“ମୋ ନିଜ ପିକ୍ଚର ରେ ମୁଁ ନିଜେ ଗୀତ ଗାଇବି ଆଉ…” Viral Boy Santanu କହିଲେ ଭିତିରି କଥା, ଦେଖନ୍ତୁ ଏହି ସାକ୍ଷାତକାର

ବନ୍ଧୁଗଣ ବର୍ତ୍ତମାନ ସିଦ୍ଧାର୍ଥ ଟିଭିରେ ପ୍ରସାରିତ ହେଉଥିବା ଲୋକପ୍ରିୟ ଗୀତ ରିୟାଲିଟି ଶୋ “ଓଡିଶାର ନୂଆ ସ୍ଵର” ଆପଣଙ୍କ ମନକୁ ନିଶ୍ଚୟ ସ୍ପର୍ଶ କରୁଥିବ । ଏହି ଶୋ ରେ ଗୀତ ହାଉଥିବା କୁନି କୁନି ସଙ୍ଗୀତକାରଙ୍କ କଣ୍ଠର ଜାଦୁ ସମସ୍ତଙ୍କ ମନ ମୋହୁଛି । ଶୋ ଟିକୁ ଓଡିଶାର ଲୋକେ ବହୁତ ଭଲପାଇବା ଦେଉଛନ୍ତି । ତେବେ ଏହି ଶୋ ରେ ଭାଗ ନେଇଥିବା ପ୍ରତିଯୋଗୀଙ୍କ ମଧ୍ୟରେ ଶାନ୍ତନୁ ବେଶ ପରିଚିତ । ତାଙ୍କୁ ଭାଇରାଲ ବୟ ଶାନ୍ତନୁ ମଧ୍ୟ କୁହାଯାଉଛି ।

ଗୀତ ସାଙ୍ଗକୁ ତାଙ୍କ ଚଟାପଟ ଉତ୍ତର ଏବଂ କମେଡି ଯୋଗୁଁ ସେ ଖୁବ ପରିଚିତ । ଆଜିକାଲି ଫେସବୁକ ହେଉ କିମ୍ବା ୟୁଟ୍ଯୁବ ଖୋଲିବା ମାତ୍ରେ ସବୁଆଡେ ଶାନ୍ତନୁଙ୍କ ଭିଡିଓ ଦେଖିବାକୁ ମିଳୁଛି । କୁନି କୁନି ପାଟିରେ ତାଙ୍କ ମଜାଳିଆ କଥା ଶୁଣିବାକୁ ସମସ୍ତେ ଖୁବ ଭଲ ପାଉଛନ୍ତି । ତେବେ ଶାନ୍ତନୁ ଖୁବ ଭଲ ଗୀତ ମଧ୍ୟ ଗାଉଛନ୍ତି । ଯେବେ ସିଦ୍ଧାର୍ଥ ଟିଭିରେ ଏହି ଗୀତ ରିୟାଲିଟି ଶୋ ଆସିବା ନେଇ ବିଜ୍ଞାପନ ବାହାରିଥିଲା ସେବେଠାରୁ ଶାନ୍ତନୁ ଏହି ପ୍ରତିଯୋଗିତାରେ ଭାଗ ନେବାକୁ ମନସ୍ଥ କରିଥିଲେ ।

ଆଉ ଏନେଇ ନିଜ ମମ୍ମିଙ୍କୁ ମଧ୍ୟ କହିଥିଲେ । ତେବେ ସେ ଆଜି ଟିଭି ପରଦାରେ ନଜର ଆସିବା ପଛରେ ତାଙ୍କ ପିତାମାତାଙ୍କ ଅନେକ ଅବଦାନ ରହିଛି ବୋଲି ସେ କହିଛନ୍ତି । ଶାନ୍ତନୁ କହିଛନ୍ତି କି ସେ ଯେତେବେଳେ ରାତିରେ ଶୋଇ ପଡିଥାନ୍ତି ସେତେବେଳେ ତାଙ୍କ ପାଇଁ ତାଙ୍କ ପିତାମାତା ରାତିସାରା ଲାଗିପଡି ଗୀତ ସବୁ ଖୋଜି ପ୍ରସ୍ତୁତ କରି ରଖନ୍ତି । ଆଉ ଶାନ୍ତନୁ ଦିନ ବେଳେ ସମୟ କାଢି ସେସବୁ ଶିକ୍ଷା କରନ୍ତି ।

ତେବେ ଶାନ୍ତନୁ ଏହି ସାକ୍ଷାତକାରରେ କହିଛନ୍ତି ଯେ ସେ ବଡ ହେଲେ ଆହୁରି ଭଲ ଗୀତ ଗାଇବେ ଏବଂ ହିରୋ ହେବେ । ନିଜ ପିକଚରରେ ନିଜେ ଗୀତ ଗାଇବାକୁ ଇଚ୍ଛା ବୋଲି କହିଛନ୍ତି ଶାନ୍ତନୁ । ଏହାସହ ଏହି ସାକ୍ଷାତକାରରେ ଶାନ୍ତନୁ ତିନୋଟି ସୁନ୍ଦର ଗୀତ ଗାଇ ଶୁଣାଇଥିଲେ । ଦିନରେ ଅନଲାଇନ କ୍ଳାସ କରିବା ସହ ସେ ନିୟମିତ ସମୟରେ ପାଠ ପଢନ୍ତି, ଖେଳନ୍ତି ଓ ଗୀତ ମଧ୍ୟ ଶିକ୍ଷା କରନ୍ତି ।

ଏବେ ତାଙ୍କ ପ୍ରତିଭା ଯୋଗୁଁ ସାରା ଓଡିଶାର ଲୋକେ ତାଙ୍କୁ ଚିହ୍ନିଲେଣି ଏବଂ କ୍ଳାସରେ ମଧ୍ୟ ତାଙ୍କ ସାଙ୍ଗସାଥି ତାଙ୍କୁ ବହୁତ ଭଲ ପାଉଛନ୍ତି ବୋଲି ସେ କହିଛନ୍ତି । ଶେଷରେ ନିଜ ସାନ ଭଉଣୀ ଶ୍ରଦ୍ଧାଙ୍କ ସହ ଟିକେ କଥା ହେବାକୁ ମଧ୍ୟ ଅନୁରୋଧ କରିଥିଲେ । ତେବେ ଆପଣଙ୍କୁ ଶାନ୍ତନୁଙ୍କ ଗୀତ ଏବଂ କଥା କେତେ ପସନ୍ଦ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।