ଗୋଟିଏ ବ୍ୟକ୍ତିକୁ ପ୍ରେମ କରୁଥିଲେ ବିଦ୍ୟା ବାଲନ ଓ ତାଙ୍କ ଭଉଣୀ, ପୁଣି ଏମିତି ହେଇଥିଲା ତାର ପରିଣାମ

ବଲୀଉଡ ଇଣ୍ଡଷ୍ଟ୍ରିର ସଫଳ ଅଭିନେତ୍ରୀମାନଙ୍କ ମଧ୍ୟରେ ସାମିଲ ଥିବା ବିଦ୍ୟା ବାଲନଙ୍କ ବର୍ତ୍ତମାନ ପର୍ଯ୍ୟନ୍ତ ଫିଲ୍ମି କ୍ୟାରିୟର ଭଲ ରହିଛି । ସେ କିଛି ଏମିତି ଫିଲ୍ମ କରିଛନ୍ତି ଯାହା ଉପରେ ତାଙ୍କୁ ବି ଗର୍ବ ଅଛି । ବିଦ୍ୟାଙ୍କ ପର୍ସନାଳ ଲାଇଫ ବି ଭଲ ଚାଲୁ ଅଛି । ସେ ସିଦ୍ଧାର୍ଥ ରୟ କପୁରଙ୍କ ପତ୍ନୀ ଅଟନ୍ତି । ଯିଏକି ଇଣ୍ଡଷ୍ଟ୍ରିର ଜଣେ ଜଣା ଶୁଣା ପ୍ରଡ୍ୟୁସର ଅଟନ୍ତି । ବିଦ୍ୟା ବାଲନ ବର୍ତ୍ତମାନ ପର୍ଯ୍ୟନ୍ତ ନିଜର ସନ୍ତାନ ବିଷୟରେ କୌଣସି ବି ଯୋଜନା କରି ନାହାନ୍ତି ଓ ନା ହିଁ ସେ ବର୍ତ୍ତମାନ ମା ହେବାର ମୁଡରେ ଅଛନ୍ତି । କିନ୍ତୁ ଯଦି ବିଦ୍ୟା ବାଲନଙ୍କ ପ୍ରଥମ ପ୍ରେମ ବିଷୟରେ କଥାବାର୍ତ୍ତା କରିବା ତେବେ ତାଙ୍କର ପ୍ରଥମ ପ୍ରେମ ଅଧା ରହି ଯାଇ ଥିଲା ।

କିଛି ଦିନ ତଳେ ଅଭିନେତ୍ରୀ ନେହା ଧୁପିୟାଙ୍କ ଶୋ ନୋ ଫିଲ୍‍ଟର ନେହାରେ ବିଦ୍ୟା ବାଲନ ନିଜ ଲାଇଫକୁ ନେଇ ବିଭିନ୍ନ ରାହସ୍ୟ ଉଜାଗର କରିଥିଲେ । ସେ ସେହି ଶୋ ରେ ନିଜ ଜୀବନ ସହ ଜଡିତ ବହୁତ ମହତ୍ଵପୂର୍ଣ ରହସ୍ୟ ସମସ୍ତଙ୍କୁ କହିଲେ । ବିଦ୍ୟା ବାଲନ କହିଲେ କି ସେ ନିଜର ଭଉଣୀ ପାଇଁ ନିଜର ପ୍ରେମକୁ ତ୍ୟାଗ କରି ଦେଲେ । ବିଦ୍ୟା ବାଲନ କହିଲେ କି ମୁଁ ଜଣଙ୍କୁ ପ୍ରେମ କରୁଥିଲି ।

କିନ୍ତୁ ଯେତେବେଳେ ମୋତେ ଜଣା ପଡିଲା କି ଅସଲରେ ସେ ମୋର ଭଉଣୀକୁ ପସନ୍ଦ କରୁଛି ଓ ସେମାନେ ପରସ୍ପରକୁ ଡେଟ କରିବା ଆରମ୍ଭ କରି ଦେଇଛନ୍ତି, ତେବେ ମୁଁ ଚିନ୍ତା କରିଲି କି ସେ ମୋ ଭଉଣୀକୁ ବାହା ବି ହୋଇପାରେ । ଏଥିପାଇଁ ମୁଁ ନିଜର ଭଲ ପାଇବା ମାରି ଦେଲି ।

କିନ୍ତୁ ଯଦି ବିଦ୍ୟା ବାଲନଙ୍କ ଫିଲ୍ମି କ୍ୟାରିୟର ବିଷୟରେ କଥାବାର୍ତ୍ତ କରିବା ତେବେ ସେ ଶେଷ ଥର ଫିଲ୍ମ ‘ମିସନ ମଙ୍ଗଲରେ ନଜର ଆସିଥିଲେ । ଯେଉଁଥିରେ ତାଙ୍କ ସହିତ ଅକ୍ଷୟ କୁମାର ବି ଥିଲେ । ଏହି ଫିଲ୍ମ ବକ୍ସ ଅଫସିରେ ବହୁତ ହିଟ ହୋଇଛି ।