ଆଲିୟା ଭଟ୍ଟଙ୍କର ମା ପାକିସ୍ତାନରେ ରହିବା ପାଇଁ ନିଜର ଇଛା ଜାହିର କରିଲେ, କହିଲେ – ‘ସେଠି ରହିଲେ …’

ଭାରତ ଏକ ଲୋକତନ୍ତ୍ର ଦେଶ ଅଟେ ଏବଂ ଯେଉଁଠି କାହାକୁ ବି କିଛି ବି କହିବାର ପୁରା ହକ ଅଛି । ଫିଲ୍ମ ସର, ସଡକ ଏବଂ ରାଜୀ ଭଳି ଫିଲ୍ମରେ ନଜର ଆସି ସାରିଥିବା ଆଳିୟା ଭଟ୍ଟଙ୍କର ମା ସୋନୀ ରଜଦାନ କୌଣସି ପରିଚୟର ମୋହତାଜ ନୁହନ୍ତି । ସୋନୀ ରଜଦାନ ସବୁ ମୁଦ୍ଦା ଉପରେ ନିଜର ରାୟକୁ ସବୁବେଳେ ସାହସର ସହିତ ରଖିଥାନ୍ତି । ଏବଂ ଏଥର ବି ସେ ବହୁତ ବଡ କଥା କହିଦେଇଛନ୍ତି ।

ସୋନୀ ରଜଦାନ ବହୁତ ଜଲ୍ଦି ହିଁ ଫିଲ୍ମ ‘ନୋ ଫାଦର୍ସ ଇନ କଶ୍ମୀର’ରେ ନଜର ଆସିବେ । ଏହି ଫିଲ୍ମର ପ୍ରମୋଶନରେ ସୋନୀ ରଜଦାନ କହିଲେ କି ସେ ପାକିସ୍ତାନରେ ରହିବାକୁ ଇଛା କରୁଛନ୍ତି ।

ଆଲିୟା ଭଟ୍ଟଙ୍କର ମା ପାକିସ୍ତାନରେ ରହିବା ପାଇଁ ଜାହିର କରିଲେ ନିଜର ଇଚ୍ଛା

ଫିଲ୍ମ ପ୍ରମୋଶନ ସମୟରେ ସୋନୀ ରଜଦାନ କହିଲେ, ‘ଯେତେବଳେ ମୁଁ କିଛି ବି କୁହେ ତେବେ ମୁଁ ସଙ୍ଗେ ସଙ୍ଗେ ଟ୍ରୋଲ ହୋଇଯାଏ । ମୋତେ ଦେଶଦ୍ରୋହି ବୋଲି ମଧ୍ୟ କୁହାଯାଏ । କେବେ କେବେ ଚିନ୍ତା କରେ କି ମୁଁ ପାକିସ୍ତାନ ଚାଲିଯିବି । ସେଠି ବୋଧେ ମୁଁ ଅଧିକ ଖୁସିରେ ରହିପାରିବି । ସେଠିକାର ଖାଦ୍ୟ ବି ମୋତେ ବହୁତ ଭଲ ଲାଗେ । ଏହି କଥା ଉପରେ ହସି ହସି ସେ ଆଗକୁ କହିଲେ କି, ମୋତେ ନିଜ ଇଚ୍ଛାରେ ପାକିସ୍ତାନରେ ବୁଲିବାକୁ ଯିବି ।

ଏବଂ ସୋନୀ ରଜଦାନ ଏହା ବି କହିଲେ କି ମୋତେ ଟ୍ରୋଲଙ୍କର ପାକିସ୍ତାନ ଯିବା କଥା ଉପରେ କୌଣସି ଫରକ ପଡେ ନାହିଁ । ସୋନୀ ଆଗକୁ କହିଲେ କି, ମୁଁ ଭାରତକୁ ପୁରା ପୁରୀ ହିନ୍ଦୁ ଦେଶ ହେବା ବିରୁଦ୍ଧରେ ଅଛି । ପାକିସ୍ତାନରେ ଏକତ୍ରିତ ହୋଇ ରହି ନାହାନ୍ତି, ସେଥିପାଇଁ ସେ ଏକ ଭଲ ଦେଶ ହୋଇ ପାରି ନାହିଁ ।

ସୋନୀ ରଜଦାନଙ୍କର ଫିଲ୍ମ “ନୋ ଫାଦର୍ସ ଇନ କଶ୍ମୀର” ୫ ଏପ୍ରିଲରେ ସିନେମାଘରେ ରିଲିଜ ହେବ । ଏଥିରେ ନୁର ନାମକ ଏକ ବ୍ରିଟିଶ ଯୁବତୀ ଭାରତୀୟ ଅଟନ୍ତି । ଏବଂ ସେ ନିଜର ହଜି ଯାଇଥିବା ପିତାଙ୍କୁ ଖୋଜିବା ପାଇଁ କାଶ୍ମୀର ଆସିଛନ୍ତି ।

କାଶ୍ମୀରର ବାସ୍ତବିକତାରେ ଦର୍ଶାଇବ ଏହି ଫିଲ୍ମ

ଫିଲ୍ମରେ କାଶ୍ମୀର ଲୋକମାନଙ୍କର ଅସଲ ଜୀବନର ବାସ୍ତବିକତାକୁ ଦର୍ଶାଇବ । ଏହି ଫିଲ୍ମକୁ ରିଲିଜ କରିବା ପାଇଁ ନିର୍ମାତାମାନଙ୍କୁ ଏବଂ କଳକାର ମାନଙ୍କୁ ୮ ମାସ, ୬ ଟି ସ୍କ୍ରିନିଂଗ ଏବଂ ୭ ଟି ଶୁଣାଣି ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିଥିଲା । ବର୍ତ୍ତମାନ ଏହି ଫିଲ୍ମ ରିଲିଜ ହେବା ପାଇଁ ପ୍ରସ୍ତୁତ ଅଟେ ।