ଅନଲାଇନ ଟଙ୍କା ନେଣଦେଣ ବେଳେ କରୁଛନ୍ତି କି ଏମିତି ଭୁଲ୍ ? ଏବେ ଠୁ ହୋଇଯାନ୍ତୁ ସାବଧାନ ! ନହେଲେ ଖାଲି ହେଇଯିବ ଆପଣଙ୍କ ଆକାଉଣ୍ଟ !

ଜିନିଷ କିଣାବିକା ହେଉ ଅବା ଘରେ ବସି ଖାଇବା ମଗାଇବା, ଏବେ ମୋବାଇଲ ସାହାଯ୍ୟରେ ଏସବୁ ସମ୍ଭବ ହୋଇପାରୁଛି । ସେହିପରି ମୋବାଇଲ କିମ୍ବା କମ୍ପ୍ୟୁଟର ସାହାଯ୍ୟରେ ଆମେ ବ୍ଯାଙ୍କ କାମ ମଧ୍ୟ କରିପାରୁଛେ । ଯେମିତି ଗୋଟିଏ କ୍ଲିକରେ କାମ ହେଉଛି ସେମିତି ଲୁଟ ବି ଗୋଟିଏ କ୍ଲିକରେ ହେଉଛି । ଆଜିବି ଅନେକ ଲୋକ ସାଇବର କ୍ରାଇମର ଶିକାର ହୋଇ ସର୍ବସ୍ଵାନ୍ତ ହୋଇ ଯାଉଛନ୍ତି । ତେବେ ଆଜି ଆମେ ଆପଣଙ୍କୁ କହିବୁ କେଉଁ ସବୁ ଭୁଲ ପାଇଁ ଆପଣ ଠକାମିର ଶିକାର ହେଉଛନ୍ତି ।

ପ୍ରଥମରେ ହେଉଛି ଭୁଲରେ ବି କୌଣସି ସ୍କାମ ମେଲକୁ ଆପଣ ଖୋଲନ୍ତୁ ନାହିଁ ବରଂ ଏଭଳି ମେଲକୁ ତୁରନ୍ତ ଡିଲେଟ କରି ଦିଅନ୍ତୁ । ଯଦି ଆପଣଙ୍କୁ ବ୍ୟକ୍ତିଗତ କିମ୍ବା ଆର୍ଥିକ ସୂଚନା ନିଶ୍ଚିତ କରିବାକୁ କିମ୍ବା ପୂରଣ କରିବାକୁ କୁହାଯାଉଛି ତେବେ ସତର୍କ ରୁହନ୍ତୁ । ଏହାଦ୍ବାରା ଆପଣ ଠକାମିର ଶିକାର ହୋଇପାରନ୍ତି । ଦ୍ଵିତୀୟରେ ଯଦି କେହି ଅଜଣା ବ୍ୟକ୍ତି ଆପଣଙ୍କୁ ଇମେଲ ପଠାଉଛନ୍ତି ଏବଂ ଏଥିରେ ଆପଣଙ୍କୁ ଲଟେରୀ କିମ୍ବା କୌଣସି ଲିଙ୍କରେ କ୍ଲିକ କରିବାକୁ କହୁଛି ତେବେ ସାବଧାନ ରୁହନ୍ତୁ ।

ଲିଙ୍କରେ କ୍ଲିକ କରିବା ମାତ୍ରେ ଆପଣଙ୍କ ତଥ୍ୟ ଅନ୍ୟ ବ୍ୟକ୍ତି ବା ସାଇବର ତାଙ୍କ ପାଖକୁ ଯାଇପାରେ । ଯଦି କେହି ଆପଣଙ୍କୁ ହ୍ଵାଟ୍ସଆପ୍, ଇମେଲ କିମ୍ବା ମେସେଜ ଜରିଆରେ କୌଣସି ଆପ୍ ର ଲିଙ୍କ ପଠାଉଛି ଓ ଏହାକୁ ଡାଉନଲୋଡ କରିବାକୁ କହୁଛି ତେବେ ଏହପରି ଭୁଲ ଆଦୌ କରନ୍ତୁ ନାହିଁ । କାରଣ ଆପଣଙ୍କ ବ୍ୟାଙ୍କିଂ ସୂଚନା ଚୋରାଇବା ପାଇଁ ଏଭଳି ଆପ୍ ପ୍ରସ୍ତୁତ କରା ଯାଇଥାଏ ।

ନିଜ ମୋବାଇଲ ଫୋନ ଏବଂ କମ୍ପ୍ୟୁଟର ବ୍ଯତୀତ ଅନ୍ୟ କୌଣସି ସିଷ୍ଟମରେ ଅନଲାଇନ ବ୍ୟାଙ୍କିଂର ବ୍ୟବହାର କରନ୍ତୁ ନାହିଁ । ଏପରି କରିବା ଦ୍ଵାରା ଆପଣଙ୍କ ତଥ୍ୟ ସେହି ସିଷ୍ଟମରେ ରହିପାରେ ଓ କୌଣସି ସମୟରେ କେହିବି ଏହାର ଅପବ୍ୟବହାର କରିପାରେ । ଅନଲାଇନ ନେଣଦେଣ କରିବା ପୂର୍ବରୁ ପ୍ରଥମେ ୱେବସାଇଟର ସତ୍ୟତା ଯାଞ୍ଚ କରନ୍ତୁ । ଅନେକ ଲୋକ କୌଣସି ଆପ୍ ଇନଷ୍ଟଲ କରିବା ସମୟରେ କିମ୍ବା କଲ୍ ରେ ନିଜ ବ୍ୟାଙ୍କିଂ ତଥ୍ୟ ଯେପରିକି ଏଟିଏମ କାର୍ଡ ନମ୍ବର, ପିନ ନମ୍ବର, ସିଭିଭି ଏବଂ ଓଟିପି ଆଦି ସେଯାର କରିଥାନ୍ତି ।

କିନ୍ତୁ ଏଠାରେ ଜାଣି ରଖିବା ଜରୁରୀ ଯେ ବ୍ଯାଙ୍କ କିମ୍ବା ବ୍ଯାଙ୍କ କର୍ମଚାରୀ କୌଣସି ପରିସ୍ଥିତିରେ ଆପଣଙ୍କ ଠାରୁ ଏଭଳି ଗୁପ୍ତ ତଥ୍ୟ ମାଗନ୍ତି ନାହିଁ । ତେଣୁ କୌଣସି ଅର୍ଥ ନେଣଦେଣ ତଥ୍ୟ ଆଦୌ ଶେୟାର କରନ୍ତୁ ନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।