ରାସ୍ତା ମଝିରେ ସ୍ଵାମୀ ସହିତ Lip Lock କରୁଥିବାର ନଜର ଆସିଲେ ଏହି ଅଭିନେତ୍ରୀ ଜଣକ, କହିଲେ – ‘ପ୍ରେମ, କିସ ଓ ଗରମ ଦିନର ଛୁଟି…’

ଟେଲିବିଜନ ଦୁନିଆରୁ ଦୂରେଇ ଯାଇ ଦ୍ରଷ୍ଟି ଧାମୀ ବର୍ତ୍ତମାନ ସମୟରେ ସ୍ପେନରେ ନିଜ ସ୍ଵାମୀ ସହିତ ଛୁଟିରେ ଅଛନ୍ତି । ଯାହାର କିଛି ଫଟୋ ସେ ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ଏହି ସବୁ ଫଟୋ ମଧ୍ୟରୁ ତାଙ୍କର ଏକ ଫଟୋ ବହୁତ ଭାଇରାଲ ହେଉଛି, ଯେଉଁଥିରେ ଦ୍ରଷ୍ଟି ଧାମୀ ନିଜ ସ୍ଵାମୀ ନୀରଜଙ୍କୁ କିସ କରୁଥିବାର ନଜର ଆସୁଛନ୍ତି । ତେବେ ଚାଲନ୍ତୁ ଜାଣିବା ଆମର ଏହି ଲେଖାରେ ଆପଣଙ୍କ ପାଇଁ କଣ ଖାସ ଅଛି ।

ରାସ୍ତା ଉପରେ ଲିପ ଲକ କରୁଥିବାର ନଜର ଆସିଲେ ଦ୍ରଷ୍ଟି ଧାମୀ

ଟେଲିବିଜନ ଦୁନିଆର ଅଭିନେତ୍ରୀ ଦ୍ରଷ୍ଟି ଧାମୀ ସ୍ପେନରେ ନିଜର ସ୍ଵାମୀ ସହିତ ମସ୍ତି କରୁଥିବାର ନଜର ଆସୁଛନ୍ତି । ଏହି ସମୟରେ ସ୍ପେନର ରାସ୍ତା ଉପରେ ଦ୍ରଷ୍ଟି ଧାମୀ ନିଜ ସ୍ଵାମୀ ସହିତ ଲିପ ଲକ କରିଥିଲେ, ଯାହାର ଫଟୋ ସେ ନିଜର ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ଏହି ଲିପ ଲକ ଫଟୋକୁ ଶେୟାର କରି ଦ୍ରଷ୍ଟି ଧାମୀ ଏକ ସୁନ୍ଦର କ୍ୟାପସନ ବି ଲେଖିଛନ୍ତି, “କିସ ଓ ଗରମ ଦିନ ଛୁଟିରେ ପାଗଳପନ୍ତି ।“

୨୦୧୫ରେ ହୋଇଥିଲା ଦ୍ରଷ୍ଟି ଧାମୀଙ୍କର ବିବାହ

ଟେଲିବିଜନ ଦୁନିଆରେ ନିଜର ପ୍ରତିଭା ଦ୍ଵାରା ନାମ ଅର୍ଜନ କରିଥିବା ଅଭିନେତ୍ରୀ ଦ୍ରଷ୍ଟି ଧାମୀ ବର୍ଷ ୨୦୧୫ରେ ନୀରଜଙ୍କ ସହିତ ବିବାହ କରି ନେଇଥିଲେ । ନୀରଜଙ୍କୁ ଦ୍ରଷ୍ଟି ଧାମୀ ବହୁତ ସମୟ ହେବ ଡେଟ କରୁଥିଲେ, ଯେଉଁ କାରଣରୁ ସେମାନେ ବିବାହ କରିବା ପାଇଁ ନିଷ୍ପତି ନେଲେ । ବିବାହ ପରେ ଦ୍ରଷ୍ଟି ଧାମୀ ପାଖାପାଖି ଛୋଟ ପରଦାରୁ ଗାୟବ ହୋଇ ଯାଇଛନ୍ତି ଓ ସେ ଘର ପରିବାର ମଧ୍ୟରେ ବ୍ୟସ୍ତ ଅଛନ୍ତି ।

କିନ୍ତୁ ଦ୍ରଷ୍ଟି ଧାମୀ ଜଲ୍ଦି ଟେଲିବିଜନ ଦୁନିଆକୁ ଫେରି ପାରନ୍ତି । କିନ୍ତୁ ବର୍ତ୍ତମାନ ସେ ନିଜ ସ୍ଵାମୀ ଓ ପରିବାର ସହିତ ସମୟ ବିତାଉଛନ୍ତି ।

ସିରିୟଲରୁ ଦୂରେଇ ଯାଇଛନ୍ତି ଦ୍ରଷ୍ଟି ଧାମୀ

ଟେଲିବିଜନରେ ଟପ ଅଭିନେତ୍ରୀମାନଙ୍କ ମଧ୍ୟରେ ସାମିଲ ଥିବା ଦ୍ରଷ୍ଟି ଧାମୀଙ୍କୁ ଶେଷ ଥର ସିରୟଲ ‘ସିଲସିଲା’ରେ ଦେଖା ଯାଇଥିଲା, ଯାହା ପରେ ସେ ଏକ ଲମ୍ବା ବ୍ରେକରେ ଅଛନ୍ତି । କହିଦେଉଛୁ କି ଦ୍ରଷ୍ଟି ଧାମୀ ‘ଦିଲ ମିଲ ଗଏ’, ‘ଝଲକ ଦିଖଲା ଜା’ ଓ ‘ମଧୁବାଲା’ ଭଳି ପପୁଲାର ସିରିୟଲରେ ନଜର ଆସି ସାରିଛନ୍ତି ।