ଜାଣନ୍ତୁ କଣ ପାଇଁ ବିବାହ ପରେ ପୋଲିସ ନିକଟକୁ ଗଲେ ସବ୍ୟ-ଅର୍ଚ୍ଚିତା

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ତ ଓଲିଉଡ ଇଣ୍ଡଷ୍ଟ୍ରୀ ର ପ୍ରସିଦ୍ଧ କଳାକାର ସବ୍ୟସାଚୀ ଏବଂ ଅର୍ଚ୍ଚିତା ଙ୍କୁ ନିଶ୍ଚିତ ଭାବରେ ଜାଣିଥିବେ । ଏହି ଦୁଇ କଳାକାର ବିଗତ କିଛି ଦିନ ହେବ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ବିବାହ କରିବା ପରେ ଏହି ଦୁହିଁଙ୍କ ବିବାହ ର ଫଟୋ ଓ ଭିଡିଓ ସୋସିଆଲ ମିଡିଆ ରେ ଭରପୁର ମାତ୍ରାରେ ସେୟାର କରାଯାଉଛି ଏବଂ ଭାଇରାଲ । ଏହି ଯୋଡ଼ି ଙ୍କ ବିବାହ ସମ୍ବନ୍ଧୀୟ ସମସ୍ତ ଘଟଣା ବର୍ତ୍ତମାନ ଚର୍ଚ୍ଚା ର ବିଷୟ ସାଜିଛି । ଦୁହିଁଙ୍କ କାର୍ଯ୍ୟ କଳାପ ମଧ୍ୟ ଚର୍ଚ୍ଚା ଚାଲିଛି ।

ତେବେ ବର୍ତ୍ତମାନ ଏହି ଯୋଡ଼ି ଅଚାନକ ତାମିଲନାଡୁ ର ପୋଲିସ ଫୋର୍ସ ର ଡିଜିପି ଜେ.କେ ତ୍ରିପାଠୀ ଙ୍କୁ ସାକ୍ଷାତ କରିଛନ୍ତି । ତେବେ ଏହାର ପଛରେ କଣ ରହସ୍ୟ ରହିଛି ତାହା ସମସ୍ତ ଦର୍ଶକ ମାନେ ଜାଣିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି ।

ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବୁ ଯେ କଣ ପାଇଁ ସବ୍ୟସାଚୀ ଓ ଅର୍ଚ୍ଚିତା ଅଚାନକ ତାମିଲନାଡୁ ର ଡିଜିପି ଙ୍କୁ ସାକ୍ଷାତ କରିଲେ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

ବନ୍ଧୁଗଣ ବର୍ତ୍ତମାନ ସମୟରେ ସବୁଠାରୁ ବଡ଼ ଖବର ଯାହା ରହିଛି ଯେ ସବ୍ୟସାଚୀ ଏବଂ ଅର୍ଚ୍ଚତା ତାମିଲନାଡୁ ର ପୋଲିସ ଫୋର୍ସ ର ଡିଜିପି ଙ୍କୁ ସାକ୍ଷାତ କରିଛନ୍ତି । ଏହି ସମ୍ବନ୍ଧରେ ସ୍ୱୟଂ ସବ୍ୟସାଚୀ ନିଜର ସୋସିଆଲ ମିଡିଆ ଆକାଉଣ୍ଟ ରେ କହିଛନ୍ତି ଏବଂ କିଛି ଫଟୋ ମଧ୍ୟ ନିଜର ସୋସିଆଲ ମିଡିଆ ଆକାଉଣ୍ଟ ରେ ସେୟାର କରିଛନ୍ତି ।

ସେ ଡିଜିପି ଜେ. କେ ତ୍ରିପାଠୀ ଙ୍କ ସହିତ ଫଟୋ କୁ ପୋଷ୍ଟ କରି ସେଥିରେ ନିଜର କ୍ୟାପ୍ସନ ମାଧ୍ୟମରେ କହିଛନ୍ତି ଯେ, ଯେତେବେଳେ କୋରୋନା ମହାମାରୀ ସମୟରେ ଲକଡାଉନ ହୋଇଥିଲା ଏବଂ ସେ ତାମିଲନାଡୁ ରେ ଥିବା ଓଡିଶା ବାସୀ ଙ୍କୁ ଓଡ଼ିଶା ଫେରାଇ ଆଣିଥିଲେ । ସେହି ସମୟରେ ତାମିଲନାଡୁ ର ଡିଜିପି ଜେ.କେ ତ୍ରିପାଠୀ ତାଙ୍କୁ ବହୁତ ସାହାଯ୍ୟ କରିଥିଲେ । ତାଙ୍କ ସହଯୋଗ ରେ ହିଁ ଅଭିନେତା ସବ୍ୟସାଚୀ ମିଶ୍ର ଓଡ଼ିଶା ବାସୀ ଙ୍କୁ ତାମିଲନାଡୁ ରୁ ଓଡ଼ିଶା ଫେରାଇ ଆଣିଥିଲେ ।

ଅଭିନେତା ସବ୍ୟସାଚୀ ମିଶ୍ର ଏହା ମଧ୍ୟ କହିଥିଲେ ଯେ ତାମିଲନାଡୁ ର ଡିଜିପି ମିଷ୍ଟର ଜେ.କେ ତ୍ରିପାଠୀ ଜଣେ ପରିଶ୍ରମୀ ପୋଲିସ ଅଫିସର ଅଟନ୍ତି ଏବଂ କୋରୋନା ମହାମାରୀ ସମୟରେ ମଧ୍ୟ ସେ ଦିନରାତି କାମ କରିଛନ୍ତି । ସେ ଜଣେ ସଚ୍ଚୋଟ ଏବଂ ବିନମ୍ର ପୋଲିସ ଅଫିସର ଅଟନ୍ତି ।

ଏହି କ୍ୟାପ୍ସନ ଲେଖି ସବ୍ୟସାଚୀ ସେହି ଫଟୋ କୁ ନିଜର ସୋସିଆଲ ମିଡିଆ ଆକାଉଣ୍ଟ ରେ ସେୟାର କରିଛନ୍ତି ଏବଂ କୋରୋନା ମହାମାରୀ ରେ ତାଙ୍କୁ ଡିଜିପି ଜେ. କେ ତ୍ରିପାଠୀ ଏତେ ମାତ୍ରାରେ ସାହାଯ୍ୟ କରିଥିବା ଯୋଗୁଁ ସବ୍ୟସାଚୀ ଏବଂ ଅର୍ଚ୍ଚିତା କୃତଜ୍ଞତା ଜ୍ଞାପନ କରିବା ନିମନ୍ତେ ବିବାହ ପରେ ଏକାଠି ସାକ୍ଷାତ କରିବାକୁ ଯାଇଥିଲେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।