କିଏ କେତେ ଧନୀ ? ଭାରତର ସବୁଠୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ ଓ ଚୀନର ସବୁଠୁ ଧନୀ ବ୍ୟକ୍ତି ଝୋଙ୍ଗ ଶାନଶାନଙ୍କ ଭିତରୁ କାହାର ସମ୍ପତ୍ତି କେତେ ଦେଖନ୍ତୁ

ଆଜି ଆମେ ଆପଣଙ୍କୁ ଭାରତ ଓ ଚୀନର ସବୁଠୁ ଧନୀ ବ୍ୟକ୍ତି ବିଷୟରେ କହିବୁ । ଏହା ସହିତ ଆମେ ଆପଣଙ୍କୁ କହିବୁ କି ସେମାନେ କେମିତି ଧନୀ ହେଲେ ଓ ବର୍ତ୍ତମାନ ଦୁନିଆରେ ସେମାନଙ୍କର ସ୍ଥିତି କଣ ଅଛି । ଯଦି ଚୀନର ସବୁଠୁ ଧନୀ ବ୍ୟକ୍ତି ବିଷୟରେ କହିବା ତେବେ ରିପୋର୍ଟ ଅନୁସାରେ ଝୋଙ୍ଗ ଶାନଶାନ ବର୍ତ୍ତମାନ ଚୀନର ସବୁଠୁ ଧନୀ ବ୍ୟକ୍ତି ଅଟନ୍ତି । ଯିଏ ଏହି ମହାମାରୀ ମଧ୍ୟରେ ବି ନିଜର ବିଜନେସକୁ ବହୁତ ଆଗକୁ ନେଇ ଯାଇଛନ୍ତି । ସେ ତାଙ୍କର ପିଲାଦିନେ ଛୋଟ ଛୋଟ କାମ କରିବା ଆରମ୍ଭ କରିଥିଲେ । ସମୟ ସହିତ ଯେତେବେଳେ ସ୍ଥିତି ଭଲ ହେଲା ତେବେ ସେ ନିଜ ଦମରେ ଏକ ପାଣି ବୋତଲ କମ୍ପାନୀ ଆରମ୍ଭ କରିଲେ ଓ ଆଜି ସେ ଚୀନର ସବୁଠୁ ବଡ କମ୍ପାନୀର ମାଲିକ ଅଟନ୍ତି ।

ଏହା ପରେ ସେ ଅନ୍ୟ କେତେକେ କମ୍ପାନୀର ମଧ୍ୟ ମାଲିକ ଅଟନ୍ତି । ସେଥିପାଇଁ ଆଜି ସେ ନିଜକୁ ଦୁନିଆର ଟପ ବିଲିନିୟରମାନଙ୍କ ଲିସ୍ଟରେ ସାମିଲ କରି ପାରିଛନ୍ତି । ଏହା ସତ୍ବେ ଝୋଙ୍ଗ ଶାନଶାନଙ୍କ ଲାଇଫ ଷ୍ଟାଇଲ ବହୁତ ସାଧାରଣ ଅଟେ । ଯଦି ଭାରତର ସବୁଠୁ ଧନୀ ବ୍ୟକ୍ତିଙ୍କ ବିଷୟରେ କହିବୁ ତେବେ ମୁକେଶ ଅମ୍ବାନୀ ଭାରତର ସବୁଠୁ ଧନୀ ବ୍ୟକ୍ତି ଅଟନ୍ତି । ମୁକେଶ ଅମ୍ବାନୀଙ୍କୁ ତାଙ୍କ ପିତା ଧୀରୁଭାଇ ଅମ୍ବାନୀଙ୍କ ଦ୍ଵାରା ତିଆରି କରାଯାଇଥିବା ଗୋଟିଏ ସଫଳ ବିଜନେସ ମିଳିଥିଲା ।

କିନ୍ତୁ ତାକୁ ଆଗକୁ ବଢାଇବାରେ ସେ ଦିନରାତି ଏକାଠି କରିଦେଲେ ଓ ନିଜର ପରିଶ୍ରମ ଓ ସାହାସ ବଳରେ ତେଲ, ଗ୍ୟାସ, ରିଟେଲ ଓ ଟେଲିକମ ସମସ୍ତ ପ୍ରକାରର ବିଜନେସରେ ସଫଳତା ପ୍ରାପ୍ତ କରିଛନ୍ତି ଓ ନିଜର କମ୍ପାନୀ ରିଲାୟ୍ଯାନ୍ସ ଇଣ୍ଡଷ୍ଟ୍ରିକୁ ବଡ ବଡ କମ୍ପାନୀରେ ସାମିଲ କରି ଦେଇଛନ୍ତି । କହିଦେଉଛୁ କି ମୁକେଶ ଅମ୍ବାନୀ ଦୁନିଆର ସବୁଠୁ ମହଙ୍ଗା ପ୍ରାଇଭେଟ ଘରରେ ରହୁଛନ୍ତି ଓ ଏହା ସହିତ ଗୋଟିଏରୁ ବଢି ଗୋଟିଏ ସୁବିଧା ତାଙ୍କ ପାଖରେ ଓ ତାଙ୍କ ପରିବାର ସମସ୍ତ ସଦସ୍ୟଙ୍କ ପାଖରେ ଅଛି ।

ଯଦି ବର୍ତ୍ତମାନର ରିପୋର୍ଟକୁ ଦେଖିବା ତେବେ ଭାରତର ସବୁଠୁ ସଫଳ ଓ ସବୁଠୁ ଧନୀ ବିଜନେସମ୍ୟାନ ପରସ୍ପରକୁ ବହୁତ ଟକ୍କର ଦେଉଛନ୍ତି । ପାଖାପାଖି ସମାନ ଆୟ କରି ଦୁଇ ଜଣ ସବୁଠୁ ଧନୀ ଲିସ୍ଟରେ ସବୁଦିନ ତଳ ଉପର ହେଉଥାନ୍ତି । ଯଦି ଦୁଇ ଜଣଙ୍କ ମଧ୍ୟରେ ଥିବା ପାର୍ଥକ୍ୟ ବିଷୟରେ କହିବୁ ତେବେ ଦୁଇ ଜଣଙ୍କ ନେଟ ୱୋର୍ଥ ୭୭ ବିଲିୟନ ଆମେରିକାନ ଡଲାର ସମ୍ପତ୍ତିର ମାଲିକ ଅଟନ୍ତି । ଏମାନେ ଦୁଇ ଜଣ ଦୁନିଆର ଟପ ୧୦ ବିଲିୟନ ଲିସ୍ଟରେ ବି ଅଛନ୍ତି ।

ଯଦି ଏସିଆର ସବୁଠୁ ଧନୀ ବ୍ୟକ୍ତିଙ୍କ ବିଷୟରେ କହିବୁ ତେବେ ଝୋଙ୍ଗ ଶାନଶାନ ନମ୍ବର ୧ରେ ଅଛନ୍ତି ଓ ମୁକେଶ ଅମ୍ବାନୀ ଦ୍ଵିତୀୟ ନମ୍ବରରେ ଅଛନ୍ତି ଓ ଯଦି ବିଶ୍ଵ ସ୍ତରରେ ଦେଖିବା ତେବେ ଝୋଙ୍ଗ ଶାନଶାନ ଦୁନିଆର ଅଷ୍ଟମ ଓ ମୁକେଶ ଅମ୍ବାନୀ ଦୁନିଆର ୯ମ ସବୁଠୁ ଧନୀ ବ୍ୟକ୍ତି ଅଟନ୍ତି । ଏହି ସ୍ଥାନ ସବୁବେଳେ ପରିବର୍ତ୍ତନ ହୋଇଥାଏ । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।