ଆଗ ଅପେକ୍ଷା ଆଜି ବହୁତ ବଦଳି ଯାଇଛନ୍ତି ‘ସପ୍ନେ ସୁହାନେ ଲଡକପନ କେ’ ରୁ ଫେମସ ହୋଇଥିବା ଏହି ଦୁଇ ଅଭିନେତ୍ରୀ, ଆଜି ଦେଖା ଯାଆନ୍ତି ବହୁତ ସୁନ୍ଦର ଆଉ ବୋଲ୍ଡ

ବନ୍ଧୁଗଣ ଜି ଟିଭି ରେ ପ୍ରସାରିତ ଲୋକପ୍ରିୟ ଧାରବାହିକ ‘ସପନେ ସୁହାନେ ଲଡ଼କପନ’ ନିଶ୍ଚୟ ଦେଖିଥିବେ।ଏହା ୨୦୧୨ ରେ ଟିଭି ରେ ପ୍ରସାରିତ କରାଯାଇଥିଲା। ଏହି ଧାରବାହିକ ରେ ଆମେ ଦୁଇ ଏମିତି ଝିଅ ଙ୍କ ର କାହାଣୀ ଦେଖିବାକୁ ପାଇଥିଲୁ ଯିଏ ନିଜର ଜୀବନ ଶୈଳୀ କୁ ଛାଡି ପରସ୍ପରର ଜୀବନ ଶୈଳୀ ରେ ବଞ୍ଚିବାକୁ ଚାହାନ୍ତି। ଧାରବାହିକ ର ଏହି କାହାଣୀ ଦର୍ଶକ ମାନଙ୍କୁ ଆକର୍ଷଣ କରିଥିଲା। ଏବଂ ଟିଭି ତ ଟି ଆର ପି ରେ ସବୁଠୁ ଆଗରେ ରହୁଥିଲା।ଏହି ଧାରବାହିକ ର ସଫଳତା ଏହି ଧାରବାହିକ ରେ ଥିବା ସମସ୍ତ କଳାକାରଙ୍କ ଦ୍ଵାରା ହିଁ ସମ୍ଭବ ହୋଇ ପାରିଥିଲା। ସେ ମୁଖ୍ୟ ନାୟକ ନାୟିକା ହୁଅନ୍ତୁ କିମ୍ବା ପାର୍ଶ୍ଵ କଳାକାର କିମ୍ବା ଖଳନାୟକ ଓ ଖଳନାୟିକା। ସମସ୍ତ ଙ୍କ ଯୋଗଦାନ ଦ୍ୱାରା ହିଁ ଏହା ସଫଳତା ଓ ପ୍ରସିଦ୍ଧି ଲାଭ କରି ପାରିଥିଲା।

ଏହି ଧାରବାହିକ ରେ ଥିବା ସମସ୍ତ ଚରିତ୍ର ଲୋକମାନଙ୍କୁ ଖୁବ ପସନ୍ଦ ଆସୁଥିଲା। କିନ୍ତୁ ସବୁଠୁ ଲୋକପ୍ରିୟ କଳାକାର ଥିଲେ ଗୁଂଜନ ଓ ରଚନା। ଯିଏ କି ଏହି ଧାରବାହିକ ର ମୁଖ୍ୟ କଳାକାର ଥିଲେ।ଏହି ଦୁଇ ଜଣ ନିଜ ନିଜର ଅଭିନୟ ରେ ସମସ୍ତ ଙ୍କ ହୃଦୟ ରେ ଘର କରିପାରିଥିଲେ। ଏହି ଧାରବାହିକ କୁ ସରିବାର ପାଞ୍ଚ ବର୍ଷ ହୋଇ ଗଲାଣି। ଏବଂ ଏହି ଧାରବାହିକ ରେ ମୁଖ୍ୟ ଅଭିନେତ୍ରୀ ଗୁଂଜନ ଓ ରଚନା ଆଜି ବହୁତ ବଦଳି ଗଲେଣି। ତାଙ୍କୁ ପ୍ରଥମ ନଜର ରେ ଜାଣିବା ବହୁତ କଷ୍ଟ ହେବ। ତେବେ ଚାଲନ୍ତୁ ଜାଣିବା ଗୁଂଜନ ଓ ରଚନା ଚରିତ୍ର ରେ ଅଭିନୟ କରୁଥିବା ଏହି ଅଭିନେତ୍ରୀ ମାନେ କିପରି ଦେଖାଯାଉଛନ୍ତି।

ଏହି ଧାରବାହିକ ରେ ମୁଖ୍ୟ ଅଭିନେତ୍ରୀ ଭାବେ ଅଭିନୟ କରୁଥିବା ଗୁଂଜନ ଙ୍କ ଅସଲି ନାମ ହେଲା ରୂପଲ ତ୍ୟାଗୀ। ତାଙ୍କ ଜନ୍ମ ୫ ଅକ୍ଟୋବର ୧୯୮୯ ରେ ବମ୍ବେ ରେ ହୋଇଥିଲା।ସେଥିପାଇଁ ତାଙ୍କ ସମସ୍ତ ପାଠ ପଢା ଏହି ବମ୍ବେ ରେ ସମ୍ପୂର୍ଣ୍ଣ ହୋଇଥିଲା।ରୂପଲ ନିଜର ଅଭିନୟ ଧାରବାହିକ ‘ହମାରୀ ବେଟିୟୋ କି ବିବାହ’ ୨୦୦୮ ରୁ ହିଁ ଆରମ୍ଭ ହୋଇଥିଲା। ସେ ଧାରବାହିକ ରେ ତାଙ୍କ ଚରିତ୍ର ଓ ଅଭିନୟ କୁ ଦର୍ଶକ ମାନେ ଖୁବ ପସନ୍ଦ କରିଥିଲେ। ଏବଂ ଏହା ଛଡା ସେ ଅନ୍ୟ ବହୁତ ଧାରବାହିକ ରେ ଅଭିନୟ କରିସାରିଛନ୍ତି।

ଯେମିତିକି ଧାରବାହିକ ‘କସମ ସେ’ ଭଳି ଲୋକପ୍ରିୟ ଧାରବାହିକ ରେ ଅଭିନୟ କରି ଖୁବ ଲୋକପ୍ରିୟ ହୋଇପାରିଥିଲେ। ଏବଂ ସେ ରିୟାଲିଟି ସୋ ବିଗ ବସ୍ ରେ ଯୋଗଦେଇ ନିଜର ବ୍ୟକ୍ତିତ୍ବ କୁ ଲୋକମାନଙ୍କ ଆଗରେ ପରିବେଷଣ କରିଥିଲେ ଏବଂ ଦର୍ଶକ ମାନେ ମଧ୍ୟ ରୂପଲ ଙ୍କୁ ଖୁବ ପସନ୍ଦ ମଧ୍ୟ କରିଥିଲେ। ଏବଂ ଏହି ସୋ ରେ ଭାଗ ନେଇ ସାରିବା ପରେ ତାଙ୍କୁ ଆଉ କୌଣସି ପରିଚୟ ର ଆବଶ୍ୟକ ନାହିଁ।ସେ ଏବେ ଘରେ ଘରେ ପରିଚିତ। ସେ ଧାରବାହିକ ରେ ଯେପରି ଚୁଲବୁଲି ଚରିତ୍ରରେ ଅଭିନୟ କରିଥିଲେ ବାସ୍ତବ ଜୀଵନ ରେ ମଧ୍ୟ ସେ ସେହିପରି ଚୁଲବୁଲି।

 

ସେହିପରି ଧାରବାହିକ ରେ ଅନ୍ୟ ମୂଖ୍ୟ ଚରିତ୍ର ରେ ଅଭିନୟ କରିଥିବା ରଚନା ଙ୍କ ଅସଲି ନାମ ହେଲା ମହିମା ମକବାନା। ତାଙ୍କ ଜନ୍ମ ୫ ଅଗଷ୍ଟ ୧୯୯୯ ବମ୍ବେ ରେ ହୋଇଥିଲା। ତାଙ୍କ ସମସ୍ତ ପାଠ ପଢ଼ା ମଧ୍ୟ ଏହି ବମ୍ବେ ରେ ହୋଇଥିଲା ସେ ନିଜର ଅଭିନୟ ଧାରବାହିକ ‘ବାଲିକା ବଧୂ’ ୨୦୦୯ ରେ ଗୌରୀ ଚରିତ୍ର ରେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିଣିବା ରେ ସଫଳ ହୋଇପାରିଥିଲେ।ଏବଂ ସେ ଘରେ ଘରେ ପରିଚିତ ହୋଇ ପାରିଥିଲେ।

ଏହା ପରେ ସେ ଅନ୍ୟ ବହୁତ ଧାରବାହିକ ରେ ଅଭିନୟ କରିଥିଲେ।ଏବଂ ଖୁବ ପ୍ରସିଦ୍ଧି ଲାଭ କରିଥିଲେ। ଉଦାହରଣ ସ୍ୱରୂପ ‘ରିସ୍ତେ କି ଚକ୍ରବ୍ୟୁ’ , ‘ଅଧୁରୀ କାହାଣୀ’ ଓ ‘ପ୍ୟାର ତୁନେ କ୍ୟା କିଆ’ ଆଦି ଲୋକପ୍ରିୟ ଧାରବାହିକ ରେ ଅଭିନୟ କରି ସମସ୍ତଙ୍କୁ ନିଜ ପ୍ରତି ଆକର୍ଷିତ ଓ ସମସ୍ତ ଙ୍କ ହୃଦୟରେ ଘର କରିବା ରେ ସଫଳ ହୋଇପାରିଥିଲେ। ଏବଂ ଆଜି ସେ କୌଣସି ପରିଚୟ ର ଆବଶ୍ୟକ ନାହିଁ।
ସପନେ ସୁହାନେ ଲଡ଼କପନ ଧାରବାହିକ ସରିବାର ପାଞ୍ଚ ବର୍ଷ ହୋଇଗଲାଣି ଆଉ ଏବେ ଏହି ମୁଖ୍ୟ ଅଭିନେତ୍ରୀ ଗୁଂଜନ ଓ ରଚନା ବର୍ତ୍ତମାନ ବହୁତ ବଦଳି ଗଲେଣି।

ସେ ନିଜର ଲୁକ ରେ ମଧ୍ୟ ବହୁତ ପରିବର୍ତ୍ତନ ଆଣିଛନ୍ତି। ରଚନା ଚରିତ୍ରରେ ଅଭିନୟ କରିଥିବା ମହିମା ଏବେ ୨୦ ବର୍ଷ ର ହୋଇଗଲେଣି ଓ ଗୁଂଜନ ଚରିତ୍ରରେ ଅଭିନୟ କରିଥିବା ରୂପଲ ଏବେ ୩୦ ବର୍ଷ ଅତିକ୍ରମ କରିସାରିଲେଣି। ଏହି ଦୁଇ ଜଣ ଆଗ ଅପେକ୍ଷା ଏବେ ଅଧିକ ଷ୍ଟାଇଲିସ ହୋଇ ଗଲେଣି ଓ ଫ୍ୟାସନ କୁ ଅଧିକ ଧ୍ୟାନ ମଧ୍ୟ ଦେଲେଣି।ଏହା ତାଙ୍କର ଫୋଟୋ ଓ ପୋଷ୍ଟରୁ ଜଣାଯାଏ। ଏବଂ ଏବେବି ସେ ଲୋକମାନଙ୍କ ର ପସନ୍ଦ ହୋଇ ରହିଛନ୍ତି।

ତେବେ ଫ୍ରେଣ୍ଡ୍ସ ଆପଣ ମାନଙ୍କୁ ଏହି ଦୁଇ ଅଭିନେତ୍ରୀ ଙ୍କ ମଧ୍ୟରୁ ସବୁଠୁ ଅଧିକ କିଏ ପସନ୍ଦ ଆମକୁ କମେନ୍ଟ କରି ଜଣାନ୍ତୁ ଓ ଆଗକୁ ମନୋରଞ୍ଜନ ଦୁନିଆର ସବୁ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ