୧୬ ବର୍ଷ ବୟସରେ ଲତାଙ୍କ ପିଏ ସହ ବିବାହ କରି ପସ୍ତାଇ ଥିଲେ ଆଶା ଭୋସଲେ, ପୁଣି ଆର ଡି ବମରନଙ୍କ ସହ ଆରମ୍ଭ ହେଲା ଲଭ ଷ୍ଟୋରି

ବଲିଉଡରେ ସମସ୍ତଙ୍କର କିଛି ବ୍ୟକ୍ତିଗତ କାହାଣୀ ରହିଛି । ଯାହାକୁ ଲୋକମାନେ କେବେ ପସନ୍ଦ କରିଛନ୍ତି ତ କେବେ ଆଲୋଚନା ମଧ୍ୟ କରିଛନ୍ତି । ବହୁତ କଳାକାରମାନଙ୍କର ଲଭ୍ ଷ୍ଟୋରି ଆପଣମାନେ ଜାଣିଥିବେ ଓ ଦେଖିଥିବେ । ଆଜି ଆମେ ଆପଣଙ୍କୁ ବଲିଉଡର ଆଶା ଭୋସଲେଙ୍କ ବିଷୟରେ କିଛି କହିବୁ । ୧୬ ବର୍ଷ ବୟସରେ ନିଜ ଭଉଣୀଙ୍କ ପି.ଏ ସହ ବିବାହ କରି ପସ୍ତେଇ ଥିଲେ ଆଶା ।

ବଲିଉଡରେ ଆଶା ଭୋସଲେ ଜଣେ ମହାନ ଗାୟିକା ଅଟନ୍ତି । ସେ ଅଲଗା ଅଲଗା ଭାଷାରେ ୧୪ ହଜାର ଗୀତ ଗାଇଛନ୍ତି । ୯ ବର୍ଷ ବୟସରେ ତାଙ୍କର ପିତାଙ୍କର ଦେହାନ୍ତ ହୋଇଥିଲା । ସେ ତାଙ୍କ ବଡ ଭଉଣୀ ଲତା ମଙ୍ଗେସ୍କରଙ୍କ ସହିତ ମିଶି ଗୀତ ଗାଇଲେ ଓ ଅଭିନୟ କରିବା ଆରମ୍ଭ କଲେ । ସେ ତାଙ୍କ ଜୀବନରେ ବହୁତ କଷ୍ଟ କରିଥିଲେ । ସେହି ସମୟରେ ତାଙ୍କର ବଡ ଭଉଣୀ ଲତା ମଙ୍ଗେସ୍କରଙ୍କର ବହୁତ ନାମ ହୋଇଯାଇଥିଲା ।

ଆଶା ଭୋସଲେଙ୍କୁ ୧୬ ବର୍ଷ ବୟସରେ ଲତାଙ୍କର ପି.ଏ(ଗଣପତ ରାଓ ଭୋସଲେ)ଙ୍କ ସହ ପ୍ରେମ ହୋଇ ଯାଇଥିଲା, ଯାହାଦ୍ୱାରା ସେ ତାଙ୍କ ସହ ବିବାହ କରିଥିଲେ । କିନ୍ତୁ ଗଣପତ ଓ ତାଙ୍କର ପରିବାରର ଲୋକମାନେ ଆଶାଙ୍କ ପ୍ରତି ବହୁତ ଅନ୍ୟାୟ କରିଥିଲେ । ଆଶାଙ୍କୁ ନିଜ ପରିବାର ଲୋକଙ୍କ ସହ ମିଶିବାକୁ ଦେଉ ନଥିଲେ। ଗଣପତ ଓ ତାଙ୍କ ଭାଇ ମିଶି ଆଶାଙ୍କୁ ମାରୁଥିଲେ ।

୧୯୬୦ ରେ ଦିନେ ଆଶା ନିଜର ପିଲାମାନଙ୍କୁ ଧରି ନିଜ ମା’ଙ୍କ ଘରେ ପହଞ୍ଚି ଥିଲେ । ସେହି ସମୟରେ ମଧ୍ୟ ସେ ଗର୍ଭବତୀ ଥିଲେ । ଆଶାଙ୍କର ବଡ ପୁଅର ନିଧନ ହୋଇସାରିଛି । ଏହା ପରେ ୨୦୧୨ ରେ ତାଙ୍କ ଝିଅ ସୁଇସାଇଡ୍ କରି ଦେଇଥିଲା ଓ ତାଙ୍କର ସାନ ପୁଅ ବର୍ତ୍ତମାନ ତାଙ୍କ ସହିତ ରହୁଛି ।

ସ୍ଵାମୀ ଠାରୁ ଅଲଗା ରହିବା ପରେ ଆଶା ଫିଲ୍ମରେ ନିଜର କ୍ଯାରିୟର ଗଢିବାରେ ଧ୍ୟାନ ଦେଲେ । ରେକର୍ଡିଂ ସମୟରେ ରାହୁଲ ବରମନ୍ ଙ୍କ ସହ ତାଙ୍କର ସାକ୍ଷାତ ହେଲା । ସେମାନେ ପରସ୍ପରକୁ ପ୍ରେମ କରି ବସିଲେ । ୧୯୮୦ ମସିହାରେ ସେ ଦୁଇଜଣ ବିବାହ କରିଥିଲେ । ଏହା ପରେ ସେ ତାଙ୍କର ଆଗାମି ଜୀବନକୁ ସୁଖ, ଶାନ୍ତିରେ ବିତାଇଥିଲେ ।