ପପୁ – ପିଲାଦିନୁ ହିଁ ଇଚ୍ଛା ଥିଲା ବଡ ମଣିଷ ହେବା ପାଇଁ ! ଗପୁ – ପୁଣି କଣ ହେଲା, ହୋଇଗଲୁ ?

ଆଜିର ବ୍ୟସ୍ଥତା ବହୁଳ ଜୀବନରେ ଲୋକମାନେ ଏତେ ବ୍ୟସ୍ତ ହୋଇ ଯାଇଛନ୍ତି କି ମନ ଖୁସି କରିବା ପାଇଁ ନିଜ ପାଖରେ ସମୟ ହିଁ ନାହିଁ । କିନ୍ତୁ ଜୀବନରେ ହସିବା ନିତ୍ୟାନ୍ତ ଆବଶ୍ୟକ । ଏହା ଦ୍ଵାରା ଆମ ସ୍ୱାସ୍ଥ୍ୟ ଉପରେ ମଧ୍ୟ ସକାରାତ୍ମକ ପ୍ରଭାବ ପଡିଥାଏ । ସେଥିପାଇଁ ଆଜି ଆମେ ଆପଣଙ୍କ ପାଇଁ କିଛି ମଜାଦାର ଜୋକ୍ସ ନେଇ ଆସିଛୁ ଯାହାକୁ ପଢିଲା ପରେ ଆପଣ ନ ହସି ରହି ପାରିବେନି । ତେବେ ଚାଲନ୍ତୁ ଜାଣିବା ସେହି ଜୋକ୍ସ ।

ପ୍ରଥମ ଜୋକ :

ପତ୍ନୀ : ଶୁଣୁଛ….. ଗୁପ୍ତା ବାବୁଙ୍କ ଝିଅ ଆକାଉଣ୍ଟରେ ୯୯ ନମ୍ବର ଆଣିଛି ।

ସ୍ଵାମୀ : ଠିକ ଅଛି……କିନ୍ତୁ ବାକି ୧ ନମ୍ବର କୁଆଡେ ଗଲା ?

ପତ୍ନୀ : ୧ ନମ୍ବର ଆମର ପୁଅ ଆଣିଛି ।

ଦ୍ଵିତୀୟ ଜୋକ :

ଅଚାନକ ଟେଲିକମ କମ୍ପାନୀମାନେ ଘୋଷଣା କରି ଦେଲେ କି ଆଜି ଠାରୁ ମିସ କଲ ଉପରେ ବି ୧୦ ପଇସା ଚାର୍ଜ ଲାଗିବ ।

ଏହି ଖବର ଶୁଣି ୮୮୭ ଜଣ ଝିଅଙ୍କ ଜୀବନ ଯାଇ ସାରିଛି ।

ତୃତୀୟ ଜୋକ :

ଆଜିକାଲି କିଛି ଲୋକମାନେ ବିଜେପିର ଏତେ ବଡ ଭକ୍ତ ଅଟନ୍ତି କି,

ଟ୍ରେନରେ ଜଣେ ଯାତ୍ରୀକୁ ମୁଁ କହିଲି,

ଭାଇ ଏହି ବର୍ଷ ଗରମ ବହୁତ ଲାଗୁଛି ।

ଯାତ୍ରୀ ଜଣକ ରାଗିଗଲା ଓ

କହିଲା କି

କଂଗ୍ରେସ ସମୟରେ କଣ ଗରମ ହେଉ ନ ଥିଲା !!!!!

ଚତୁର୍ଥ ଜୋକ :

ସ୍ଵାମୀ : ସମ୍ମୋହନ କଣ ହୋଇଥାଏ ।

ପତ୍ନୀ : କାହାକୁ ନିଜର କଣ୍ଟ୍ରୋଲରେ କରି ନିଜର କାମ କରାଇବା ।

ସ୍ଵାମୀ : ମିଛ କଥା….. ତାକୁ ତ ବିବାହ କୁହନ୍ତି ।

ପଞ୍ଚମ ଜୋକ :

ପପୁ – ପିଲାଦିନୁ ହିଁ ଇଚ୍ଛା ଥିଲା ବଡ ମଣିଷ ହେବା ପାଇଁ !

ଗପୁ – ପୁଣି କଣ ହେଲା, ହୋଇଗଲୁ ?

ପପୁ – ନା….

ଗପୁ – କାହିଁକି ?

ପପୁ – ପିଲାଦିନ ଚାଲିଗଲା, ଇଚ୍ଛା ବି ଶେଷ ହୋଇଗଲା !!!!

ଷଷ୍ଠ ଜୋକ :

ଗୋଟିଏ ପାଗଳ ଖାଲି ପେପରକୁ ବାରମ୍ବାର ଚୁମ୍ବନ ଦେଉଥିଲା ।

ଦ୍ଵିତୀୟ ପାଗଳ – ଏହା କଣ ଅଟେ ?

ପ୍ରଥମ ପାଗଳ – ଏହା ପ୍ରେମ ପତ୍ର ଅଟେ …!!

ଦ୍ଵିତୀୟ ପାଗଳ – କିନ୍ତୁ ଏହା ତ ଖାଲି ଅଛି ……!!!!!

ପ୍ରଥମ ପାଗଳ – ଆଜିକାଲି କଥାବାର୍ତ୍ତା ବନ୍ଦ ଅଛି …!!

ସପ୍ତମ ଜୋକ :

ଝିଅ – ମୋ ବାପା ମୋତେ ନୂଆ ଫୋନ କିଣି ଦେଇଛନ୍ତି ।

ପୁଅ – ଭଲ, କେଉଁ କମ୍ପାନୀର ?

ଝିଅ – ଲାବାରିସ …..!!!

ପୁଅ – ଓଃ ମୂର୍ଖର ରାଣୀ, ସେଇଟା ଲାବାରିସ ନୁହେଁ LAVA IRIS ଅଟେ ।

ଅଷ୍ଟମ ଜୋକ :

ଜୀବନରେ ସବୁବେଳେ ଗୋଟିଏ ଭଲ ବନ୍ଧୁ ନିଜ ପାଖରେ ସବୁବେଳେ ରଖ

କାରଣ ଯେଉଁ ଦିନ ଆପଣଙ୍କ ଘରେ କଲରା ଓ ପାଣି କଖାରୁ ରୋଷେଇ ହୋଇଥିବ ସେହି ଦିନ ତୁମେ ସେହି ବନ୍ଧୁ ଘରକୁ ଯାଇ ଖାଦ୍ୟ ଖାଇ ପାରିବ ……!!!!

ସାଙ୍ଗମାନେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।