ଆଜିର ରାଶିଫଳ, 6 ସେପ୍ଟେମ୍ବର 2019 ଶୁକ୍ରବାର, ମହାକାଳଙ୍କ କୃପା ବରଷିବ ଏହି ୩ଟି ରାଶି ଉପରେ

ମେଷ:-

ଉଚ୍ଚଶିକ୍ଷା ଅଧ୍ୟୟନ ପାଇଁ ବିଦେଶ ଯାତ୍ରା ଯୋଗ ଅଛି । କୌଣସି ପ୍ରକାରେ ଉଚ୍ଚମାନ୍ୟତା ରକ୍ଷା କରି ଆର୍ଥିକ ସ୍ଥିତିକୁ ସୁଦୃଢ କରି ପାରିବେ । ନ୍ୟାୟମାର୍ଗ ଓ ମିଷ୍ଟ ବଚନ କୁ ନିଜର ଭୂଷଣଭାବି କର୍ମ କରିଲେ ଲାଭବାନ ହେବେ । ପ୍ରତିଯୋଗୀତା ପରୀକ୍ଷାରେ ଯଶରସହ ଉତ୍ତୀର୍ଣ୍ଣ ହୋଇ ପ୍ରଶଂସିତ ହେବେ । ଋଣ ଭରଣାରେ ସହଜ ହେବ । ରାଜନୀତି କ୍ଷେତ୍ରରେ ଉଚ୍ଚସମ୍ପର୍କରୁ ଲାଭବାନ ହେବେ । ବ୍ୟବସାୟୀମାନେ ନଗଦ କାରବାରରେ ଅଧିକ ଲାଭପ୍ରଦ ହେବେ । ନିଜ ଚେଷ୍ଟାରେ କାର୍ଯ୍ୟରେ ସଫଳତା ମିଳିବା ସହ ସନ୍ତାନ ସୁଖ ମିଳିବ । ଶାରୀରିକ ସୁସ୍ଥତା ସହ ମାନସିକ ଶାନ୍ତି ଦେଖାଦେବ ।  ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

ବୃଷ:-

ସ୍ୱାସ୍ଥ୍ୟରେ ସୁଧାର ଆସିବ । କର୍ମକ୍ଷେତ୍ରରେ ସମ୍ମାନଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବା ସହ ଉନ୍ନତି କରିପାରିବେ । ପ୍ରବାସରେ ମଧ୍ୟ କେତେକ କ୍ଷେତ୍ରରେ ଉନ୍ନତିକର ହେବ । ବିଦ୍ୟାଧ୍ୟୟନ କ୍ଷେତ୍ରରେ ସଫଳତା ମିଳିବ । ବ୍ୟବସାୟରେ ଉଚିତପନ୍ଥା ଗ୍ରହଣ କରି ସଫଳତା ଅର୍ଜନ କରିବେ । କର୍ମଚାରୀମାନେ ସାଧୁ ଓ ସଚ୍ଚୋଟ ଭାବେ କର୍ମ ଯୋଗକୁ ଶ୍ରେଷ୍ଠତା କରି ସମ୍ମାନ ଓ ପ୍ରତିଷ୍ଠାର ଅଧିକାରୀ ହେବେ । ରାଜନୀତିରେ ସ୍ଵାର୍ଥରକ୍ଷା କରି କଠିନ ପରିଶ୍ରମ କରିବାକୁ ପଡିବ । ଆପଣା ଲୋକଙ୍କ ସାହାଯ୍ୟ ପାଇ ପାରିବାରିକ ଜୀବନ ସୁଧାରୀ ନେବେ ।  ପ୍ରତିକାର- ମୁହଁ ମିଠାକରି ଘରୁ ବାହାରନ୍ତୁ ।

ମିଥୁନ:-

ଅଧସ୍ତନ କର୍ମୀ ଓ ନିମ୍ନବର୍ଗଙ୍କ ସୌଜନ୍ୟରୁ ସାହାଯ୍ୟ ସମର୍ଥନ ହାସଲ କରିବେ । ମାଲିମୋକଦ୍ଦମାରେ ଆପୋଷ ସମାଧାନର ରାସ୍ତା ଖୋଲିଯିବ । ରାଜନୀତିରେ ଲୋକସମର୍ଥନକୁ ଆଧାର କରି ବଳୀୟାନ ହେବେ । ଶିକ୍ଷାର୍ଥୀମାନେ ଉନ୍ନତିର ଛକ ଉପରେ ପଦାର୍ପଣ କରି ଲକ୍ଷ୍ୟପୂରଣ ଆଡକୁ ଆଗେଇ ପାରିବେ । ମହିଳାମାନେ ସୁଖ ଶାନ୍ତିରେ ଦିନ କଟାଇବେ । ସଂଘର୍ଷ ଦ୍ଵାରା ସଫଳତା ମିଳିବ । ଧର୍ମ-କର୍ମରେ ରୁଚି ରହିବ । ମିତ୍ରଙ୍କ ସାହାଯ୍ୟ ଦ୍ଵାରା କର୍ମ ହେବ । ସ୍ୱାସ୍ଥ୍ୟରେ ସୁଧାର ଆସିବ । ବିପରୀତ ଲିଙ୍ଗୀଙ୍କ ସହଯୋଗ ଦ୍ଵାରା ଆଗକୁ ବଢିବେ ।  ପ୍ରତିକାର-ମାଦକଦ୍ରବ୍ୟଠାରୁ ଦୂରେଇ ରୁହନ୍ତୁ ।

କର୍କଟ:-

ନୂଆ ଲକ୍ଷକୁ ନିର୍ଦ୍ଦାରିତ କରିପାରିବେ । ଧନ ଲାଭ ହେବ । ପ୍ରେମ-ପ୍ରସଙ୍ଗରେ ମଧ୍ୟ ସଫଳତା ମିଳିବ । ପରିବାରର ଉନ୍ନତି ପାଇଁ ପ୍ରୟାସରତ ହେବେ । ନିଯେ ମଧ୍ୟ ଖୁସି ଓ ସୁରକ୍ଷିତ ଅନୁଭବ କରିବେ । ଅଧୁରା କାର୍ଯ୍ୟ ପୂରଣ ପାଇଁ ଚେଷ୍ଟା କରିବେ । ପାରିବାରିକ କ୍ଷେତ୍ରରେ ଭୁଲ ବୁଝାମଣା, ରାଗରୁଷା, ମାନଅଭିମାନ, କଳହ ଇତ୍ୟାଦି ଅଳ୍ପ ବହୁତ ଦେଖାଦେଲେ ମଧ୍ୟ କୁ ପ୍ରଭାବ ପଡିବ ନହିଁ । ବାଦବିବାଦ, ମାଲିମୋକଦ୍ଦମା, କୋର୍ଟ କଚେରୀ ମାମଲା ଆପଣଙ୍କ ସପକ୍ଷରେ ଯିବ । ନୂତନ ବସ୍ତୁ କ୍ରୟ କରିବେ । ପ୍ରକୃତିସ୍ଥ ହୋଇ ହିସାବରେ ଚଳିଲେ ଦୁର୍ଗତିରୁ ସୁରକ୍ଷିତ ରହି ହେବ ।  ପ୍ରତିକାର- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

ସିଂହ:-

କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ । ପରିବାରରେ ଶାନ୍ତି ଆସିବ । କୌଣସି କାମରେ ବିଶେଷଜ୍ଞତା ହାସିଲ କରିବେ । ନୂଆ ଚାକିରୀରେ ଯୋଗ ଦେଇପାରନ୍ତି । ଶୁଭ ସମାଚାର ମିଳିବା ଫଳରେ ଖୁସିହେବେ । ସନ୍ତାନଙ୍କ ସମ୍ବନ୍ଧିତ କୌଣସି ମହତ୍ଵପୂର୍ଣ୍ଣ ଓ ଉନ୍ନତି ମୂଳକ ସଂବାଦ ମିଳିପାରେ । ବ୍ୟବସାୟୀମାନେ ଗ୍ରାହକ ସେବାକୁ ଗ୍ରହଣ କରି ଯଶ ମାନ ବୃଦ୍ଧି ସହିତ ଉତ୍ତମ ଆୟର ପଥ ପରିଷ୍କାର କରିବେ । କର୍ମ କ୍ଷେତ୍ରରେ ତଳୁ ଉପରସ୍ତର ଯାଏ ଆଦୃତି ଓ ମାନ୍ୟତା ଅର୍ଜନ କରିବେ । ମାଲିମୋକଦ୍ଦମାରେ ମୁଣ୍ଡ ଉଚ୍ଚ ରହିବ ।  ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

କନ୍ୟା:-

ରାଜନୀତି କ୍ଷେତ୍ରରେ ମାନ ଓ ପ୍ରତିଷ୍ଠା ଅକ୍ଷୁର୍ଣ୍ଣ ରହିବ । ବୁଦ୍ଧି ବିବେକ ଖେଳାଇ କର୍ତ୍ତବ୍ୟ ପରାୟଣତାକୁ ମୁଖ୍ୟକରି ଚାଲିବା ହିତକର । ମାଲିମୋକଦ୍ଦମାରେ ଶୀଘ୍ର ଫଇସଲା ଦିଗ ଉନ୍ମୁକ୍ତ ହେବ । ପାରିବାରିକ କ୍ଷେତ୍ରରେ ଉଚ୍ଚ ପ୍ରତିଷ୍ଠାର ଦ୍ଵାର ସାହାଣମେଲା ହେବ । ବ୍ୟବସାୟ କ୍ଷେତ୍ରରେ ଆଶାତୀତ ଲାଭ ପାଇବେ ଲୁଗାପଟା ଓ ସୌଖୀନ ଦ୍ରବ୍ୟର ବ୍ୟବସାୟୀ ମାନେ ଦ୍ଵିଗୁଣ ଲାଭ କରିବେ । କଳକାରଖାନା ବା ଯନ୍ତ୍ରପାତି ବ୍ୟବସାୟ ଭଲରେ ଚାଲିବ । କୋର୍ଟ କଚେରୀ ମାମଲାରେ ବିଜୟୀ ହେବେ । ଶ୍ରମିକ ଓ କର୍ମଚାରୀମାନେ ଉପରିସ୍ଥଙ୍କୁ ଆପଣାର କରି କୃପାଭାଜନ ହେବେ ।  ପ୍ରତିକାର- ମୁହଁ ମିଠାକରି ଘରୁ ବାହାରନ୍ତୁ ।

ତୁଳା:-

ବ୍ୟବସାୟୀମାନଙ୍କର କାରବାର ବଢିବ ଓ ଲୋକ ସମ୍ପର୍କ ବୃଦ୍ଧି ହେବ । ଦାମ୍ପତ୍ୟ ଜୀବନ ଆନନ୍ଦମୟ ହେବ । ଦୂର ଯାତ୍ରାରେ ସଫଳତା ପ୍ରାପ୍ତିହେବ । କର୍ମକ୍ଷେତ୍ରରେ ପ୍ରତ୍ୟେକ ମୁଖରୁ ପ୍ରଶଂସାବାଣୀ ଶୁଣିବେ । ପଦସ୍ଥ ବ୍ୟକ୍ତିଙ୍କର ଆସ୍ଥାଭାଜନ ହେବେ । ଯଥେଷ୍ଟ ଅଗ୍ରଗତି ଘଟିବ ଓ ସରକାରୀ ସାହାଯ୍ୟ ଲାଭ କରିବାର ସୁଯୋଗ ପାଇବେ । ରପ୍ତାନି ବାଣିଜ୍ୟରୁ ଯଥେଷ୍ଟ ଲାଭ ମିଳିବ । ସୁଖ ସମ୍ପଦ ପ୍ରାପ୍ତି ହେବ । ଖାଦ୍ୟପେୟରେ ନୀତିନିୟମ ରକ୍ଷା କରିବା ସହିତ ମନକୁ ଶାନ୍ତ ରଖି ପାରିଲେ ସ୍ୱାସ୍ଥ୍ୟ ଠିକ୍ ରହିବ । ହାତଖାଲି ହେବା ବେଳକୁ ଦୈବୀ ସହାୟତା ତଥା କର୍ମଯୋଗ ଦ୍ଵାରା ଖାଲି ହାତ ପୁଣି ଭରି ହୋଇଯିବ ।  ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

ବିଚ୍ଛା:-

ନୂତନ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ହାତେମାପି ଚାଖଣ୍ଡେ ଚାଲିବା ବିଧେୟ । ରାଜନୀତି କ୍ଷେତ୍ରରେ ସୁ-ସମ୍ପର୍କ ସ୍ଥାପନ କରି ନିଜର ଭାବମୂର୍ତ୍ତିକୁ ଉଜ୍ଜ୍ଵଳତର କରିବାର ସାମର୍ଥ୍ୟ ବଢିବ । ପରୀକ୍ଷା ଓ ପ୍ରତିଦ୍ୱନ୍ଦିତାରେ ସଫଳତା ପାଇବେ । ପିଲାମାନଙ୍କ ଗବେଷଣା କ୍ଷେତ୍ର ପ୍ରାୟତଃ ପ୍ରଶସ୍ତ ରହିବ । ପ୍ରତିଯୋଗୀତା କ୍ଷେତ୍ରକୁ ମୁହାଁଇଲେ ବାଧାବିଘ୍ନକୁ ପଛରେ ପକାଇ ଅଗ୍ରଗତିର ବେଗ ବଢିଯିବ । ବ୍ୟବସାୟ ବାଣିଜ୍ୟ ପାଇଁ ଦୂରଗାମୀ ହେଲେ ସବୁ ମତେ ଉନ୍ନତିର ସମ୍ଭାବନା ବୃଦ୍ଧିହେବେ । ଧୀରସ୍ଥିର ଭାବରେ ପାରିବାରିକ ସମସ୍ୟା ସୁଧାରୀ ନେବା ଉଚିତ୍ । ତୀର୍ଥାଟନ ଯୋଗ ଥିବାରୁ ଯାତ୍ରା କାଳରେ ଯନ୍ତ୍ରଣା ଭୋଗିବେ ।  ପ୍ରତିକାର- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

ଧନୁ:-

ଉଚ୍ଚ ସମ୍ଭବନାର ଆଶା ଓ ଆଶ୍ଵାସନା ଲାଭ କରି ମାନସିକ ଶାନ୍ତି ଅନୁଭବ କରିବେ । ନୂଆ ଜ୍ଞାନର ବୃଦ୍ଧି ହେବ । ରାଜନୀତି କ୍ଷେତ୍ରରେ ଅସାଧାରଣ ସ୍ଥିତି ରହିବ । ପାରିବାରିକ କ୍ଷେତ୍ରରେ ଭୋଗ ବିଳାସ ଓ ଆନନ୍ଦମୟ ମୂହୁର୍ତ୍ତ ସାଙ୍ଗକୁ ପରିବେଶ ଓ ସମ୍ମାନଜନକ ଘଟଣା ଘଟିବ । ପରୀକ୍ଷା ଓ ପ୍ରତିଦ୍ଵନ୍ଦିତାରେ ଉତ୍ତୀର୍ଣ୍ଣ ହେବେ । ଉଚ୍ଚ କର୍ମକର୍ତ୍ତାଙ୍କ ସୁଦୃଷ୍ଟି ପ୍ରାପ୍ତି ହେବ । ସହକର୍ମୀମାନଙ୍କର ସମର୍ଥନ ଏବଂ ଅଧସ୍ତନଙ୍କର ସହଯୋଗ ଯୋଗୁଁ କର୍ମକ୍ଷେତ୍ରରେ ସମ୍ମାନ ବୃଦ୍ଧି ଏବଂ ସୁନାମ ଅର୍ଜନ କରିବେ । ପିଲାମାନଙ୍କ ପାଠପଢା ନେଇ ବହୁ ଦିଗରୁ ମନୋବଳ ଓ ସାମର୍ଥ୍ୟ ବୃଦ୍ଧି ପାଇବ ।  ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

ମକର:-

ଯେତେ ଅଧିକ ପରିଶ୍ରମ କରିବେ ସେତେ ଅଧିକ ଲାଭ ହେବ । ପାରିବାରିକ ସୁଖ-ଶାନ୍ତି ବୃଦ୍ଧି ହେବ । ପ୍ରେମ-ପ୍ରସଙ୍ଗରେ ସଫଳତା ମିଳିବ । ମାନସିକ ଶାନ୍ତି ମିଳିବ । ସମସ୍ତ ଚିନ୍ତାରୁ ମୁକ୍ତି ମିଳିବ । ବ୍ୟାପାର ଓ କାରବାରରେ ସୁଧାର ଆସିବା ଫଳରେ ମନ ଖୁସିହେବ । ବର୍ଚସ୍ଵ ପ୍ରଭାବ ଓ ପରାକ୍ରମ ବଢିବ । ଅଫିସର ଓ ଅଧିକାରୀ କାମରେ ପ୍ରସନ୍ନ ରହିବେ । ନିଜର ଯୋଗ୍ୟତା, ଦକ୍ଷତା ଓ କ୍ଷମତାର ସଦୁପୋଯୋଗ କରିବା ଫଳରେ ବହୁତ ଲାଭ ମିଳିବ । ଆକସ୍ମିକ ଧନ ପ୍ରାପ୍ତି ହେବ । ନୂତନ ସମ୍ପତି କ୍ରୟ କରିବେ । ସରକାରୀ କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବ ।  ପ୍ରତିକାର-ମାଦକଦ୍ରବ୍ୟଠାରୁ ଦୂରେଇ ରୁହନ୍ତୁ ।

କୁମ୍ଭ:-

ଆତ୍ମକେନ୍ଦ୍ରିତ ହୋଇଯିବେ । ଶତୃ ଓ ବିରୋଧୀମାନେ କୌଣସି କ୍ଷତି କରିପାରିବେ ନାହିଁ ।  ବିପତ୍ତି କଟିବା ଫଳରେ ସୁଖ ସୌଭାଗ୍ୟ ବୃଦ୍ଧି ହେବ । ବ୍ୟକ୍ତିଗତ ସୁଖ, ଦୁଃଖ ତଥା ମନର ଭାବ କେହି ଠିକ୍ ଭାବେ ଠଉରେଇ ପାରିବେ ନାହିଁ । କର୍ମକ୍ଷେତ୍ରରେ ସୁଯୋଗ ହାତଛଡା ହେବାର ନାହିଁ । ଇନ୍ଦ୍ରିୟପରାୟଣତା ଓ ବିଷୟବାସନା ଉପରେ ଅଧିକ ଗୁରୁତ୍ଵ ଦେବେ । ଆୟକୁ ବଢାଇବା ପାଇଁ ବହୁତ ପ୍ରୟାସ କରିବେ, ଶୁଭ ପରିଣାମ ମଧ୍ୟ ସାମ୍ନାକୁ ଆସିବ । ଯୁକ୍ତି-ତର୍କରେ ଦକ୍ଷତା ସହ ବ୍ୟବହାରିକ ବିଜ୍ଞାନ ଓ ଦର୍ଶନର ଗଭୀରତା ଭିତରକୁ ଟାଣିହୋଇ ଯିବେ ।  ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

ମୀନ:-

ନିକଟସ୍ଥ ସ୍ଥାନମାନଙ୍କରେ ଭ୍ରମଣକରି ବେଶ୍ ଆନନ୍ଦ ଅନୁଭବ କରିବେ । ସମ୍ପତ୍ତି ସମ୍ବନ୍ଧିତ ଶୁଭ ସମାଚାର ଶୁଣିବାକୁ ମିଳିବ । ନୂତନ ବସ୍ତୁ କ୍ରୟ କରିପାରିବେ । ନିଜର କ୍ଷମତା ଓ ଯୋଗ୍ୟତାକୁ ବହୁତ ଉପଯୋଗ କରିବେ । ସ୍ୱାସ୍ଥ୍ୟ ଭଲ ରହିବ । ପାରିବାରିକ ଓ ଆର୍ଥିକସ୍ଥିତିରେ ସୁଧାର ଆସିବ । ସାଧୁ-ସନ୍ଥ ଓ ଗୁରୁଜନଙ୍କ ଶୁଭାଶୀର୍ବାଦ ପ୍ରାପ୍ତିହୋଇପାରେ । କାମ-କାର୍ଯ୍ୟର ଦାୟିତ୍ଵ ବଢିବ । କୌଣସି ରୋଚକ ବା ଜ୍ଞାନବର୍ଦ୍ଧକ ସାହିତ୍ୟ ପ୍ରତି ମନ ବଳାଇବେ । ଆଧ୍ୟାତ୍ମିକ ଓ ଧର୍ମ କାର୍ଯ୍ୟରେ ଲିପ୍ତ ରହିବେ । ଶତୃ ଓ ବିରୋଧୀମାନେ ପରାସ୍ତ ହେବେ । ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ହେବ ।  ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।