bollywwod ର ଏମିତି 8 ହିରୋଇନ ଯେଉଁମାନେ ପାଠ ପଢା ମାମଲାରେ ପୁରା ଜିରୋ

ଏହି ବଲିଉଡର ହିରୋଇନ ମାନେ ନିଜର ଅଭିନୟ ମାଧ୍ୟମରେ ଜଗତର ମନ କିଣିଦେଇଛନ୍ତି । ଏହି ହିରୋଇନ ମାନେ ଟପ ଲିଷ୍ଟରେ ମଧ୍ୟ ଅଛନ୍ତି । କିନ୍ତୁ ପାଠ ପଢାରେ ପୁରା ବେକାର ରହିଛନ୍ତି । ବଲିଉଡର ହିରୋଇନ ମାନେ ନିଜର କ୍ୟାରିୟର ବନେଇବା ପାଇଁ ପାଠ ପଢା କରି ପାରିଲେ ନାହିଁ । ତ ଚଲାନ୍ତୁ କେଉଁ ହିରୋଇନ ମାନେ ନିଜର ଅଭିନୟକୁ ବଜାୟ ରଖିବା ପାଇଁ ପାଠ ପଢାକୁ ଛାଡିଦେଇଥିଲେ ।

କ୍ୟଟ୍ରିନା କ୍ୟାଫ- ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ବଲିଉଡର ହିରୋଇନ କ୍ୟଟ୍ରିନା କ୍ୟାଫ କେବେ ହେଲେ ସ୍କୁଲ ଯାଇନାହାନ୍ତି । ପ୍ରାୟ ସମୟରେ କାଟ୍ରିନା ନିଜ ବାପା ମାନକ ସହ ବିଭିନ୍ନ ଦେଶକୁ ଯାଉଥିଲେ । ସେଥିପାଇଁ ସେ ସ୍କୁଲ କିମ୍ବା କଲେଜ ପାଠ ପଢା  ନିଜର ଘରେ ହିଁ କରିଥିଲେ । ତାଙ୍କୁ ପଢେଇବା ପାଇଁ ଟିଉସନ ଲଗେଇଥିଲେ ।

ପ୍ରିୟଙ୍କା ଚୋପ୍ରା- ଦେଶି ଝିଅ ପ୍ରିୟଙ୍କା ଚୋପ୍ରା ଆରମ୍ଭରୁ କ୍ରୀମିନାଲ ଶାୟିକୋଲୋଜିଷ୍ଟ ହେବା ପାଇଁ ଇଚ୍ଛା କରୁଥିଲେ । ସେଥିପାଇଁ ପ୍ରିୟଙ୍କା ମୁମ୍ବାଇର  ଜୟହିନ୍ଦ କଲେଜରେ ଆଡମିସନ କରିଥିଲେ । କିନ୍ତୁ ସେ ମିସ ଇଣ୍ଡିଆ ହେବା ପାଇଁ  ତଥା ମଡେଲିଙ୍ଗ ଆସିବା ପରେ ନିଜର ପାଠ ପଢା ପୁରୁଣ କରିପାରି ନ ଥିଲେ ।

ଦୀପିକା ପାଦୁକୋନ- ବଲିଉଡର ସହିତ ହଲିଉଡ ପର୍ଯ୍ୟନ୍ତ ନିଜର ସଫଳତା ପାଇସାରିଛନ୍ତି । ଦୀପିକା ବେଙ୍ଗୁଲୁର ସେଫିଆ ହାଇ ସ୍କୁଲରେ +2 ପର୍ଯ୍ୟନ୍ତ ପାଠ ପଢା ପୁରୁଣ କରିସାରିଛନ୍ତି । ପୁଣି ସେ ମାଉଣ୍ଟ କଲେଜରେ ଆଡମିସନ କରିଥିଲେ । କିନ୍ତୁ ମଝିରେ ମଡଲିଙ୍ଗ ଆରମ୍ଭ କରିବାରୁ ପାଠ ପଢା ଛାଡିଇଦେଇଥିଲେ ।

ସୋନାକ୍ଷୀ ସିହ୍ନା- ଦବଙ୍ଗ ଝିଅ ସୋନାକ୍ଷୀ ସିହ୍ନା ମୁମ୍ବାଇର ଆର୍ଯ୍ୟ ବିଦ୍ୟା ମନ୍ଦିରର ସ୍କୁଲ ଜୀବନ ପୁରା କରିଥିଲେ । ତାହା ଛଡା ସୋନାକ୍ଷୀ ଶ୍ରୀମତୀ ଦାମୋଦର ଠାକରେ ୱମେନ ଈଊନିଭରସିଟି ରେ ଫ୍ୟାସନ ଡିଜାଇନଗ ଡିଗ୍ରୀ ନେଇଥିଲେ ।

ଆଲିୟା ଭଟ୍ଟ- ଭଟ୍ଟ ପରିବାରରୁ ଅଭିନେତ୍ରୀ ଆଲିୟା ଭଟ୍ଟ ଜନ୍ମ ଗ୍ରହଣ ନେଇଥିଲେ । କିନ୍ତୁ ସେ ବେସୀ ପାଠ ପଢା କରିନାହାନ୍ତି । ଆଲିୟା +2 ପରେ ଫିଲ୍ମୀ କ୍ୟାରିୟର ଆରମ୍ଭ କରିଦେଇଥିଲେ । ସେଥିପାଇଁ ସେ ଆଉ ଆଗକୁ ପାଠପଢା କରିପାରିନ ଥିଲେ ।

ବିପାଶା ବାସୁ- ବଙ୍ଗାଳୀ ପରିବାରର ବିପାଶା ବାସୁ ଖାଲି +2 ପର୍ଯ୍ୟନ୍ତ ପାଠ ପଢା କରିଥିଲେ । ସେ ଚାଟର୍ଡ ଆକାଉଣ୍ଟ ହେବା ପାଇଁ ଇଚ୍ଛା କରୁଥିଲେ । କିନ୍ତୁ ତାଙ୍କୁ ମଡେଲିଙ୍ଗ ପାଇଁ ଅଫର ଆସୁଥିଲା । ଯାହା ଫଳରେ ଗ୍ଲ୍ୟମର ୱୋଲ୍ଡ ରେ ଏଣ୍ଟର କରିଦେଇଥିଲେ ।

ସୋନମ କପୁର- ଅନିଲ କପୁରଙ୍କ ଝିଅ ସୋନମ କପୁର କହିଥିଲେ ଯେ ସେ ବଲିଉଡରେ ଆସିଲା ପରେ ମଝିରେ  ନିଜର ଗ୍ରାଜୁଏସନକୁ ପାଠ ପଢାକୁ  ଅଧାରୁ  ଛାଡିଦେଇଥିଲେ । ସେଥିପାଇଁ ତାଙ୍କ ମନ ପୁରା ଦୁଖରେ ଅଛି । ସୋନାମ ମୁମ୍ବାଇର ଆଜ୍ୟ ବିଦ୍ୟା ମନ୍ଦିରରେ +2 ପର୍ଯ୍ୟନ୍ତ ପାଠ ପଢିଥିଲେ ।

କରିସ୍ମା କପୁର- ବଲିଉଡ ଅଭିନେତ୍ରୀ କରିସ୍ମା କପୁର ଆଜି ଲୋକମାନଙ୍କ ହୃଦୟରେ ଅଛି । କିନ୍ତୁ ଆପଣ ଜାଣିଛନ୍ତି କି କରିସ୍ମା କେବଳ ୫ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଛନ୍ତି । କରିସ୍ମା ବଲିଉଡରେ ୫ ଶ୍ରେଣୀ ପରେ ସ୍କୁଲ ଯିବା ବନ୍ଦ କରିଦେଲେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।