ଭାରତର ଏହି ୬ ସୁପରଷ୍ଟାରଙ୍କ ଷ୍ଟାଇଲକୁ ସମସ୍ତେ କରିଥିଲେ ଫଲୋ, ନମ୍ବର ୧ଙ୍କ ଷ୍ଟାଇଲ ଚାଲିଥିଲା ବହୁତ ସମୟ ପାଇଁ

ବଲିଉଡ ଦୁନିଆ ଏମିତି ଏକ ଦୁନିଆ ଅଟେ ଯେଉଁଠାରେ କାମ କରିବାକୁ ସମସ୍ତେ ଚାହାଁନ୍ତି କିନ୍ତୁ କେତେ ଜଣ ହିଁ ସଫଳ ହୋଇ ପାରନ୍ତି । ଏଠାରେ ସେହି କଳାକାରମାନେ ହିଁ ସଫଳ ହୋଇ ପାରନ୍ତି ଯେଉଁମାନଙ୍କର ଅଭିନୟ ଦମଦାର ହୋଇଥାଏ । ଅଭିନୟ ଦମଦାର ହେବା ସହିତ କଳାକାରମାନଙ୍କ ଷ୍ଟାଇଲ ବି ବହୁତ ମହତ୍ତ୍ଵ ରଖିଥାଏ । ଯାହା ପାଇଁ ଫିଲ୍ମ ହିଟ ହୋଇଥାଏ ଓ ସେହି ଅଭିନେତା ବି । ବଲିଉଡରେ ଏପରି କିଛି ଫିଲ୍ମ ତିଆରି ହୋଇଛି ଯେଉଁଥିରେ ଅଭିନେତାମାନଙ୍କର ଷ୍ଟାଇଲ କୁ ଲୋକମାନେ ବହୁତ ପସନ୍ଦ କରିଛନ୍ତି ଓ ତାହାକୁ ଫଲୋ ମଧ୍ୟ କରିଛନ୍ତି ।

୧. ସଲମାନ ଖାନ

ସଲମାନ ଖାନ ବଲିଉଡ ର ଦବଙ୍ଗ ଖାନ ଅଟନ୍ତି । ୨୦୦୩ ମସିହାରେ ତାଙ୍କର ଆସିଥିବା ଫିଲ୍ମ “ତେରେ ନାମ” କୁ ଲୋକମାନେ ବହୁତ ପସନ୍ଦ କରିଥିଲେ । ଏଥିରେ ମୁଖ୍ୟ ଆକର୍ଷଣ ଥିଲା ସଲମାନ ଙ୍କ ହେୟାର ଷ୍ଟାଇଲ । ଯାହାକୁ ଦର୍ଶକମାନେ ବହୁତ ପସନ୍ଦ କରିଥିଲେ ଓ ଫଲୋ ମଧ୍ୟ କରିଥିଲେ ।

୨. ରଜନୀ କାନ୍ତ

ସାଉଥରେ ଲୋକମାନେ ରଜନୀ କାନ୍ତଙ୍କୁ ଭଗବାନ ବୋଲି ମାନନ୍ତି । ରଜନୀ କାନ୍ତ ସାଉଥ ଫିଲ୍ମରେ କାମ କରିବା ସହ ବଲିଉଡରେ ମଧ୍ୟ ଅନେକ ଫିଲ୍ମ କରିଛନ୍ତି । ସେହି ଫିଲ୍ମ ଗୁଡିକ ମଧ୍ୟ ଲୋକପ୍ରିୟ ଅଟେ । ରଜନୀକାନ୍ତଙ୍କ ଷ୍ଟାଇଲ ଲୋକ ମାନଙ୍କୁ ବହୁତ ପସନ୍ଦ । ତାଙ୍କର ସବୁ ଷ୍ଟାଇଲ ମଧ୍ୟରୁ ସିଗାରେଟ ପିଇବା ଷ୍ଟାଇଲ ଲୋକମାନଙ୍କୁ ଅଧିକ ପସନ୍ଦ ।

୨. ଅଜୟ ଦେବଗନ

ବଲିଉଡର ଷ୍ଟାର ଅଜୟ ଦେବଗନଙ୍କର ସିଙ୍ଘମ ଫିଲ୍ମ ବହୁତ ଲୋକ ପ୍ରିୟତା ଲାଭ କରିଥିଲା । ସିଙ୍ଘମ ଫିଲ୍ମର ସାରା ଦେଶ ଦିବାନା ଅଟେ । ସେ ବହୁତ ଚରିତ୍ର ରେ ଫିଲ୍ମ କରିଛନ୍ତି, ଯାହାକୁ ଲୋକମାନେ ପସନ୍ଦ ମଧ୍ୟ କରିଛନ୍ତି । ସମସ୍ତ ଷ୍ଟାଇଲ ମଧ୍ୟରୁ ତାଙ୍କର ଲମ୍ବା ଚୁଟି ରଖିବା ଷ୍ଟାଇଲ ଲୋକଙ୍କୁ ଅଧିକ ପସନ୍ଦ ଅଟେ ।

୩. ଶାହାରୁଖ ଖାନ

ଶାହାରୁଖ ଖାନ ବଲିଉଡରେ କିଙ୍ଗ ଖାନ ନାମରେ ପରିଚିତ ଅଟନ୍ତି । ସେ ବଲିଉଡରେ ବହୁତ ସାରା ଫିଲ୍ମରେ କାମ କରିଛନ୍ତି । ସେ ସବୁଠାରୁ ଅଧିକ ରୋମାନ୍ଟିକ ଫିଲ୍ମରେ କାମ କରିଛନ୍ତି । ଶାହାରୁଖ ଖାନଙ୍କ ଫିଲ୍ମ ଓ ଷ୍ଟାଇଲ ସାରା ଦେଶରେ ଲୋକପ୍ରିୟତା ଲାଭ କରିଛି । ତାଙ୍କର ସମସ୍ତ ଷ୍ଟାଇଲ ମଧ୍ୟରୁ ହାତ ମେଲାଇ ପ୍ରପୋଜ କରିବା ଷ୍ଟାଇଲ ସମସ୍ତଙ୍କୁ ଅଧିକ ପସନ୍ଦ ।

୪. ଅମିତାଭ ବଚନ

ବଲିଉଡ ଜଗତର ମହାନାୟକ ଅମିତାଭ ବଚନ ଅଟନ୍ତି । ସେ ବହୁତ ସାରା ଫିଲ୍ମରେ କାମ କରିଛନ୍ତି । ସେ ବଲିଉଡର ଏଭରଗ୍ରୀନ ସୁପର ଷ୍ଟାର ଅଟନ୍ତି । ତାଙ୍କର ସମସ୍ତ ଷ୍ଟାଇଲକୁ ଲୋକ ପସନ୍ଦ କରିଛନ୍ତି । ସମସ୍ତ ଷ୍ଟାଇଲ ମଧ୍ୟରୁ ଅମିତାଭଙ୍କ ଲମ୍ବା ପ୍ୟାଣ୍ଟ ପିନ୍ଧିବା ଷ୍ଟାଇଲ ଅନେକ ସମୟ ପର୍ଯ୍ୟନ୍ତ ଲୋକଙ୍କ ମନରେ ରହିଥିଲା ।

୫. ରଣବୀର ସିଂହ

ବଲିଉଡର ଏନର୍ଜେଟିକ ଷ୍ଟାର ରଣବୀର ସିଂହ ଅଟନ୍ତି । ରଣବୀର ସିଂହ ବହୁତ କମ ସମୟ ମଧ୍ୟରେ ବଲିଉଡରେ ନିଜର ଜାଗା ବନେଇଛନ୍ତି । ତାଙ୍କ ଫିଲ୍ମ ସମସ୍ତଙ୍କୁ ବହୁତ ପସନ୍ଦ ଆସେ । ତାଙ୍କର ସମସ୍ତ ଷ୍ଟାଇଲ ଲୋକଙ୍କୁ ବହୁତ ପସନ୍ଦ କିନ୍ତୁ ବିୟର୍ଡ ଷ୍ଟାଇଲ ଲୋକମାନଙ୍କୁ ଅଧିକ ପସନ୍ଦ । ତାଙ୍କର ଏହି ଷ୍ଟାଇଲକୁ ଲୋକ ଫଲୋ ମଧ୍ୟ କରନ୍ତି ।