Neha kakkar ନିଜଠୁ 6 ବର୍ଷ ସାନ ପଞ୍ଜାବର ଏହି ପୁଅ ସହିତ କରିବାକୁ ଯାଉଛନ୍ତି ବିବାହ, ଜାଣନ୍ତୁ କଣ କରନ୍ତି ସେ

ଲକଡାଉନ ସମୟରେ ଅନେକ ଅଭିନେତା ଓ ଅଭିନେତ୍ରୀ ମାନେ ନିଜ ଘର ବସାଇଥିବା ର ଦେଖିବାକୁ ମିଳିଛି । ଏବେ ଏହି ତାଲିକାରେ ନାମ ସାମିଲ୍ ହେବାକୁ ଯାଉଛି ବଲିଉଡ ର ଲୋକପ୍ରିୟ ଗାୟିକା ନେହା କକ୍କର୍ ଙ୍କ ର । ଅଭିନେତା ହିମାଂଶ୍ କୋହଲି ଙ୍କ ସହ ପ୍ରେମ ସଂପର୍କ ଠୁ ନେଇ ବିଚ୍ଛିନ୍ନ ହେବାର ଦୁଃଖ ପର୍ଯ୍ୟନ୍ତ ସମସ୍ତ ଖବର ନେହା ନିଜ ଇନଷ୍ଟାଗ୍ରାମ୍ ପୋଷ୍ଟ ମାଧ୍ୟମରେ ନିଜ ପ୍ରଶଂସକ ଙ୍କ ସହ ବାଣ୍ଟିଥିଲେ । ଏହା ସହ ନେହାଙ୍କ ନାମ ଇଣ୍ଡିଆନ୍ ଆଇଡଲ୍ ପ୍ରତିଯୋଗୀ ବିଭୋର ପରାସର ଙ୍କ ସହ ମଧ୍ୟ ଯୋଡ଼ା ଯାଇଥିଲା ।

ଯେଉଁଥିପାଇଁ ନେହା ନିଜ ଜୀବନ ଶେଷ କରିବାକୁ ମଧ୍ୟ ଭାବି ନେଇଥିଲେ । ସେହିପରି ଇଣ୍ଡିଆନ୍ ଆଇଡଲ୍ ର ହୋଷ୍ଟ୍ ଥିବା ଆଦିତ୍ୟ ନାରାୟଣ ଙ୍କ ସହ ମଧ୍ୟ ତାଙ୍କ ନାମ ଯୋଡ଼ା ଯାଇଥିଲା । ଖବର ଆସିଥିଲା କି ସେମାନେ ଦୁହେଁ ଶୀଘ୍ର ବିବାହ ମଧ୍ୟ କରିବାକୁ ଯାଉଛନ୍ତି । କିନ୍ତୁ ଏହି ସବୁ ଖବରକୁ ପୂର୍ଣ୍ଣଚ୍ଛେଦ ପକାଇ ନେହା ନିଜ ଭାବୀ ପତି ଙ୍କ ସହ ନିଜ ଫୋଟୋ ଇନଷ୍ଟାଗ୍ରାମ୍ ରେ ପୋଷ୍ଟ କରିଛନ୍ତି ।

ନେହା ଙ୍କ ଭାବୀ ପତିଙ୍କୁ ଆପଣ ନିଶ୍ଚୟ ଜାଣିଥିବେ । କିଛି ଦିନ ପୂର୍ବରୁ କଲର୍ସ ଚ୍ୟାନେଲ ରେ ପ୍ରସାରିତ ହୋଇଥିବା ଅଭିନେତ୍ରୀ ଶେହନାଜ୍ ଗିଲ୍ ଙ୍କ ଅଭିନୀତ କାର୍ଯ୍ୟକ୍ରମ “ମୁଝସେ ଶାଦୀ କରୋଗି” ରେ ଦେଖିବାକୁ ମିଳିଥିବା ପଞ୍ଜାବର ପ୍ରସିଦ୍ଧ ଅଭିନେତା ଓ ଗାୟକ ରୋହନପ୍ରିତ୍ ସିଂ ଙ୍କ ସହ ଗାୟିକା ନେହା କକ୍କର୍ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ।

ଦୁଇ ଜଣ ନିଜ ନିଜ ଇନଷ୍ଟାଗ୍ରାମ୍ ପୋଷ୍ଟ ରେ ଏକ ମିଳିତ ଫୋଟୋ ସେୟାର କରି ନିଜ ସଂପର୍କ କୁ ସ୍ବୀକାର କରିଛନ୍ତି । ନେହା କକ୍କର୍ ଙ୍କ ଗୀତ “ଡାଇମଣ୍ଡ୍ ଦା ଛଲା” ରେ ଅଭିନୟ କରି ସେମାନେ ଏକ ଭିଡିଓ ପୋଷ୍ଟ କରିଥିଲେ । ଯାହାପରେ ଖବର ଶୁଣିବାକୁ ମିଳିଥିଲା କି ଏମାନେ ପ୍ରେମ ସମ୍ପର୍କରେ ଅଛନ୍ତି । କିନ୍ତୁ ଏବେ ସେମାନଙ୍କ ନିର୍ବନ୍ଧ ଖବର ମଧ୍ୟ ଏହି ଯୋଡ଼ି ସମସ୍ତଙ୍କୁ ଜଣାଇଛନ୍ତି ।

ନେହାଙ୍କ ବୟସ ୩୨ ହୋଇଥିବା ବେଳେ ରୋହନପ୍ରିତ୍ ଏବେ ମାତ୍ର ୨୬ ବର୍ଷ ବୟସର ଅଟନ୍ତି । ବହୁତ୍ କମ୍ ବୟସରୁ ରୋହନପ୍ରିତ୍ ନିଜ କ୍ୟାରିଅର ର ଆରମ୍ଭ କରିଥିଲେ । ୨୦୦୭ ମସିହାରେ ସେ “ସା ରେ ଗା ମା ପା ଲିଟିଲ୍ ଚାମ୍ଫସ୍” ରେ ଅଂଶଗ୍ରହଣ କରି ଫାଷ୍ଟ ରନର ଅଫ୍ ହୋଇଥିଲେ । ତା ପରେ ୨୦୧୭ ରେ ନିଜର ପ୍ରଥମ ଗୀତ “ବ୍ୟାଙ୍ଗ୍ ବ୍ୟାଙ୍ଗ୍” ରିଲିଜ୍ କରିଥିଲେ । ୨୦୧୮ ରେ କଲର୍ସ ଟିଭି ର ଲୋକପ୍ରିୟ ଶୋ “ରାଇଜିଂ ଷ୍ଟାର୍” ରେ ମଧ୍ୟ ଭାଗ ନେଇ ଫାଷ୍ଟ ରନର ଅଫ୍ ହୋଇଥିଲେ । ସେ ନିଜ ଗାୟିକି ମାଧ୍ୟମରେ ଅନେକଙ୍କ ହୃଦୟ ଜିତି ସେମାନଙ୍କ ପସନ୍ଦଯୋଗ୍ୟ ହୋଇଛନ୍ତି ।

ଗାୟିକା ଆଶା ଭୋସଲେ ଓ ଦିଲଜିତ୍ ଦୋସାଞ୍ଜ୍ ଙ୍କ ମଧ୍ୟ ପ୍ରିୟ ହୋଇ ପାରିଥିବା ରୋହନପ୍ରିତ୍ ୨୦୨୦ ରେ କଲର୍ସ ଟିଭି ର “ମୁଝସେ ଶାଦୀ କରୋଗି” ରେ ମଧ୍ୟ ଭାଗ ନେଇଥିଲେ । ଯେଉଁଠି ସେ ବିଗ୍ ବସ୍-୧୩ ପ୍ରତିଯୋଗୀ ଶେହନାଜ୍ ଗିଲ୍ ଙ୍କ ହୃଦୟ ଜିତିବାକୁ ବହୁତ୍ ଚେଷ୍ଟା କରିଥିଲେ କିନ୍ତୁ ଅସଫଳ ହୋଇଥିଲେ ।

ସେ ଶେହନାଜ୍ ଙ୍କ ହୃଦୟ ନ ଜିତି ପାରିଥିଲେ ମଧ୍ୟ କୋଟି କୋଟି ଭାରତୀୟ ଙ୍କ ହୃଦୟରେ ବାସ କରୁଥିବା ନେହା କକ୍କର୍ ଙ୍କ ହୃଦୟ ଜିଣିବାରେ ନିଶ୍ଚୟ ସଫଳ ହୋଇଛନ୍ତି । ଦୁଇ ଜଣଙ୍କ ଯୋଡ଼ି ମଧ୍ୟ ଏକାଠି ବହୁତ ସୁନ୍ଦର ଦିଶୁଛି । ତାଙ୍କ ପ୍ରଶଂସକ ମାନେ ତାଙ୍କୁ ନିର୍ବନ୍ଧ ର ଶୁଭକାମନା ଜଣାଇବା ସହ ବିବାହ ତାରିଖ ମଧ୍ୟ ପଚାରିବାକୁ ଲାଗିଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।