ପୁରା ମଧୁବାଲାଙ୍କ ଭଳି ନଜର ଆସୁଛନ୍ତି ଏହି ଟିକଟକ ଷ୍ଟାର, ଫ୍ୟାନମାନେ ଚାହୁଁଛନ୍ତି କି ଫିଲ୍ମରେ ନଜର ଆସନ୍ତୁ ଏହି ଝିଅ

ଆଜିକାଲି ପ୍ରିୟଙ୍କା କଂଡୱାଲ ଯିଏକି ଜଣେ ଟିକଟକ ଷ୍ଟାର ଅଟନ୍ତି, ଇଣ୍ଟର୍ନେଟ ସେଂସେଶନ ପାଲଟିଛନ୍ତି । ପ୍ରିୟଙ୍କା କଂଡୱାଲ ପୂରାପୂରି ଅଭିନେତ୍ରୀ ମଧୁବାଲାଙ୍କ ଭଳି ଦେଖା ଯାଉଛନ୍ତି । କହିବାକୁ ଗଲେ ମଧୁବାଲାଙ୍କୁ ଆଜି ପର୍ଯ୍ୟନ୍ତ ସବୁଠୁ ସୁନ୍ଦର ଅଭିନେତ୍ରୀ ବୋଲି କୁହାଯାଏ । ମଧୁବାଲାନାଙ୍କ ଭଳି ଦେଖାଯିବା କାରଣରୁ ପ୍ରିୟଙ୍କା କଂଡୱାଲଙ୍କର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହୋଇଥାଏ । ପ୍ରିୟଙ୍କା ଓ ମଧୁବାଲାଙ୍କୁ ଦେଖି ଜଣାପଡେ ନାହିଁ କି ଅସଲ ମଧୁବାଲା କିଏ ଅଟେ ।

ପ୍ରିୟଙ୍କା କଂଡୱାଲଙ୍କ ଫ୍ୟାନମାନେ ତାଙ୍କୁ ଟିକଟକ ମଧୁବାଲା ବୋଲି କୁହନ୍ତି । ପ୍ରିୟଙ୍କା କଂଡୱାଲ  ନିଜର ଲୁକ କାରଣରୁ ଆଜିକାଲି ସୋସିଆଲ ମିଡିଆରେ ବହୁତ ହଙ୍ଗାମା କରୁଛନ୍ତି ।

ପ୍ରିୟଙ୍କା କଂଡୱାଲ ପ୍ରାୟତଃ ମଧୁବାଲା ଗେଟପ ନେଇ ତାଙ୍କରି ଗୀତରେ ଟିକଟକ ଭିଡିଓ କରୁଛନ୍ତି । ପ୍ରିୟଙ୍କାଙ୍କ ଫ୍ୟାନମାନେ ପ୍ରିୟଙ୍କାଙ୍କ ଭିଡିଓ ଓ ଫଟୋକୁ କରଣ ଜୌହରଙ୍କୁ ଟ୍ୟାଗ କରି ପ୍ରିୟଙ୍କାଙ୍କୁ ଫିଲ୍ମରେ ଅଭିନେତ୍ରୀ ରୂପରେ ସାଇନ କରିବା ପାଇଁ ଅପିଲ ବି କରିଛନ୍ତି ।

ପ୍ରିୟଙ୍କା କଂଡୱାଲଙ୍କର ଟିକଟକ ରେ ୧ ଲକ୍ଷରୁ ବି ଅଧିକ ଫଲୋଅର୍ସ ଅଛନ୍ତି । ପ୍ରିୟଙ୍କା ଟିକଟକ ଛଡା ସୋସିଆଲ ମିଡିଆରେ ବି ବହୁତ ଆକ୍ଟିବ ରୁହନ୍ତି । ଏହା ଛଡା ଇଂସ୍ଟାଗ୍ରାମରେ ବି ପ୍ରିୟଙ୍କାଙ୍କର ୮୭୦୦ରୁ ବି ଅଧିକ ଫଲୋଅର୍ସ ଅଛନ୍ତି । ପ୍ରିୟଙ୍କା ଇଂସ୍ଟାଗ୍ରାମରେ ମଧ୍ୟ ନିଜର ଭିଡିଓ ଶେୟାର କରିଥାନ୍ତି ।

କିଛି ଦିନ ପୂର୍ବେ କୈଟରୀନା କୈଫଙ୍କ ଭଳି ଦେଖା ଯାଉଥିବା ଏକ ଝିଅ ବି ସାମ୍ନାକୁ ଆସିଥିଲା । ଏହି ଝିଅର ନାମ ଏଲିନା ରାୟ ଥିଲା । ଏଲିନା ରାୟର ଫ୍ୟାନମାନେ ତାଙ୍କୁ ଟିକଟକ ର କୈଟରୀନା ବୋଲି କହୁଥିଲେ । କିଛି ଦିନ ପୂର୍ବେ ଅନୁଷ୍କା ଶର୍ମାଙ୍କ ଭଳି ଦେଖା ଯାଉଥିବା ଏକ ଝିଅର ଫଟୋ ମଧ୍ୟ ଭାଇରାଲ ହୋଇଥିଲା । ଅନୁଷ୍କା ଶର୍ମା ଭଳି ଦେଖା ଯାଉଥିବା ଏହି ଝିଅ ଜଣେ ଗାୟିକା ଅଟେ । ଯାହାର ନାମ ଜୂଲିୟା ମାଇକଲ୍ସ ଅଟେ ।

https://twitter.com/i/status/1181862734100480000

କହିବାକୁ ଗଲେ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆ ଏକ ଏମିତି ସାଧନ ହୋଇ ଯାଇଛି ଯେଉଁଠି କୌଣସି ବି ବ୍ୟକ୍ତି ପ୍ରସିଦ୍ଧ ହୋଇ ପାରିବ । ଆଜିକାଲି ସୋସିଆଲ ମିଡିଆ ଉପରେ ଟିକଟକ ବହୁତ ଲୋକପ୍ରିୟ ହୋଇ ଯାଇଛି । ଏହା ଏକ ଚାଇନୀଜ ଆପ ଅଟେ । ଯାହା ଦ୍ଵାରା ବହୁତ ସାଧାର ଲୋକମାନେ ଷ୍ଟାର ହୋଇ ଯାଇଛନ୍ତି ।

 

View this post on Instagram

 

Haal kaisa hai apka ? #madhubalajiforever #madhubala #oldmovies #bollywood

A post shared by Priyanka Kandwal (@priyankakandwal) on

 

View this post on Instagram

 

Ye kya kar dala zalim #madhubalajiforever ?? #tiktok #tiktokindia

A post shared by Priyanka Kandwal (@priyankakandwal) on

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।