“ସେଇଟା ମଦ ନୁହେଁ ମୋ ସ୍ୱାମୀ ତ…” କୁନି ପୁଅ Rajveer ବାପାଙ୍କ ଏହି ଭିଡିଓ ଭାଇରାଲ ହେବା ପରେ କଣ କହିଲେ Rajveer ଙ୍କ ମା’ ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ସୋସିଆଲ ମିଡ଼ିଆ ଠାରୁ ଆରମ୍ଭ କରି ଗଣମାଧ୍ୟମ ସବୁଠି ଗୋଟିଏ ଚର୍ଚା ରାଜଭିର । କୁନି ପୁଅ ରାଜବୀର ଦୁରାରୋଗ୍ୟ ଏସଏମଏ ରେ ଆକ୍ରାନ୍ତ ହେବା ପରେ ଜୀବନ ବଞ୍ଚାଇବା ପାଇଁ ଦରକାର ୧୬ କୋଟିର ଇଞ୍ଜେକସନ । ଗୋଟେ ଗରିବ ପରିବାର ପାଇଁ ଏହା ଏକ ଦିବା ସ୍ବପ୍ନ କିନ୍ତୁ ନିଜ ପୁଅକୁ ବଞ୍ଚାଇବାକୁ ଓଡିଶା ବାସି ଙ୍କ ଦ୍ୱାରସ୍ଥ ହେଇଥିଲେ ରାଜବୀର ଙ୍କ ମା। ଆଉ ଓଡିଶା ବାସି ସହାୟତା ର ହାତ ବଢ଼ାଇ ଚାଲିଥିବା ବେଳେ ଅକସ୍ମାତ ସାମ୍ନା କୁ ଆସିଛି ଏକ ଭିଡିଓ ଯାହାକି ସମସ୍ତଙ୍କୁ ବିସ୍ମିତ କରି ଦେଇଛି ।

ତେବେ ରାଜବୀର ଙ୍କ ବାପା ଙ୍କ ଭିଡିଓ ଭାଇରଲ ହେବାରେ ଲାଗିଛି । ସୋସିଆଲ ମିଡିଆରେ କୁହାଯାଉଛି କି ରାଜଭିର ଙ୍କ ବାପା ଏକ ଦାମୀ ହୋଟେଲ ରେ ବସି ମଦ୍ୟପାନ କରିବା ସହିତ ଅଣ୍ଡା ରୋଲ ଖାଉଛନ୍ତି । ଭିଡିଓ ଟି ଭାଇରଲ ହେବାରେ ଲାଗିଥିବା ବେଳେ ଏକ ଗଣମାଧ୍ୟମ କୁ ପ୍ରତିକ୍ରିୟା ଦେଇ ରାଜବୀର ଙ୍କ ମା କହିଛନ୍ତି କି ଏହା ମଦ୍ୟ ନୁହେଁ ଜୁସ ଅଟେ । ଆମ ପ୍ରତି ଷଡଯନ୍ତ୍ର କରା ଯାଉଛି। ଏହି ଭିଡିଓ ମୁଁ କରି ନାହିଁ ଆମକୁ ବ୍ଲାକ୍ମେଲ କରାଯାଉଛି ଟଙ୍କା ପାଇଁ। ସେ ରୁଟି ଆଉ ଜୁସ ପିଉଛନ୍ତି।

ତେବେ ସୂଚନା ଥାଉ କି କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ମହକୁମା ଅଧୀନ ଆମ୍ବପଡ଼ା ଛକର ବାସିନ୍ଦା ହେଉଛନ୍ତି କୁଳମଣି ରଣା ଏବଂ ତମଲିକା ଦାସ । କୁଳମଣି ଏକ ଘରୋଇ ସଂସ୍ଥାରେ ଡେଲିଭେରୀ ବୟ ଭାବେ କାର୍ଯ୍ୟ କରନ୍ତି । ରାଜଭିର ହେଉଛନ୍ତି ତାଙ୍କର ଦେଢ଼ ବର୍ଷ ବୟସର ତେବେ ପୁଅକୁ ଭଲ କରିବାକୁ ଦରକାର ୧୬ କୋଟି । ଟଙ୍କା ପାଇଁ ବାର ଦୁଆର ହେଲେ ବି ଯାହା ମିଳୁଛି ସମୁଦ୍ରକୁ ଶଙ୍ଖେ ।

ଛୁଆର କଷ୍ଟ ସହି ନ ପାରି ଶେଷରେ ନବୀନ ନିବାସ ଆଗରେ ଧାରଣାରେ ବସିଲେ ବାପାମା’ । ସାହାଯ୍ୟ ତ କିଛି ମିଳିଲାନି । ବରଂ ସେଠାରୁ ଉଠାଇ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ କଟକ ଏସ୍‌ସିବିକୁ ପଠାଇ ଦିଆଗଲା । ହେଲେ ଏସସିବିରେ ବି ନାହିଁ ଏହାର ଚିକିତ୍ସା ବ୍ୟବସ୍ଥା । ପୁଅର ଚିକିତ୍ସା ଏଠାରେ ସମ୍ଭବ ନୁହେଁ କହି ଫେରାଇ ଦେଲେ ଏସସିବି କର୍ତ୍ତୃପକ୍ଷ । ପାଖରେ ଟଙ୍କା ନାହିଁ। ସମୟ ବି ନାହିଁ । ତେବେ ବର୍ତ୍ତମାନ ତାଙ୍କୁ ଭଲ କରିବା ପାଇଁ ସମସ୍ତେ ଆଗକୁ ବଢ଼ୁଛନ୍ତି ଏବଂ ଅର୍ଥ ର ସହାୟତା କରୁଛନ୍ତି।

ତେବେ ରାଜବୀର ଙ୍କୁ ସାହାର୍ୟ୍ଯ କରିବା ପାଇଁ ଠିକଣା ହେଉଛି କୁଳମଣି ରଣା। ଆକାଉଣ୍ଟ ନମ୍ବର ୬୨୫୦୦୨୦୧୦୦୧୧୬୦୦, ଆଇଏଫଏସଇ କୋଡ଼ ହେଉଛି UBIN562505, ଫୋନ ପେ ବା ଗୁଗୁଲ ପେ ପାଇଁ 6360371595 । ତେବେ ଆମେ ପାର୍ଥନା କରୁଛୁ କି ଭଗବାନ ଏହି କୁନି ଜୀଵନ କୁ ବଞ୍ଚେଇ ଦିଅନ୍ତୁ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।