ପାପା ସାହିଦଙ୍କ ବିଲକୁଲ କାର୍ବନ କପି ପୁଅ ଜେନ କପୁର, ୧ ବର୍ଷର ବାପ-ପୁଅଙ୍କ ଫୋଟୋ ସେଆର କରି ସାହିଦ କହିଲେ କିଛି ଏମିତି, ଦେଖନ୍ତୁ

ଆଜିର ଏହି ସୋସିଆଲ ମିଡିଆ ଦୁନିଆରେ ସମସ୍ତେ ନିଜର ପିଲାଙ୍କର ଫଟୋ ସେୟାର କରିବାକୁ ପସନ୍ଦ କରିଥାନ୍ତି । ଲୋକଙ୍କୁ ତ ଏହି କୁନି କୁନି ଛୁଆଙ୍କର ଫଟୋ ବହୁତ ପସନ୍ଦ ଆସିଥାଏ । ଏଥିରେ ସବୁଠୁ ଆଗରେ ଥାଆନ୍ତି ଷ୍ଟାର କିଡ୍ସ । ବର୍ତ୍ତମାନ ବଲିଉଡ ହୀରୋ ସାହିଦ କପୁର ନିଜର ପୁଅ ଜେନ କପୁରଙ୍କ ଏକ ଫଟୋ ସେୟାର କରିଛନ୍ତି । ଆପଣଙ୍କୁ ଜଣାଇ ଦେଉଛୁ କି ଜେନ କପୁର ସହିଦ କପୁର ଓ ପତ୍ନୀ ମୀରା ରାଜପୁତଙ୍କର ଦ୍ଵିତୀୟ ସନ୍ତାନ ଅଟନ୍ତି ଓ ସେ ୧ ବର୍ଷର ଅଟନ୍ତି ।

ପ୍ରକୃତରେ ସାହିଦ ଜେନ ଙ୍କ ସହିତ ନିଜର ପିଲାବେଳର ଫଟୋ ମଧ୍ୟ ସେୟାର କରି କ୍ୟାପ୍ସନ ରେ ଲେଖିଛନ୍ତି ‘ଅନ୍ତର କୁହନ୍ତୁ, ଯେମିତି ବାପା, ସେମିତି ପୁଅ’ । ମଜା କଥା ହେଲା କି ସାହିଦ ପିଲାବେଳେ ଯେମିତି ଦେଖାଯାଉଥିଲେ ତାଙ୍କ ପୁଅ ମଧ୍ୟ ବିଲକୁଲ ତାଙ୍କର କାର୍ବନ କପି ଲାଗୁଛି ।

ଯଦି ସାହିଦଙ୍କ ଫଟୋ ବ୍ଲାକ ଆଣ୍ଡ ହ୍ଵାଇଟ ହୋଇ ନଥାନ୍ତା ଆମେ କହିପାରି ନଥାନ୍ତେ କି କେଉଁ ଫଟୋ ଟି ସାହିଦଙ୍କର ଓ କେଉଁଟି ତାଙ୍କ ପୁଅଙ୍କର ।

କିଛି ଦିନ ତଳେ ଜେନ ଓ ତାଙ୍କର ବଡ ଭଉଣୀ ମିଶା ପ୍ରଥମ ରକ୍ଷା ବନ୍ଧନ ପାଳନ କରିଥିଲେ । ଏହି ରାକ୍ଷୀର ଫଟୋ ମଧ୍ୟ ସାହିଦ ପୋଷ୍ଟ କରିଥିଲେ । ଏହି ଫଟୋରେ ୩ ବର୍ଷର ମିଶା ତାଙ୍କ କୁନି ଭାଇଙ୍କୁ ରାକ୍ଷୀ ବାନ୍ଧୁଥିବାର ନଜର ଆସୁଛନ୍ତି ଓ ଏଥିରେ ମିଶାଙ୍କୁ ତାଙ୍କ ମା’ ମୀରା ସାହାର୍ଯ୍ୟ କରୁଛନ୍ତି । ଏହା ବହୁତ ହି ସୁନ୍ଦର ଫଟୋ ଥିଲା ।

ୱର୍କ ଫ୍ରଣ୍ଟ କଥା କହିଲେ ସାହିଦ କିଛି ଦିନ ତଳେ ‘କବୀର ସିଂହ’ ଫିଲ୍ମ ରେ ବକ୍ସ ଅଫିସ ରେ ଧୁମ ମଚାଇ ଥିଲେ । ତାଙ୍କର ଏହି ଫିଲ୍ମ ୩୭୨ କୋଟି ର ଇନକମ କରିଥିଲା । ଏହା ସାହିଦଙ୍କର ଏପର୍ଯ୍ୟନ୍ତ ର ସବୁଠୁ ବଡ ଫିଲ୍ମ ଥିଲା ବୋଲି କୁହାଯାଉଛି । ସାହିଦଙ୍କର ଆସନ୍ତା ଫିଲ୍ମ ତେଲୁଗୁ ଫିଲ୍ମ ‘ଜର୍ସି’ ର ରିମେକ ହେବ । ଏହି ଫିଲ୍ମର ଟାଇଟଲ ଏ ପର୍ଯ୍ୟନ୍ତ ଫାଇନାଲ କରାଯାଇ ନାହିଁ । ‘କବୀର ସିଂହ’ ପରେ ସାହିଦଙ୍କର ଭ୍ୟାଲୁ ବଢି ଯାଇଛି । ଏହା ତାଙ୍କର ବଲିଉଡ ରେ ବହୁତ ଭଲ କମବ୍ୟାକ ବୋଲି କୁହାଯାଉଛି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।