ଏହି ଝିଅ ପାଇଁ 42 ବର୍ଷ ପର୍ଯ୍ୟନ୍ତ ବନ୍ଦ ଥିଲା ଭାରତର ଏହି ରେଳ ଷ୍ଟେସନ, ଏହା ପଛର ରହସ୍ୟ ଜାଣିଲେ ଆପଣ ବି ଡରିଯିବେ !

ଭାରତରେ ଏମିତି ଏକ ରେଲୱେ ଷ୍ଟେସନ ଅଛି ଯେଉଁଠି ୪୨ ବର୍ଷ ପର୍ଯ୍ୟନ୍ତ ଗୋଟିଏ ହେଲେ ବି ଟ୍ରେନ ରହି ନାହିଁ । ଯେତେବେଳେ କୌଣସି ଟ୍ରେନ ଏହି ରେଲୱେ ଷ୍ଟେସନ ଦେଇ ଯାଏ ତେବେ ଡ୍ରାଇଭର ଟ୍ରେନକୁ ଅଟକାଇବା ପରିବର୍ତ୍ତେ ଟ୍ରେନର ସ୍ପୀଡକୁ ବଢାଇ ଦିଏ । ଏହି ରେଲୱେ ଷ୍ଟେସନର ଭୟ ଲୋକମାନଙ୍କ ମନରେ ଏମିତି ଅଛି କି ଯେତେବେଳେ ଲୋକମାନେ ଜାଣନ୍ତି କି ଏହି ରେଲୱେ ଷ୍ଟେସନ ଆସିବ ତେବେ ଟ୍ରେନରେ ବସିଥିବା ସବୁ ଯାତ୍ରୀ ଟ୍ରେନର ଗେଟ ଓ ଝରକା ବନ୍ଦ କରି ଦିଅନ୍ତି ।

ରେଲୱେ ଷ୍ଟେସନ ପାର କରିବା ପରେ ହିଁ ଟ୍ରେନର ଗେଟ ଓ ଝରକା ଖୋଲାଯାଏ । ସବୁଠୁ ବଡ କଥା ହେଉଛି କି ଯେତେବେଳେ ଏଠି କୌଣସି ରେଲୱେ କର୍ମଚାରୀର ନିଯୁକ୍ତି କରିଥାଏ କିଛି ଦିନ ମଧ୍ୟରେ ହିଁ ସେହି କର୍ମଚାରୀ ଏଠୁ ଚାଲି ଯାଆନ୍ତି । ଧୀରେ ଧୀରେ ପରିସ୍ଥିତି ଏମିତି ହୋଇଗଲା କି ସେଠି କୌଣସି ବି କର୍ମଚାରୀ କାମ କରିବାକୁ ଚାହିଁଲେ ନାହିଁ ।

ଶେଷରେ ରେଲୱେ ବିଭାଗକୁ ଲାଗିଲା ଏହି ରେଲୱେ ଷ୍ଟେସନରେ କାମ କରିବା ପାଇଁ କେହି ଚାହୁଁ ନାହାନ୍ତି ତେବେ ସେମାନେ ଏହାକୁ ବନ୍ଦ କରି ଦେଲେ । ବର୍ତ୍ତମାନ ଚିନ୍ତା କରିବାର କଥା ଏହା ଅଟେ କି ଏହି ରେଲୱେ ଷ୍ଟେସନରେ କଣ ଅଛି କି ସମସ୍ତେ ଭୟ କରୁଛନ୍ତି । ଆମେ କଥାବାର୍ତ୍ତା କରୁଛୁ ପଶ୍ଚିମବଙ୍ଗର ବେଗୁନକୋଡାର ରେଲୱେ ଷ୍ଟେସନ ବିଷୟରେ । ଯାହାକୁ ଭୁତିଆ ରେଲୱେ ଷ୍ଟେସନ ବୋଲି ବି କୁହାଯାଏ । ୧୯୬୨ରେ ରେଲୱେ ଷ୍ଟେସନ ତିଆରି ହେବା ପରେ ଲୋକମାନେ ଏହି ରେଲୱେ ଷ୍ଟେସନ ମାଧ୍ୟମରେ ଯାତାୟାତ କରୁଥିଲେ ।

କିନ୍ତୁ ୫ ବର୍ଷ ପରେ ଏହି ଷ୍ଟେସନରେ ଥିବା ଷ୍ଟେସନ ମାଷ୍ଟର ଅଚାନକ ଦିନେ ଦେଖିଲେ କି ଯେମିତି ଗୋଟିଏ ଟ୍ରେନ ଆସିଲା ଗୋଟିଏ ଝିଅ ଟ୍ରେନ ଲାଇନ ଉପରେ ସେହି ଟ୍ରେନ ସହ ଦୌଡିଲା । ଏହାକୁ ସେ ବାରମ୍ବାର ଦେଖିଲେ ଓ ଟ୍ରେନରେ ବସିଥିବା ଯାତ୍ରୀମାନେ ବି ସମାନ କଥା କହିଲେ । ଏତିକି ନୁହେଁ କେତେ ଥର ସେ ଦେହିଲେ କି ରେଲୱେ ଷ୍ଟେସନ ଉପରେ ଗୋଟିଏ ଝିଅ ଛିଡା ହୋଇ ନାଚୁଥାଏ । ଷ୍ଟେସନ ମାଷ୍ଟର ବୁଝି ଯାଇ ଥିଲା କି ଏହା ଏକ ଭୁତ ଅଟେ । ଏହା ପରେ ଷ୍ଟେସନ ମାଷ୍ଟର କିଛି ଦିନ ପାଇଁ ନିଜ ଗାଁକୁ ଚାଲି ଗଲେ ଓ ଗାଁକୁ ଯିବା ପରେ ତାଙ୍କର ମୃତ୍ୟୁ ହୋଇଗଲା ।

ଏହା ପରେ ଏହି ରେଲୱେ ଷ୍ଟେସନକୁ ବହୁତ କର୍ମଚାରୀ ଆସିଲେ ଓ ସମସ୍ତେ ସମାନ ଦୃଶ୍ୟ ଦେଖିଲେ । ଶେଷରେ କୌଣସି ବି ଷ୍ଟେସନ ମାଷ୍ଟର ଏହି ରେଲୱେ ଷ୍ଟେସନକୁ ଆସିଲେ ନାହିଁ । ଶେଷରେ ୧୯୬୮ରେ ଏହି ରେଲୱେ ଷ୍ଟେସନକୁ ବନ୍ଦ କରି ଦିଆ ଗଲା । କିନ୍ତୁ ୨୦୦୯ରେ ରେଲୱେ ବିଭାଗ ଏହି ଷ୍ଟେସନକୁ ପୁଣି ଥରେ ଖୋଲିଲେ କିନ୍ତୁ ଏଥିରେ ଶର୍ତ ଥିଲା କି ସନ୍ଧ୍ୟା ୫ ଟା ପରେ ଏହି ରେଲୱେ ଷ୍ଟେସନକୁ କେହି ବି ଆସିବେ ନାହିଁ । ସନ୍ଧ୍ୟା ୫ ଟା ପରେ ଏହି ରେଲୱେ ଷ୍ଟେସନ ପୂରାପୂରି ସୁନସାନ ହୋଇଯାଏ ।