ଟ୍ରେନ ଡ୍ରାଇଭରଙ୍କ ଦରମା ଜାଣି ଆପଣ ଆଶ୍ଚର୍ଯ୍ୟ ହେବେ

ଯଦି ଆପଣ ଗୋଟିଏ ଟ୍ରେନ ଡ୍ରାଇଭର ହେବାକୁ ଚାହାଁନ୍ତି ତେବେ ଆପଣଙ୍କୁ “ଏ ଏଲ ପି” ପରୀକ୍ଷା ଦେବାକୁ ପଡିଥାଏ । ଏହାକୁ ସେଣ୍ଟ୍ରାଲ ବୋର୍ଡ ପରିଚାଳନା କରିଥାଏ । ଏହା ପ୍ରତି ୨ ରୁ ୩ ବର୍ଷ ମଧ୍ୟରେ ବାହାରିଥାଏ । ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ଆପଣଙ୍କୁ ଆସିଷ୍ଟାଣ୍ଡ ଲୋକ ପାଇଲଟ ପାଇଁ ମନୋନୀତ କରାଯାଇଥଏ । ଏହି ସମୟରେ ଆପଣ ଟ୍ରେନ ଚଳାଇ ପାରିବେ ନାହିଁ ।

ଆପଣ କେବଳ ଏହାକୁ ୪ ରୁ ୫ ବର୍ଷ ଶିଖି ପାରିବେ । ତାହା ପରେ ଆପଣଙ୍କ ପ୍ରମୋସନ ହୋଇ ସିନିଅର ଆସିଷ୍ଟାଣ୍ଡ ଲୋକ ପାଇଲଟ ଭାବେ କାମ କରିବେ । ଏଥିରେ ଆପଣ ଚାରି ରୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ କାମ କରିବା ପରେ ଆପଣଙ୍କର ଲୋକ ପାଇଲଟ ଗୁଡସ ଟ୍ରେନକୁ ପ୍ରମୋସନ ହୋଇଥାଏ । ଏଥିରେ ଆପଣ କେବଳ ମାଲବାହୀ ଟ୍ରେନ ଚଳାଇ ପାରିବେ ।

ଏହା ପରେ ଆପଣ ଚାରି ରୁ ପାଞ୍ଚ ବର୍ଷ ପରେ ପ୍ରମୋସନ ପାଇ ଲୋକ ପାଇଲଟ ପାସେଞ୍ଜର ଟ୍ରେନ ଚଳାଇ ପାରିବେ । ଜଏନ କରିବାର ପାଖାପାଖି ୧୫ ରୁ ୨୦ ବର୍ଷ ପରେ ଆପଣ ଲୋକପାଇଲଟ ହୋଇପାରିବେ । ଏହି ଟ୍ରେନ ଡ୍ରାଇଭର ମାନଙ୍କର ବଡ ବଡ ସହରରେ ପୋଷ୍ଟିଂ ହୋଇଥିଲେ ସେମାନଙ୍କୁ ଅଧିକ ଦରମା ଓ ଛୋଟ ସାହରରେ ପୋଷ୍ଟିଂ ହୋଇଥିଲେ କମ ଦରମା ମିଳିଥାଏ ।

ସେହିଭଳି ଏମାନଙ୍କୁ କିଲୋମିଟର ହିସାବରେ ମଧ୍ୟ ପଇସା ମିଳିଥାଏ । ରାତ୍ରି ଚାଳକ ମାନଙ୍କର ମଧ୍ୟ ଅଧିକ ଦରମା ମିଳିଥାଏ । ସେମାନଙ୍କର ବେସିକ ପେ ୧୯,୯୦୦ ଟଙ୍କା ଥାଏ ଏବଂ ତାହା ବଢିକି ୪୪,୦୦୦ ପର୍ଯ୍ୟନ୍ତ ହୋଇଥାଏ । ଏହା ପରେ ଏମାନଙ୍କର ମଧ୍ୟ ବହୁତ ଆଲାଉନ୍ସ ମିଳିଥାଏ ।

ଏଥିରେ ସେମାନଙ୍କର ଦରମା ପ୍ରତିବର୍ଷ ବଢ଼ିଥାଏ । ଏମାନେ ୨୦ ରୁ ୨୫ ବର୍ଷ କାମ କରିବା ପରେ ଏମାନଙ୍କର ଦରମା ୮୦ ହଜାର ପର୍ଯ୍ୟନ୍ତ ହୋଇଥାଏ । ଯଦି ଏମାନେ ଅଧିକ କାମ କରିଥାନ୍ତି ତେବେ ସେମାନେ ୯୦ ହଜାରରୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦରମା ପାଇଥାନ୍ତି ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।