ଫ୍ରିଜରେ ଏହି ସବୁ ଖାଦ୍ୟ ରଖି ଖାଇବା ଦ୍ଵାରା ହୋଇପାର କ୍ୟାନ୍ସର ଭଳି ମାରାତ୍ମକ ରୋଗ

ଆମେ ବଜାରରୁ ଆଣୁଥିବା ସବୁ ଜିନିଷକୁ ତାଜା ରଖିବା ପାଇଁ ତାହାକୁ ଆମେ ଫ୍ରିଜରେ ରଖିଥାଉ । ଫ୍ରିଜରେ ରଖିବାର ମୁଖ୍ୟ କାରଣ ଏହାକି ଏଥିରେ ଅଧିକ ଦିନ ଯେକୌଣସି ଜିନିଷ ତାଜା ମଧ୍ୟ ରହିଥାଏ । କିନ୍ତୁ କଣ ଆପଣ ଜାଣିଛନ୍ତି କି ଏପରି କିଛି ଜିନିଷ ଅଛି ଯାହାକୁ ଫ୍ରିଜରେ ରଖିବା ଖରାପ ହୋଇଥାଏ । ତେବେ ଚାଲନ୍ତୁ ଜାଣିବା କେଉଁ ସବୁ ଜିନିଷକୁ ଫ୍ରିଜରେ ରଖିବା ଉଚିତ ନୁହେଁ ।

ସେଓ

ପ୍ରାୟ ସମସ୍ତେ ଫଳ କିଣି ଆଣିବା ପରେ ଫ୍ରିଜରେ ସାଇତି ରଖିଥାନ୍ତି । ସେଓ କୁ ମଧ୍ୟ ଆମେ ଫ୍ରିଜରେ ରଖିଥାଉ । କିନ୍ତୁ କଣ ଆପଣ ଜାଣିଛନ୍ତି ଫ୍ରିଜରେ ସେଓ ରଖିବା ଉଚିତ ନୁହେଁ । ଯଦି ଆପଣ ଏହାକୁ ଫ୍ରିଜରେ ରଖୁଛନ୍ତି ତେବେ ଏହାକୁ କାଗଜରେ ଗୁଡାଇ ରଖନ୍ତୁ । ଏହା ସହିତ ମଞ୍ଜି ଥିବା ଫଳ ଫ୍ରିଜରେ ରଖିବା ଉଚିତ ନୁହେଁ । ଏହି ଫଳ ସବୁ ଥଣ୍ଡାରେ ରହିଲେ ଏଥିରେ ଥିବା ଏନଜାଇମ ସକ୍ରିୟ ହୋଇଥାଏ ଓ ଏହା ଶୀଘ୍ର ପାଚିଯାଇଥାଏ ।

Image courtesy: Google

ବ୍ରେଡ

ଅନେକ ଲୋକ ଫ୍ରିଜରେ ବ୍ରେଡ ରଖିଥାନ୍ତି । ଏହା ଖରାପ ହୋଇଯିବା ଡରରେ ଆମେ ଏହାକୁ ଫ୍ରିଜରେ ରଖିଥାଉ । ଆପଣମାନେ ଅନୁମାନ କରିଥିବେ କି ଫ୍ରିଜରେ ବ୍ରେଡ ରଖିବା କାରଣରୁ ଏହା ଶୁଖି ଯାଇଥାଏ । ତେଣୁ ଏହାକୁ ଖାଇଲେ ଆମ ଦେହ ଖରାପ ହେବାର ଆଶଙ୍କା ଥାଏ ।

ମହୁ

Image courtesy: Google

ଏହା ଅଧିକ ଦିନ ବାହାରେ ରହିଲେ ଖରାପ ହୋଇଯିବ ବୋଲି ଭାବି ଆମେ ଏହାକୁ ଫ୍ରିଜରେ ରଖିଥାଉ । ଯଦି ଆପଣ ଏହାକୁ ଫ୍ରିଜରେ ରଖନ୍ତି ତେବେ ଆପଣ ଦେଖିଥିବେ ଏଥିରେ ଛୋଟ ଛୋଟ ବଲ ପରି ହୋଇଯାଇଥାଏ । ଯାହା ଦ୍ଵାରା ମହୁ ଶୀଘ୍ର ଖରାପ ହୋଇଯାଏ ।

ପିଆଜ

ପିଆଜକୁ ସବୁବେଳେ ସାଧାରଣ ତାପମାତ୍ରାରେ ରଖିବା ଆବଶ୍ୟକ । ପିଆଜକୁ ଫ୍ରିଜରେ ରଖିବା ଯୋଗୁ ଏହା ନରମ ହୋଇଯାଇଥାଏ । ଯାହା ଦ୍ଵାରା ଏହା ଖରାପ ହୋଇଯିବାର ଅଧିକ ଆଶଙ୍କା ଥାଏ ।

ଆଚାର

ଆଚାରରେ ଭିନେଗାର ମିଶାଯାଇଥାଏ । ତେଣୁ ଏହାକୁ ଆପଣ ଫ୍ରିଜରେ ରଖିଲେ ଫ୍ରିଜରେ ଥିବା ଅନ୍ୟ ସବୁ ଜିନିଷ ଖରାପ ହୋଇଯିବାର ଆଶଙ୍କା ଥାଏ । ତେଣୁ ଏହାକୁ ସାଧାରଣ ତାପମାତ୍ରାରେ ରଖନ୍ତୁ ।

ରସୁଣ

Image courtesy: Google

ରସୁଣ ସ୍ୱାସ୍ଥ୍ୟ ପାଇଁ ଖୁବ ହିତକାରୀ । କିନ୍ତୁ ଫ୍ରିଜରେ ରଖି ଏହାକୁ ଖାଇଲେ ଏହାର କୁପ୍ରଭାବ ଶରୀର ଉପରେ ପଡେ । ଫ୍ରିଜ ଭିତରର ଥଣ୍ଡା ବାତାବରଣ ଏହାର ସ୍ଵାଦକୁ ନଷ୍ଟ ମଧ୍ୟ କରିଦିଏ ।

ଟମାଟୋ

Image courtesy: Google

ଟମାଟୋ କୁ ପାୟତଃ ଲୋକ ଫ୍ରିଜରେ ରଖିଥାନ୍ତି କାରଣ ବାହାରେ ରହିଲେ ଏହା ଶୀଘ୍ର ଖରାପ ହୋଇଯାଇଥାଏ । ଟମୋଟୋ କୁ ଫ୍ରିଜରେ ରଖିଲେ ତାହାର ସ୍ଵାଦ ଓ ସମସ୍ତ ପୋଷକ ତତ୍ତ୍ଵ ନଷ୍ଟ ହୋଇଥାଏ । ନ୍ୟୁଜିଲ୍ୟାଣ୍ଡ ବିଶେଷଜ୍ଞଙ୍କ ଅନୁସାରେ ଟମୋଟୋ ଫ୍ରିଜରେ ରଖି ନିୟମିତ ଖାଉଥିବା ଲୋକଙ୍କୁ କର୍କଟ ହେବାର ଆଶଙ୍କା ସର୍ବାଧିକ ଥାଏ । ଆମର ଏହି ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଭଲ ଲାଗିଲେ ସେଆର କରନ୍ତୁ ସାଙ୍ଗମାନଙ୍କ ସହିତ । ଆଗକୁ ଏମିତି ନୂଆ ନୂଆ ଟିପ୍ସ ବିଷୟରେ ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।