କୌଣସି ଅପସରା ଠୁ କମ୍ ନୁହନ୍ତି Bollywood ଅଭିନେତ୍ରୀ Divya Bharati ଙ୍କ ଭଉଣୀ, ଆପଣ ବି ଦେଖିଲେ ଦିୱାନା ହୋଇଯିବେ

ବଲିଉଡ ଫିଲ୍ମ ମାନଙ୍କରେ ଆଜିକାଲି ଏକ ଠୁ ବଳି ଆରେକ ସୁନ୍ଦର ଚେହେରାମାନ ଦେଖିବାକୁ ମିଳୁଛି । ପ୍ରାୟତଃ କିଛି ଏପରି ନୂଆ ନୂଆ ଚେହେରା ଦେଖିବାକୁ ମିଳନ୍ତି, ଯାହାଙ୍କ ସୁନ୍ଦରତା ଦେଖି ସମସ୍ତେ ଘାୟଲ ହୋଇଯାନ୍ତି । ଏପରି ଏକ ନୂଆ ଚେହେରା ଏବେ ବଲିଉଡରେ ଦେଖିବାକୁ ମିଳିଛି । ସେହି ଚେହେରାଟି ହେଉଛି ୯୦ ଦଶକର ସବୁଠୁ ସୁନ୍ଦରୀ ଅଭିନେତ୍ରୀ ଦିବ୍ୟା ଭାରତୀଙ୍କ ଭଉଣୀଙ୍କର । ତାଙ୍କ ଚେହେରା ଦେଖିଲେ ଆପଣ ମଧ୍ୟ ଦିୱାନା ହୋଇଯିବେ ।

୯୦ ଦଶକରେ ନିଜ ଅଭିନୟ ସହ ସୌନ୍ଦର୍ଯ୍ୟରେ ଅଗଣିତ ଦର୍ଶକଙ୍କ ମନରେ ଘର କରି ପାରିଥିଲେ ଅଭିନେତ୍ରୀ ଦିବ୍ୟା ଭାରତୀ । ଦୁର୍ଭାଗ୍ୟବଶତଃ ବହୁତ କମ୍ ବୟସରେ ରହସ୍ୟପୂର୍ଣ୍ଣ ଭାବେ ତାଙ୍କର ନିଧନ ହୋଇ ଯାଇଥିଲା ଓ ସେ ଆଜି ଆମ ମାନଙ୍କ ଗହଣରେ ନାହାନ୍ତି । ସେ ବହୁତ କମ ଫିଲ୍ମରେ ଅଭିନୟ କରିଥିଲେ ମଧ୍ୟ ଆଜି ବି ଦର୍ଶକ ତାଙ୍କୁ ମାନେ ରଖିଛନ୍ତି । ସେ ଦେଖିବାକୁ ବହୁତ ସୁନ୍ଦରୀ ଥିଲେ ଓ ତାଙ୍କୁ ୯୦ ଦଶକର ସବୁଠୁ ସୁନ୍ଦରୀ ଅଭିନେତ୍ରୀ ବୋଲି କୁହା ଯାଉଥିଲା ।

ତେବେ ବହୁତ କମ୍ ଲୋକ ଜାଣିଛନ୍ତି ଦିବ୍ୟା ଭାରତୀଙ୍କ ଜଣେ ସାନ ଭଉଣୀ ମଧ୍ୟ ଅଛନ୍ତି ବୋଲି । ତାଙ୍କ ନାମ ହେଉଛି କାୟନାତ ଅରୋରା । ସେ ଜଣେ ଭାରତୀୟ ଫିଲ୍ମ ଅଭିନେତ୍ରୀ ଏବଂ ମଡେଲ ଅଟନ୍ତି । ୨ ଡିସେମ୍ବର ୧୯୮୬ରେ ଉତ୍ତରାଖଣ୍ଡର କାୟନାତଙ୍କ ଜନ୍ମ ହୋଇଥିଲା । ଆଜି ତାଙ୍କ ବୟସ ୩୪ ବର୍ଷ ଅଟେ । ସେ ପଞ୍ଜାବୀ ପରିବାରର ଅଟନ୍ତି ।

ପ୍ରସିଦ୍ଧ ଅଭିନେତ୍ରୀ ବିଦ୍ୟା ଭାରତୀଙ୍କ କାକ/ଦାଦା ଝିଅ ଭଉଣୀ ଅଟନ୍ତି କାୟନାତ । ସେ ମେଡଲିଂ ରୁ ନିଜ କ୍ଯାରିଅର ଆରମ୍ଭ କରିଥିଲେ । ମେଡଲିଂ ପରେ ବଲିଉଡର ରାସ୍ତା ବାଛିଥିଲେ କାୟନାତ । କାୟନାତ ଛୋଟ ବେଳୁ ହିଁ ଜଣେ ଅଭିନେତ୍ରୀ ହେବାକୁ ସ୍ଵପ୍ନ ଦେଖୁଥିଲେ । କାୟନାତ ଚାରୁଲ ଅରୋରା ନାମରେ ମଧ୍ୟ ପରିଚିତ ଅଟନ୍ତି । ୧୦୦ କୋଟିର ବ୍ଲକବଷ୍ଟର କମେଡି ଫିଲ୍ମ ‘ଗ୍ରାଣ୍ଡ ମସ୍ତି’ ରୁ ବଲିଉଡରେ ଡେବ୍ୟୁ କରିଥିଲେ କାୟନାତ ।

ଏହି ଫିଲ୍ମରେ ‘ମାର୍ଲୋ’ ଭୂମିକାରେ ଅଭିନୟ କରି ଦର୍ଶକଙ୍କ ଖୁବ ମନୋରଞ୍ଜନ କରିଥିଲେ । ଆଉ ଏହାପରେ ସେ ଅନେକ ଫିଲ୍ମ ମାନଙ୍କରେ କାମ କରିଛନ୍ତି । ସେଗୁଡିକ ମଧ୍ୟ ଅକ୍ଷୟ କୁମାରଙ୍କ ଫିଲ୍ମ ‘ଖଟାମିଠା’ ଏବଂ ‘ମନକଥା’ ଅନ୍ଯତମ । ହିନ୍ଦୀ ଫିଲ୍ମ ସହ କାୟନାତ ପଞ୍ଜାବୀ, ତାମିଲ, ତେଲୁଗୁ ଓ ମାଲାୟାଲମ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି । ଆପଣଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।