ଗୋବିନ୍ଦାଙ୍କ ପ୍ରଥମ ପ୍ରେମ ହେଉଛନ୍ତି ପରି ଭଳି ସୁନ୍ଦର ଏହି ହିରୋଇନ, ଯାହାଙ୍କ ବହୁତ ଫିଲ୍ମ ଆପଣ ଦେଖି ସାରିଥିବେ
୯୦ ଦଶକର ସବୁଠୁ ସୁପରହିଟ ରହିଥିବା ଗୋବିନ୍ଦା ସମସ୍ତ କିରଦାରକୁ ନିଜ ହିସାବରେ ଅଭିନୟ କରିଥିବା, ଆଜି ବି ନିଜର ଡ୍ୟାନ୍ସ ଓ ହାସ୍ୟ ଅନ୍ଦାଜ କାରଣରୁ ଲକ୍ଷ ଲକ୍ଷ ଲୋକମାନଙ୍କ ହୃଦୟରେ ରାଜ କରିଥାନ୍ତି । ଗୋବିନ୍ଦାଙ୍କ ଡ୍ୟାନ୍ସକୁ ଆଜି ବି ବହୁତ ଲୋକମାନେ ପସନ୍ଦ କରନ୍ତି । ଗୋଟିଏ ଜମାନା ଥିଲା ଯେତେବେଳେ ସବୁ ଷ୍ଟାର ତାଙ୍କ ସହିତ କାମ କରିବା ପାଇଁ ସ୍ଵପ୍ନ ଦେଖୁଥିଲେ ।
ଗୋବିନ୍ଦା ନିଜ ଜମାନରେ ପ୍ରାୟତଃ ସମସ୍ତ ଅଭିନେତ୍ରୀଙ୍କ ସହ କାମ କରିଛନ୍ତି । ଏମିତିରେ ଆପଣ ଗୋବିନ୍ଦାଙ୍କ ବିଷୟରେ ବହୁତ କିଛି ଶୁଣିଥିବେ କିମ୍ବା ଦେଖିଥିବେ । କିନ୍ତୁ ଆଜି ଆମେ ତାଙ୍କର ପ୍ରଥମ ପ୍ରେମ ବିଷୟରେ କଥାବାର୍ତ୍ତା କରିବା ।
କହିବାକୁ ଗଲେ ଗୋବିନ୍ଦା ୧୯୮୬ରେ ନିଜର କ୍ୟାରିୟର ଆରମ୍ଭ ଫିଲ୍ମ ‘ଇଲଜାମ’ରୁ କରିଥିଲେ । ଏହି ଫିଲ୍ମ ସେହି ସମୟର ୫ ମ ସବୁଠୁ ବଡ ହିଟ ଫିଲ୍ମ ଥିଲା ଓ ଏହି ଫିଲ୍ମରେ ଗୋବିନ୍ଦାଙ୍କ ଅଭିନେତ୍ରୀ ଥିଲେ ନୀଲମ । ଦୁଇ ଜଣଙ୍କ ଯୋଡିକୁ ଦର୍ଶକମାନେ ବହୁତ ପସନ୍ଦ ବି କରିଥିଲେ । ଏହା ପରେ ଧୀରେ ଧୀରେ ଏହି ଯୋଡି ବଲୀଉଡର ସବୁଠୁ ପସନ୍ଦିତା ଯୋଡି ହୋଇଗଲା । ଗୋବିନ୍ଦା ଓ ନୀଲମ ଦୁଇ ଜଣଙ୍କ ହିଁ କ୍ୟାରିୟର ଭଲ ଚାଲୁଥିଲା ।
ଗୋବିନ୍ଦା ନୀଲମକୁ ନେଇ ବହୁତ ସଂବେଦନଶୀଳ ହୋଇ ଯାଇ ଥିଲେ । ସେଟ ଉପରେ ସେ ପ୍ରାୟତଃ ନୀଲମଙ୍କ ଆଖପାଖରେ ରହୁଥିଲେ । ଲୋକମାନଙ୍କ ଅନୁସାରେ ଗୋବିନ୍ଦା ନୀଲମଙ୍କ ସହିତ ନିଜର ପ୍ରେମକୁ ନେଇ ବହୁତ ଗମ୍ଭୀର ଥିଲେ । ନୀଲମ କୌଣସି ଅନ୍ୟ ଅଭିନେତାଙ୍କ ସହ କାମ କରିବାକୁ ନେଇ ଗୋବିନ୍ଦା ପସନ୍ଦ କରୁ ନ ଥିଲେ । ଯୋଡି ହିଟ ହେବା ମାତ୍ରେ ହିଁ ଦୁଇ ଜଣଙ୍କୁ ବହୁତ ଫିଲ୍ମର ଅଫର ବି ମିଳିବାକୁ ଲାଗିଲା ଓ ଦୁଇ ଜଣଙ୍କୁ ମିଳିଥିବା ସମସ୍ତ ଫିଲ୍ମକୁ ଏମାନେ ହଁ ବି କରି ଦେଲେ ।
ଗୋବିନ୍ଦା ଓ ନୀଲମ ବହୁତ ପାଖପାଖି ବି ହୋଇ ଯାଇ ଥିଲେ । ଦୁଇ ଜଣଙ୍କ ସମ୍ପର୍କ କିଛି ଆଗକୁ ବଢି ଥିଲା କି ଠିକ ସେହି ସମୟରେ ଗୋବିନ୍ଦାଙ୍କ ମା ଗୋବିନ୍ଦାଙ୍କ ପାଇଁ ବିବାହର ପ୍ରସ୍ତାବ ନେଇ ଆସିଲେ । କହିବାକୁ ଗଲେ ଗୋବିନ୍ଦାଙ୍କ ମା ଙ୍କୁ ଡାୟେରେକ୍ଟର ଅନିଲ ସିଂହଙ୍କ ପତ୍ନୀଙ୍କ ଭଉଣୀ ସୁନିତା ବହୁତ ପସନ୍ଦ ଆସି ଯାଇଥିଲା । ଏହା ପରେ ଗୋବିନ୍ଦାଙ୍କ ମା ଗୋବିନ୍ଦାଙ୍କୁ କହିଦେଲେ କି ସେ ସୁନିତାଙ୍କୁ ହିଁ ବିବାହ କରନ୍ତୁ ।
ଏହା ପରେ ଗୋବିନ୍ଦା ବି ନିଜର ମାଙ୍କ କଥାକୁ ମାନି ନେଲେ ଓ ସବୁକିଛି ଛାଡି ସୁନିତାଙ୍କୁ ବିବାହ କରି ନେଲେ । କିନ୍ତୁ ଲୋକମାନଙ୍କୁ ଏହି ବିବାହର ଖବର ସେତେବେଳେ ମିଳିଲା ଯେତେବଳେ ଗୋବିନ୍ଦ ଏକ ଝିଅର ପିତା ହେଲେ । ଗୋବିନ୍ଦାଙ୍କ କ୍ୟାରିୟର ଉପରେ ଏହି ବିବାହର ପ୍ରଭାବ ନ ପଡୁ ସେଥିପାଇଁ ଏହି ବିବାହ ଏକ ବର୍ଷ ପର୍ଯ୍ୟନ୍ତ ଗୋପନ ରଖା ଯାଇ ଥିଲା । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।