ରାଜକୁନ୍ଦ୍ରାଙ୍କର ପ୍ରଥମ ସ୍ତ୍ରୀ ବି ଶିଳ୍ପା ସେଟ୍ଟୀଙ୍କ ଠାରୁ କମ ସୁନ୍ଦର ନୁହନ୍ତି, ଫଟୋ ଦେଖି ହେଇଯିବ ବିଶ୍ଵାସ

ଶିଳ୍ପା ସେଟ୍ଟୀ ବଲୀଉଡର ଜଣେ ଜଣା ଶୁଣା ଅଭିନେତ୍ରୀ ଅଟନ୍ତି । କହିବାକୁ ଗଲେ ଶିଳ୍ପା ସେଟ୍ଟୀ ଆଜି କୌଣସି ପରିଚୟର ମୋହତାଜ ନୁହନ୍ତି । ନିଜର କ୍ୟାରିୟର ଆରମ୍ଭ ସେ ‘ବାଜୀଗର ଫିଲ୍ମରୁ’ କରିବା ପରେ ବଲୀଉଡ ରେ ଗୋଟିଏ ପରେ ଗୋଟିଏ ହିଟ ଫିଲ୍ମ ଦେଇ ଚାଲିଲେ । ତାଙ୍କର ଫିଲ୍ମ କ୍ୟାରିୟର ସଫଳ ରହିଛି । ଏହା ପରେ ୨୦୦୯ରେ ଶିଳ୍ପା ସେଟ୍ଟୀ ବିଜନେସ ମ୍ୟାନ ରାଜ କୁନ୍ଦ୍ରାଙ୍କୁ ବିବାହ କରି ନେଲେ । ବିଜନେସମ୍ୟାନ ରାଜ କୁନ୍ଦ୍ରା ପୂର୍ବରୁ ବିବାହିତ ଥିଲେ ଓ ତାଙ୍କର ପ୍ରଥମ ପତ୍ନୀ ବି ସୁନ୍ଦରତା ମାମଲାରେ କୌଣସି ଅଭିନେତ୍ରୀ ଠାରୁ କମ ନୁହନ୍ତି । ଆଜି ଆମେ ରାଜ କୁନ୍ଦ୍ରାଙ୍କର ପୂର୍ବ ପତ୍ନୀଙ୍କ ବିଷୟରେ ଆପଣଙ୍କୁ କିଛି କହିବୁ ।

Image courtesy: Google

ଆପଣଙ୍କୁ କହିଦେଉଛୁ କି ରାଜ କୁନ୍ଦ୍ରା ଲଣ୍ଡନରେ ଭାରତ ଦେଶର ଏକ ବଡ ବିଜନେସମ୍ୟାନ ଅଟନ୍ତି । ୨୦୦୪ରେ ତାଙ୍କୁ ବ୍ରିଟେନର ୧୯୮ ସବୁଠୁ ଧନୀ ଲୋକମାନଙ୍କ ଶ୍ରେଣୀରେ ସ୍ଥାନ ମିଳିଥିଲା । ରାଜ ବର୍ତ୍ତମାନ ସମୟରେ ଲଣ୍ଡନରେ ୟୁକେ ଟ୍ରେଡକର୍ପ ଲିମିଟେଡର ନିର୍ଦ୍ଦେଶକ ଓ ସିଈଓ ଅଟନ୍ତି ।

Image courtesy: Google

ରାଜ କୁନ୍ଦ୍ରାଙ୍କର ପ୍ରଥମ ବିବାହ କବିତା କୁନ୍ଦ୍ରାଙ୍କ ସହ ହୋଇଥିଲା । କିନ୍ତୁ ସେ କବିତାଙ୍କୁ ୨୦୦୬ରେ ଡିଭୋର୍ସ ଦେଇଦେଲେ । ରାଜଙ୍କୁ ନିଜର ପ୍ରଥମ ପତ୍ନୀଙ୍କ ଠାରୁ ଏକ ଝିଅ ବି ଅଛି । ଏହା ପରେ ରାଜ ଓ ଶିଳ୍ପାଙ୍କର ପ୍ରଥମ ସାକ୍ଷାତ ଲଣ୍ଡନରେ ହୋଇଥିଲା । ଦୁଇ ଜଣ ପ୍ରଥମେ ବିଜନେସ ପାର୍ଟନର ହେଲେ ଓ ଏହା ପରେ ଦୁଇ ଜଣଙ୍କର ପ୍ରେମ କାହାଣୀ ଆରମ୍ଭ ହୋଇଗଲା ।

Image courtesy: Google

ମିଡିଆରେ ଏମାନଙ୍କର ପ୍ରେମ କାହାଣୀ ଶୁଣିବା ପରେ ଶିଳ୍ପାଙ୍କର ମା ଶିଳ୍ପାଙ୍କ ଉପରେ ବିବାହ କରିବା ଚାପ ପକାଇଲେ । ଏହା ପରେ ସେମାନେ ବିବାହ କରି ନେଲେ ।

Image courtesy: Google

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।