KGF 2 ରେ ୟସଙ୍କ ହିରୋଇନ ରୀନା (Srinidhi Shetty) ଙ୍କ ରିଅଲ ଲାଇଫ ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେଇଯିବେ, ଆଗରୁ କେବେ ଶୁଣି ନଥିବେ

ଆପଣ ସମସ୍ତେ KGF ଫିଲ୍ମ ନିଶ୍ଚିତ ଦେଖିଥିବେ । KGFର ପ୍ରଥମ ଚାପ୍ଟର ବହୁତ ହିଟ ମଧ୍ୟ ହୋଇଥିଲା । ଏମିତିରେ ଫିଲ୍ମ ନିର୍ମାତାମାନେ ଏହାର ଦ୍ଵିତୀୟ ଚାପ୍ଟର ଦର୍ଶକମାନଙ୍କ ସାମ୍ନାକୁ ଆଣିଛନ୍ତି । ଏହି କ୍ରମରେ କିଛି ଘଣ୍ଟା ପୂର୍ବରୁ ହିଁ ଏହି ଫିଲ୍ମର ଦ୍ଵିତୀୟ ପାର୍ଟର ଟିଜର ରିଲିଜ ହୋଇଛି । ଯେଉଁଥିରେ ସମସ୍ତଙ୍କର ପସନ୍ଦିତା ହିରୋ ୟଶ ବି ନଜର ଆସୁଛନ୍ତି । ଏହା ସହିତ ଏହି ଫିଲ୍ମରେ ନଜର ଆସୁଥିବା ଅଧୀରା କିରଦାର ବିଷୟରେ ବି ଆପଣ ସମସ୍ତେ ଜାଣିଛନ୍ତି । କିନ୍ତୁ kgf ୨ରେ ନଜର ଆସୁଥିବା ଅଭିନେତ୍ରୀ ରୀନା ରୟଙ୍କ ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । କହିବାକୁ ଗଲେ ଟିଜରରେ ଶ୍ରୀନିଧି କିଛି ସେକନ୍ଡ ପାଇଁ ହିଁ ନଜର ଆସୁଛନ୍ତି । ଚାଳନ୍ତୁ ଜାଣିବା ଶ୍ରୀନିଧିଙ୍କ ବିଷୟରେ ।

ଶ୍ରୀନିଧିଙ୍କ ଜନ୍ମ ୨୧ ଅକ୍ଟୋବର ୧୯୯୨ ମାଂଲୋରେ କର୍ଣାଟକରେ ହୋଇଥିଲା । ତାଙ୍କର ପିତାଙ୍କ ନାମ ରମେଶ ଶେଟ୍ଟୀ ଓ ତାଙ୍କ ମାତାଙ୍କ ନାମ କୁଶଳା ଶେଟ୍ଟୀ ଅଟେ । ଯେତେବେଳେ ଶ୍ରୀନିଧି ଦଶମ କ୍ଳାସରେ ଥିଲେ ତେବେ ତାଙ୍କର ମାତାଙ୍କ ନିଧନ ହୋଇଯାଇଥିଲା । ଶ୍ରୀନିଧିଙ୍କ ଦୁଇ ଭଉଣୀ ଅଛନ୍ତି, ଅମ୍ରିତା ଶେଟ୍ଟୀ ଓ ପ୍ରିୟଙ୍କା ଶେଟ୍ଟୀ ଓ ତିନି ଭଉଣୀ ମଧ୍ୟରେ ଶ୍ରୀନିଧି ଛୋଟ ଅଟନ୍ତି । ଶ୍ରୀନିଧି ନିଜର ସ୍କୁଲ ଶିକ୍ଷା ମାଂଲୋରରେ ପୁରା କରିଛନ୍ତି । ଏହା ପରେ ସେ ଆଗକୁ ପଢିବା ପାଇଁ ବାଂଲୋର ଚାଲିଗଲେ ।

ଶ୍ରୀନିଧିଙ୍କ ଅନୁସାରେ ସେ ନିଜର କଲେଜ ଟାଇମରେ ବହୁତ ଫ୍ୟାସନ ଶୋରେ ଅଂସ ଗ୍ରହଣ ମଧ୍ୟ କରିଛନ୍ତି । ଏହା ପରେ ନିଜର କଲେଜ ଶିକ୍ଷା ପୁରା କରିବା ପରେ ସେ ଗୋଟିଏ ସଫ୍ଟୱେର କମ୍ପାନୀରେ ମଧ୍ୟ କାମ କରିଲେ । କିନ୍ତୁ ତାଙ୍କୁ ମଡେଲ ହେବା ପାଇଁ ଇଚ୍ଛା ଥିଲା । ସେଥିପାଇଁ ସେ ନିଜର ଚାକିରି ଛାଡି ଦେଲେ । ଏହା ପରେ ସେ କେତେକ ବିଉଟି କମ୍ପଟିସନର ମଧ୍ୟ ଅଂଶଗ୍ରହଣ କରିଛନ୍ତି । ଗୋଟିଏ ମଡେଲ ରୂପରେ ନିଜର କ୍ୟାରିୟର ଆରମ୍ଭ କରିବା ପାଇଁ ତାଙ୍କ ପିତା ବି ତାଙ୍କ ସହିତ ସାଥ ଦେଲେ ।

ଏହା ପରେ ସେ ୨୦୧୬ରେ Miss Supranational, Miss Supranational Asia & Oceania, India’s Representative at Miss Supranational ଓ Miss Diva Supranational ଟାଇଟେଲକୁ ବି ନିଜ ନାଁରେ କରିଲେ । ଏହା ପରେ ତାଙ୍କୁ କେତେକ ଫିଲ୍ମରେ ଅଭିନୟ କରିବା ପାଇଁ ଅଫର ମଧ୍ୟ ମିଳିଲା । କିନ୍ତୁ ୨୦୧୮ର ଫିଲ୍ମ KGFରୁ ହିଁ ନିଜର ଫିଲ୍ମି କ୍ୟାରିୟର ଆରମ୍ଭ କରିଲେ । ଯେଉଁଥିରେ ସେ ୟଶର ହିରୋଇନ ହୋଇଥିଲେ । ଏମିତିରେ ବର୍ତ୍ତମାନ ୟଶ ଓ ଶ୍ରୀନିଧିଙ୍କ ଫ୍ୟାନମାନେ ତାଙ୍କର କେମେଷ୍ଟ୍ରିକୁ ଚାପ୍ଟର ୨ରେ ବି ଦେଖିବାକୁ ଚାହାନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।