ଧନ ଲାଭ ଓ ଉନ୍ନତି ପାଇଁ ଘରେ ଲଗାନ୍ତୁ ଏହି ଗୋଟିଏ ଜିନିଷ, ସବୁବେଳେ ମା’ ଲକ୍ଷ୍ମୀ ରହିବେ ଆପଣଙ୍କ ଘରେ

ମଣିଷକୁ ଜୀବନରେ ଅନେକ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡେ । ଶାସ୍ତ୍ରରେ ଏପରି ଅନେକ ଉପାୟ ଅଛି ଯାହାଦ୍ୱାରା ମଣିଷ ନିଜ ସମସ୍ୟାର ସମାଧାନ କରିପାରିବ । ବାସ୍ତୁ ଶାସ୍ତ୍ରର ନିୟମ ଯଦି ମଣିଷ ପାଳନ କରେ, ତେବେ ଘର ପରିବାରରେ ସୁଖ ଶାନ୍ତି ଓ ଉନ୍ନତି ହୋଇଥାଏ । ଆଜି ଆମେ ଆପଣଙ୍କୁ କିଛି ନିୟମ ବିଷୟରେ କହିବୁ । ସେହି ନିୟମକୁ ଅବଲମ୍ବନ କଲେ ଘରୁ ନାକରାତ୍ମକ ପ୍ରଭାବ ଦୂର ହୋଇଥାଏ ।

ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ଦୌଡୁଥିବା ଘୋଡାର ଫଟୋ ଲଗାନ୍ତୁ । ଏହା ଦ୍ଵାରା ମା’ ଲକ୍ଷ୍ମୀଙ୍କ କୃପାରୁ ଧନ ପ୍ରାପ୍ତି ହୋଇଥାଏ ଓ ଘରେ ସୁଖ ସମୃଦ୍ଧିରେ ବୃଦ୍ଧି ଘଟେ । ଆସନ୍ତୁ ଜାଣିବା କେଉଁ ଉପାୟ କଲେ ଧନ ଲାଭ ହେବ ଓ ଘରକୁ ସୁଖ ଶାନ୍ତି ଆସିବ ।

ଧନ ଲାଭ ପାଇଁ

ସମସ୍ତଙ୍କ ଜୀବନରେ ଧନ ଜନିତ ସମସ୍ୟା ରହିଥାଏ । ବାସ୍ତୁ ଶାସ୍ତ୍ର ଅନୁସାରେ ଧନ ଜନିତ ସମସ୍ୟାର କିଛି ଉପାୟ ରହିଛି । ଯାହାକୁ ଅବଲମ୍ବନ କଲେ ଧନ ଜନିତ ସମସ୍ୟାର ସମାଧାନ ହେବ । ଆପଣ ଆପଣଙ୍କ ଘରର ଦକ୍ଷିଣ କାନ୍ଥରେ ଘୋଡାର ଫଟୋ ଲଗାନ୍ତୁ । ଏହା କରିବା ଦ୍ଵାରା ଯଶ ଓ ପ୍ରସିଦ୍ଧି ଲାଭ ହୁଏ । ବହୁତ ଶ୍ରୀଘ ମଧ୍ୟ ଧନ ଲାଭ ହୁଏ । ଏହି ଉପାୟ ଦ୍ଵାରା ମା ଲକ୍ଷ୍ମୀ ଆପଣଙ୍କ ଘରେ ବାସ କରନ୍ତି । ଆପଣଙ୍କର ଧନ ସମ୍ବନ୍ଧୀୟ ସମସ୍ୟା ଦୂର ହୁଏ ।

ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ସୁସମ୍ପର୍କ ଓ ପ୍ରେମ ପାଇଁ

ଯେଉଁ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ସବୁବେଳେ ମତଭେଦ ହୁଏ, ସେମାନେ ବାସ୍ତୁ ଶାସ୍ତ୍ର ଅନୁସାରେ ଶୋଇବା ଘରେ ଏକ ଧାତୁ ନିର୍ମିତ ଯୋଡା ଘୋଡା ରଖନ୍ତୁ । ଏହି ଉପାୟ କରିବା ଦ୍ଵାରା ଦାମ୍ପତ୍ୟ ଜୀବନ ସୁଖମୟ ହୁଏ ଓ ସେମାନେ ପରସ୍ପରକୁ ଭଲ ଭାବେ ବୁଝିପାରନ୍ତି ।

ବ୍ୟବସାୟରେ କିପରି ପାଇବେ ଲାଭ

ଯଦି ବ୍ୟବସାୟରେ ସମସ୍ୟା ଉତ୍ପନ୍ନ ହେଉଛି କିମ୍ବା ବେପାର ଭଲ ଚାଲୁ ନାହିଁ, ତେବେ ତାହାର ପ୍ରତିକାର କରିବା ଉଚିତ । ବାସ୍ତୁ ଶାସ୍ତ୍ର ଅନୁସାରେ ଏକ ଦୌଡୁଥିବା ଘୋଡାର ଫଟୋ ଅଫିସ କିମ୍ବା ଦୋକାନର ଦକ୍ଷିଣ ପାର୍ଶ୍ଵରେ ଲଗାନ୍ତୁ । ଏହା ଦ୍ଵାରା ସକରାତ୍ମକ ପ୍ରଭାବ ଦେଖାଦିଏ । ମନେ ରଖନ୍ତୁ ଦୌଡୁଥିବା ଘୋଡାର ମୁହଁ ଘରର ଭିତର ପଟକୁ ରହିବା ଉଚିତ । ଏହା କରିବା ଦ୍ଵାରା ଧନ ଲାଭ ହେବା ସହ ଚାକିରିରେ ମଧ୍ୟ ଉନ୍ନତି ହୁଏ । ବାସ୍ତୁ ଶାସ୍ତ୍ରର ଏହି ନିୟମ ଗୁଡିକୁ ଅବଲମ୍ବନ କରିବା ଦ୍ଵାରା ଧନ ପ୍ରାପ୍ତି ହୁଏ । ଜୀବନର ସବୁ ସମସ୍ୟା ଦୂର ହୋଇଥାଏ ।