ଆର୍ମି ଅଫିସର ର ଝିଅ ହେଉଛନ୍ତି ଏହି ସୁନ୍ଦର ହିରୋଇନ, ପ୍ରଥମ ହିଟ ଫିଲ୍ମ ପରେ ମନା କରିଦେଇଥିଲେ ୩୦ ଟି ଫିଲ୍ମ ର ଅଫର

ଆଜି ଆମେ ଆପଣଙ୍କୁ ଏମିତ ଏକ ଅଭିନେତ୍ରୀ ବିଷୟରେ କହିବୁ ଯିଏ କିଛି ଅଳ୍ପ ଫିଲ୍ମରେ କାମ କରି ବହୁତ ପ୍ରସିଦ୍ଧ ଲାଭ କରି ଛନ୍ତି । ସେ ଆଉ କେହି ନୁହନ୍ତି ସେ ହେଉଛନ୍ତି ନିମରତ କୌର । ନିମରତ କୌର ବେଶି ଫିଲ୍ମରେ କାମ କରି ନାହନ୍ତି କିନ୍ତୁ ‘ଲଞ୍ଚ ବକ୍ସ ଏବଂ ଅକ୍ଷୟ କୁମାରଙ୍କ ସହ ଏୟରଲିଫ୍ଟ ରେ ନିଜର ଜବରଦସ୍ତ ଅଭିନୟ ଦ୍ଵାରା ସମସ୍ତଙ୍କ ହୃଦୟ ଜିତି ନେଇଥିଲେ । ନିମରତ କୌର ୩୬ ବର୍ଷ ର ହେଇଯାଇଛନ୍ତି, ତାଙ୍କର ଜନ୍ମ ରାଜସ୍ଥାନ ର ପିଲାନି ସହର ରେ ହୋଇଥିଲା ଏବଂ ନିମରତ କୌରଙ୍କ ପିତା ଏକ ଆର୍ମି ଅଫିସର ଅଟନ୍ତି ।

କାଶ୍ମୀର ରେ ୧୯୯୪ ରେ ତାଙ୍କ ପିତାଙ୍କୁ ଆତଙ୍କବାଦୀ ମାନେ ଅଫହରଣ କରି ହତ୍ୟା କରି ଦେଇଥିଲେ । ତାହ ପରେ ତାଙ୍କ ପରିବାର ଦିଲ୍ଲୀ – ଉପନଗର, ନୋଏଡା ରେ ଚାଲି ଆସିଥିଲେ । ଏବଂ ସେଠୀ ସେ ‘ଶ୍ରୀ ରାମ କଲେଜ ଫ କମର୍ସ ଦିଲ୍ଲୀ’ ବିଶ୍ଵବିଦ୍ୟାଳୟରେ ପଢୀ ଥିଲେ । ପଢିବା ସଙ୍ଗେ ସଙ୍ଗେ ସେ ସ୍ଥାନୀୟ ଥିଏଟର ରେ କାମ କରିବା ଆରମ୍ଭ କରିଦେଇଥିଲେ ।

କଲେଜ ରେ ନିମରତ କୌର ସ୍ଟେଜ ସୋ ରେ ଅଂଶଗ୍ରହଣ କରୁଥିଲେ । ନିମରତ କୌରଙ୍କ ଗୋଟିଏ ଛୋଟ ଭଉଣୀ ଅଛି ଯାହାର ନାମ ରୁବେନ ଏବଂ ସେ ଏକ ମ୍ନୋବୈଜ୍ଞାନିକ ଅଟନ୍ତି । ନିଜର ପଢା ପୁରା କରିବା ପରେ ସେ ବମ୍ବେ ରେ ଆସି କାମ କଲେ ।

ସେ ‘ଓନେ ନାଈଟ ୱିଥ ଥେ କିଂଗ’ ନାମକ ଏକ ଇଂଗ୍ଲିଶ ଫିଲ୍ମରେ କାମ କରିଛନ୍ତି । ଏହା ଛଡା ସେ ‘କୈଡବରୀ ସିଲ୍କ’ ର ଏକ ବିଜ୍ଞାପନ ରେ ମଧ୍ୟ କାମ କରିଛନ୍ତି ।

୨୦୧୩ ରେ ଆସି ଥିବା ଲଞ୍ଚ ବକ୍ସ ରେ ନିମରତ କୌରଙ୍କୁ ପରିଚୟ ମିଳିଲା ଏବଂ ତାଙ୍କ ଫିଲ୍ମ ବହୁତ ହିଟ ମଧ୍ୟ ହେଲା । ଏହି ଫିଲ୍ମକୁ ‘କାନ ଫେସ୍ତିଭାଲ’ ରେ ସାମିଲ କରାଯାଇଥିଲା । ଏଥିର ତାଙ୍କର ଅଭିନୟ ର ବହୁତ ପ୍ରଶଂସା କରାଯାଇଥିଲା ।

ଲଞ୍ଚ ବକ୍ସ ହିଟ ହେବା ପରେ ନିମରତ କୌର ପାଖାପାଖି ୨୭ ରୁ ୩୦ ଟି ଫିଲ୍ମ କରିବା ପାଇଁ ମନାକରି ଦେଇଥିଲେ । ବହୁତ ଫିଲ୍ମ ରିଜେକ୍ଟ କରିବା ପରେ ସେ ଅକ୍ଷୟ କୁମାରଙ୍କ ସହିତ ‘ଏୟାରଲିଫ୍ଟ’ ରେ କାମ କରିଥିଲେ । ତାଙ୍କର ଏହି ଫିଲ୍ମ ବି ବହୁତ ହିଟ ହୋଇଥିଲା ।