟ ୨୩ କୋଟି, ଫ୍ରୀଡା ଏପାର୍ଟମେନ୍ଟସ ଯାହାର ଦାମ ୬୫ କୋଟି  ଟଙ୍କା। । ଏହି ସବୁ ଘରେ ସମସ୍ତେ ପ୍ରକାରର ସୁବିଧା ଅଛି ।

ଘଡି

ଆମିର ଖାନ ଟାଇମ ପ୍ରତି ବହୁତ ଧ୍ୟାନ ରଖନ୍ତି । ଏହା ସହିତ ଆମିର ଖାନଙ୍କୁ ଘଡି ପିନ୍ଧିବାର ବି ବହୁତ ଭଲ ଲାଗେ । ତାଙ୍କ ପାଖରେ ୧୫ ଲକ୍ଷ ଟଙ୍କାର ଘଡି ଅଛି ।

ଭ୍ୟାନୀଟି ଭ୍ୟାନ

ଆମିର ଖାନଙ୍କ ଭ୍ୟାନୀଟି ଭ୍ୟାନ ବଲୀଉଡର ସବୁଠୁ ମହଙ୍ଗା ଭ୍ୟାନୀଟି ଭ୍ୟାନ ମଧ୍ୟରେ ସାମିଲ ଅଛି । ତାଙ୍କର ଭ୍ୟାନୀଟି ଭ୍ୟାନର ଦାମ ୪୦ କୋଟି ଟଙ୍କା ଅଟେ ।

ପ୍ରାଇଭେଟ ଜେଟ

ଆମିର ଖାନଙ୍କ ମହଙ୍ଗା ଜିନିଷ ମଧ୍ୟରେ ତାଙ୍କ ପାଖରେ ଗୋଟିଏ ୨୬୦ କୋଟି ଟଙ୍କାର ପ୍ରାଇଭେଟ ଜେଟ ବି ଅଛି । ଯେଉଁଥିରେ ସମସ୍ତ ପ୍ରକାରର ସୁବିଧା ଅଛି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।