Bollywood ଇଣ୍ଡଷ୍ଟ୍ରି ର ଫେମସ ଶାଶୁ-ବୋହୁ ଯୋଡି, ଯେଉଁ ମାନଙ୍କ ମଧ୍ୟରେ ରହିଛି ମା-ଝିଅ ଭଳି ଭଲ ପାଇବା

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ବଲିଉଡ ଇଣ୍ଡଷ୍ଟ୍ରୀ ର କିଛି ପ୍ରସିଦ୍ଧ ଅଭିନେତ୍ରୀ ଏବଂ ତାଙ୍କ ବାସ୍ତବ ଜୀବନ ରେ ଶାଶୁ ଙ୍କ ସମ୍ବନ୍ଧରେ କହିବୁ। ବନ୍ଧୁଗଣ ବଲିଉଡ ଇଣ୍ଡଷ୍ଟ୍ରୀ ର ଅଭିନେତ୍ରୀ ମାନେ ନିଜ ଅଭିନୟ ସହିତ ନିଜ ସୁନ୍ଦରତା ପାଇଁ ସମ୍ପୂର୍ଣ୍ଣ ବଲିଉଡ ଇଣ୍ଡଷ୍ଟ୍ରୀ ରେ ନିଜର କାୟା ବିସ୍ତାର କରିଛନ୍ତି। ବନ୍ଧୁଗଣ ଏହି ଅଭିନେତ୍ରୀ ମାନେ ନିଜ ଅଭିନୟ ପାଇଁ ଯେତେ ମାତ୍ରା ରେ ଚର୍ଚ୍ଚା ରେ ଆସିଥାନ୍ତି, ତାଠାରୁ ଅଧିକ ଏହି ଅଭିନେତ୍ରୀ ମାନେ ନିଜ ବାସ୍ତବ ଜୀବନ କୁ ନେଇ ଚର୍ଚ୍ଚା ରେ ଆସିଥାନ୍ତି।

ବନ୍ଧୁଗଣ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, ବଲିଉଡ ଇଣ୍ଡଷ୍ଟ୍ରୀ ର ଅଭିନେତ୍ରୀ ମାନଙ୍କ ଠାରୁ ବାସ୍ତବ ଜୀବନ ରେ ତାଙ୍କ ଶାଶୁ ମାନେ ଅଧିକ ସୁନ୍ଦର ଅଟନ୍ତି। ତେବେ ବନ୍ଧୁଗଣ ଆଜି ଆମେ ଆପଣଂକୁ ସେହି ଅଭିନେତ୍ରୀ ଏବଂ ତାଙ୍କ ଶାଶୁ ଙ୍କ ବିଷୟରେ କହିବାକୁ ଯାଉଛୁ। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସମ୍ବନ୍ଧରେ।

୧. ବନ୍ଧୁଗଣ ପ୍ରଥମ ଅଭିନେତ୍ରୀ ଜଣକ ହେଉଛନ୍ତି ବଲିଉଡ ଇଣ୍ଡଷ୍ଟ୍ରୀ ର ପ୍ରସିଦ୍ଧ ଅଭିନେତ୍ରୀ ‘ଦୀପିକା ପାଦୁକୋନ’। ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ନିଜ ଅଭିନୟ ମାଧ୍ୟମରେ ଦର୍ଶକ ମାନଙ୍କ ମନରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଏବଂ ଫିଲ୍ମ ‘ପିକୁ’ ଠାରୁ ଆରମ୍ଭ କରି ଫିଲ୍ମ ‘ପଦ୍ମାବତ’ ଭଳି ଫିଲ୍ମ ରେ ମଧ୍ୟ ସେ ନିଜର ଅଭିନୟ ଏତେ ସୁନ୍ଦର ଭାବରେ କରିଛନ୍ତି ଯାହାଦ୍ୱାରା ଦର୍ଶକ ମାନେ ଆଶ୍ଚର୍ଯ୍ୟ ଚକିତ ହୋଇଛନ୍ତି। ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ଅଭିନେତା ‘ରଂବୀର ସିଂ’ ଙ୍କୁ ବିବାହ କରିଛନ୍ତି ।

ଯଦି ଏହି ଅଭିନେତ୍ରୀ ଙ୍କ ଶାଶୁ ଙ୍କ ସମ୍ବନ୍ଧରେ କହିବା ତେବେ ତାଙ୍କ ନାଁ ହେଉଛି ‘ଅଞ୍ଜୁ ଭବନାନୀ’। ଦୀପିକା ଏବଂ ତାଙ୍କ ଶାଶୁ ଙ୍କ ମଧ୍ୟ ରେ ଶାଶୁ ବୋହୁ ର ସମ୍ପର୍କ କମ ମାଆ ଝିଅ ର ସମ୍ପର୍କ ଅଧିକ ରହିଛି। ଏହି ଦୁହିଁ ଶାଶୁ ବୋହୁଙ୍କ ଯୋଡ଼ିଙ୍କ ମଧ୍ୟରେ ଅତ୍ୟନ୍ତ ଘନିଷ୍ଠ ସମ୍ପର୍କ ରହିଛି। ଯଦି ଦୀପିକା ଙ୍କ ଶାଶୁ ଙ୍କ ସୁନ୍ଦରତା ସମ୍ବନ୍ଧରେ କହିବା ତେବେ ସେ ୫୫ ବର୍ଷ ବୟସରେ ମଧ୍ୟ ବହୁତ ସୁନ୍ଦର ଦେଖାଯାନ୍ତି ଏବଂ ଏହାସହ ସେ ଖୁବ ଷ୍ଟାଇଲିସ ମଧ୍ୟ ଅଟନ୍ତି। ସେ ଲାଇମ ଲାଇଟ ରେ ରହିବାକୁ ବହୁତ ପସନ୍ଦ କରନ୍ତି ଏବଂ ଏଥିପାଇଁ ତାଙ୍କୁ ପ୍ରାୟତଃ ଫଁକ୍ସନ ରେ ସ୍ପଟ କରାଯାଏ।

୨. ବନ୍ଧୁଗଣ ଦ୍ଵିତୀୟ ଅଭିନେତ୍ରୀ ଜଣକ ହେଉଛନ୍ତି, ବଲିଉଡ ଇଣ୍ଡଷ୍ଟ୍ରୀ ରୁ ନେଇ ହଲିଉଡ଼ ଇଣ୍ଡଷ୍ଟ୍ରୀ ପର୍ଯ୍ୟନ୍ତ ନିଜର କାୟା ବିସ୍ତାର କରିଥିବା ଅଭିନେତ୍ରୀ ‘ପ୍ରିୟଙ୍କା ଚୋପ୍ରା’। ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ହଲିଉଡ଼ ସିଙ୍ଗର ‘ନିକ ଜୋନ୍ସ’ ଙ୍କୁ ବିବାହ କରିଛନ୍ତି। ଯଦି ଏହି ଅଭିନେତ୍ରୀ ଙ୍କ ଶାଶୁଙ୍କ ସମ୍ବନ୍ଧରେ କହିବା ତେବେ ତାଙ୍କ ନାଁ ହେଉଛି ‘ଡେନିସ ମିଲାର ଜୋନ୍ସ’ ଅଟେ ଏବଂ ସେ ପେସାରୁ ଜଣେ ଶିକ୍ଷିକା ଅଟନ୍ତି। ବନ୍ଧୁଗଣ ଯଦି ତାଙ୍କ ସୁନ୍ଦରତା ସମ୍ବନ୍ଧରେ କହିବା ତେବେ ସେ ଦେଖିବାକୁ ଖୁବ ସୁନ୍ଦର ଏବଂ ଷ୍ଟାଇଲିସ ଅଟନ୍ତି। ପ୍ରିୟଙ୍କା ଏବଂ ତାଙ୍କ ଶାଶୁ ଙ୍କ ମଧ୍ୟରେ ବହୁତ ଘନିଷ୍ଠ ସମ୍ପର୍କ ରହିଛି।

୩. ବନ୍ଧୁଗଣ ତୃତୀୟ ଅଭିନେତ୍ରୀ ଜଣକ ହେଉଛନ୍ତି, ‘କରିନା କପୁର ଖାଁ’। ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ୨୦୧୨ ମସିହାରେ ଅଭିନେତା ‘ସୈଫ ଅଲ୍ଲୀ ଖାଁ’ ଙ୍କୁ ବିବାହ କରିଥିଲେ। ବନ୍ଧୁଗଣ କରିନା ଙ୍କ ଶାଶୁ ଙ୍କ ସମ୍ବନ୍ଧରେ ଯଦି କହିବା ତେବେ ସେ ଅନ୍ୟ କେହି ନୁହନ୍ତି ସେ ହେଉଛନ୍ତି ୯୦ ଦଶକ ର ଲୋକପ୍ରିୟ ଅଭିନେତ୍ରୀ ‘ଶର୍ମିଲା ଟାଗୋର’ ଯିଏ ନିଜର ଅଭିନୟ ମାଧ୍ୟମରେ ବର୍ତ୍ତମାନ ପର୍ଯ୍ୟନ୍ତ ଦର୍ଶକ ଙ୍କ ମନରେ ରାଜ କରୁଛନ୍ତି।

ବନ୍ଧୁଗଣ ଯଦି ତାଙ୍କ ସୁନ୍ଦରତା ସମ୍ବନ୍ଧରେ କହିବା ତେବେ ୭୫ ବର୍ଷ ବୟସରେ ମଧ୍ୟ ସେ ପୂର୍ବ ଭଳି ସୁନ୍ଦର ଏବଂ ଜବାନ ଦେଖାଯାଉଛନ୍ତି। କରିନା ଏବଂ ତାଙ୍କ ଶାଶୁ ଙ୍କ ମଧ୍ୟରେ ମାଆ ଏବଂ ଝିଅ ଭଳି ସମ୍ପର୍କ ରହିଛି ଏବଂ ଦୁହେଁ ଏକାଠି ବହୁତ ସୁନ୍ଦର ଦେଖାଯାନ୍ତି। ପ୍ରାୟତଃ ଫଁକ୍ସନ ରେ ଏହି ଦୁହିଁ ଶାଶୁ ବୋହୁ ଙ୍କ ଯୋଡି କୁ ସ୍ପଟ କରା ଯିବାର ଦେଖାଯାଇଥାଏ।

୪. ବନ୍ଧୁଗଣ ଚତୁର୍ଥ ଅଭିନେତ୍ରୀ ଜଣକ ହେଉଛନ୍ତି, ବଲିଉଡ ଇଣ୍ଡଷ୍ଟ୍ରୀ ଙ୍କୁ ଅନେକ ହିଟ ଫିଲ୍ମ ପ୍ରଦାନ କରିଥିବା ଅଭିନେତ୍ରୀ ‘କାଜୋଲ ଦେବଗନ’। ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ଅଭିନେତା ଅଜୟ ଦେବଗନ ଙ୍କୁ ବିବାହ କରିଛନ୍ତି ଏବଂ ଯଦି ଏହି ଅଭିନେତ୍ରୀ ଙ୍କ ଶାଶୁ ଙ୍କ ସମ୍ବନ୍ଧରେ କହିବା ତେବେ ତାଙ୍କ ନାଁ ହେଉଛି ‘ଭିନା ଦେବଗନ’। କାଜୋଲ ଏବଂ ତାଙ୍କ ଶାଶୁଙ୍କ ସମ୍ପର୍କ ଅତ୍ୟନ୍ତ ମଧୁର ଅଟେ ଏବଂ ଏହି ଦୁହିଁ ଶାଶୁ ବୋହୁ ଙ୍କ ଯୋଡି ଏକାଠି ବହୁତ ସୁନ୍ଦର ଦେଖାଯାଏ। ବନ୍ଧୁଗଣ ଯଦି ତାଙ୍କ ଶାଶୁ ଙ୍କ ସୁନ୍ଦରତା ସମ୍ବନ୍ଧରେ କହିବା ତେବେ ୭୧ ବର୍ଷ ବୟସ ରେ ମଧ୍ୟ ସେ ବହୁତ ସୁନ୍ଦର ଦେଖାଯାନ୍ତି।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।