Dibya ଗାଇଲେ ଚମତ୍କାର ଗୀତ ଆଉ ତା ସାଙ୍ଗକୁ ପପୁ ପମ ପମ & Viral Boy Santanuଙ୍କ Comedy, ଦେଖିଲେ ହସି ହସି ଗଡିବେ ଆପଣ !

ବନ୍ଧୁଗଣ, ସିଦ୍ଧାର୍ଥ ଟିଭିରେ ପ୍ରସାରିତ ଓଡିଶାର ଗୀତ ରିୟାଲିଟି ଶୋ ‘ଓଡିଶାର ନୂଆ ସ୍ଵର’ ତ ଆପଣ ନିଶ୍ଚୟ ଦେଖୁଥିବେ । ବର୍ତ୍ତମାନ ଏହି ଶୋ’ଟି ଟପ୍ ରେ ଥିବା ବେଳେ କୁନି କୁନି ପିଲାଙ୍କର ଗୀତ ଗାଇବା ଦକ୍ଷତା ଲୋକଙ୍କ ମନକୁ ଖୁବ ସ୍ପର୍ଶ କରୁଛି । ଏହି ଶୋ ର ଏକ ନୂଆ ଅଧ୍ୟାୟରେ ପ୍ରତିଯୋଗୀ ଦିବ୍ୟ ସାଇ ଦାସ ଯେଉଁ ଗୀତ ଗାଇଥିଲେ ତାକୁ ନେଇ ଖୁବ ଚର୍ଚ୍ଚା ହେଉଛି । “ଚିଠି ମୋର ଆସିଲାନି ଆସିବାର ଥିଲା, ଚିଠି ମୋର ଡାକଘରୁ ଚୋରୀ ହୋଇଗଲା” ।

ଦିବ୍ୟଙ୍କ ଏହି ଗୀତଟିର ତାଳେ ତାଳେ ସବୁ ଜଜ୍, ମହାଜଜ୍ ଏବଂ ହାସ୍ୟ ଅଭିନେତା ପପୁ ପମପମ୍ ମଧ୍ୟ ଝୁମିଥିଲେ । ଦିବ୍ୟ ଖୁବ ଚମତ୍କାର ଶୈଳୀରେ ଏହି ଗୀତକୁ ଉପସ୍ଥାପନ କରିଥିଲେ । ତେବେ ଗୀତଟି ଥିଲା ଚିଠି ଉପରେ । ସେହି ଯୁଗରେ ଯେତେବେଳେ ଭାବ ଆଦାନ ପ୍ରଦାନ ବା ଯୋଗାଯୋଗର କୌଣସି ମାଧ୍ୟମ ନଥିଲା ସେତେବେଳେ ଚିଠି ଖଣ୍ଡିଏର ମହତ୍ଵ ବହୁତ ବେଶୀ ଥିଲା । ତେଣୁ ଦିବ୍ୟ ଗୀତ ଗାଇ ସାରିବା ପରେ ଚିଠିକୁ ନେଇ ଖୁବ ଚର୍ଚ୍ଚା ହୋଇଥିଲା । ମହାଜଜ୍ ମଧ୍ୟ ଚିଠିକୁ ନେଇ ଅନେକ କଥା କହିଥିଲେ ।

ଏବେ ତ ସ୍ଵିଚ ଚିପିଲେ ଜଣେ ଯେତେ ଦୂରରେ ଥାଉ ନା କାହିଁକି ତା’ ସହ ଆମେ କଥା ହୋଇପାରୁଛୁ । କିନ୍ତୁ ସେତେବେଳେ ଅନ୍ୟଜଣଙ୍କ କଥା ବା ଭାବକୁ ଚିଠି ମାଧ୍ୟମରେ ପଢିବା ପାଇଁ ଲୋକଙ୍କୁ ଅନେକ ଦିନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡୁଥିଲା । ଆଉ ଯେତେଦିନର ଅପେକ୍ଷା ସେତେଦିନର ଭାବକୁ ସାଥିରେ ନେଇ ଆସୁଥିଲା ଚିଠି ।

ମା’ ଦୂରରେ ରହି କାମ କରୁଥିବା ପୁଅର ଚିଠି ହେଉ ବା ପ୍ରେମିକା ତ’ ପ୍ରେମିକର ଚିଠିକୁ ଅପେକ୍ଷା କରି ରହୁଥିଲା । ଆଉ କିପରି ନିଜର ବନ୍ଧୁଙ୍କ ପ୍ରେମ ଚିଠିକୁ ସୁଧାରୁ ସୁଧାରୁ ମହାଜଜ୍ ଜଣେ ସଙ୍ଗୀତକାର ହୋଇଗଲେ ତା ଉପରେ ନିଜ ଜୀବନ କାହାଣୀର ଛୋଟ ଅଂଶ ମଧ୍ୟ କହିଥିଲେ । ଆଉ ଏହାପରେ ପପୁ ପମପମ୍ ଦିବ୍ୟଙ୍କୁ ପଚାରିଥିଲେ କି ଚିଠି କେଉଁଥିରେ ତିଆରି ହୁଏ ।

ଏହାର ଉତ୍ତର କିନ୍ତୁ ଦିବ୍ୟ ଦେଇପାରି ନଥିଲେ । ତେଣୁ ପପୁ ତାଙ୍କୁ ଗୀତ ଗାଇବା ପୂର୍ବରୁ ତାକୁ ଭଲରେ ବୁଝିବାକୁ ପରାମର୍ଶ ଦେଇଥିଲେ । ପପୁଙ୍କ ଏହି ପ୍ରଶ୍ନର ଉତ୍ତର ଭାଇରାଲ ବୟ ଶାନ୍ତୁନୁ ଦେଇଥିଲେ । ପପୁ ପଚାରିଥିଲେ ଚିଠି ଟିଣ, ବାଉଁଶ, ପ୍ଲାଷ୍ଟିକ, କାଗଜ ଆଦି ମଧ୍ୟରୁ କେଉଁଥିରେ ତିଆରି ହୋଇଥାଏ ।

ସାନ୍ତୁନୁ କହିଥିଲେ କି ଚିଠି ବାଉଁଶରେ ତିଆରି । ତାଙ୍କ ଉତ୍ତର ଶୁଣି ସମସ୍ତେ ହସି ପକାଇଥିଲେ । ପପୁ ପମପମ୍ ଓ ଶାନ୍ତନୁଙ୍କ କିଛି ସମୟର କଥାବାର୍ତ୍ତା ଦର୍ଶକଙ୍କୁ ଏବଂ ଜଜ୍ ମାନଙ୍କୁ ଖୁବ ମନୋରଞ୍ଜନ କରାଇଥିଲା । ଆପଣଙ୍କୁ ଓଡିଶାର ନୂଆ ସ୍ଵରର ଏହି ଅଧ୍ୟାୟଟି କିପରି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।