KGF ଫିଲ୍ମର ଭିଲିଆନଙ୍କ ସ୍ତ୍ରୀ କୌଣସି ହିରୋଇଙ୍କ ଠୁ ବି କମ ନୁହନ୍ତି

ବର୍ଷ ୨୦୧୮ ରେ ଫିଲ୍ମ କେଜିଏଫ ଚାପ୍ଟର – ୧ ରିଲିଜ ହେଉ ହେଉ ବହୁତ ରେକର୍ଡ ଭାଙ୍ଗିଥିଲା ଓ ଏହି ଫିଲ୍ମ ସେହି ବର୍ଷ ବ୍ଲକ ବାସ୍ଟର ବି ହେଲା । ଏହି ଫିଲ୍ମର ହିରୋ ୟଶଙ୍କୁ ଯେତିକି ସଫଳତା ମିଳିଲା ସେତିକି ହିଁ ସଫଳତା ଫିଲ୍ମର ଖଲନାୟକ ଗରୁଡାଙ୍କୁ ବି ମିଳିଲା । ଯିଏ ନିଜର ଶରୀର ପରିଭାଷା, ଦମଦାର ଲୁକ ଓ ଅଭିନୟ ଦ୍ୱାରା ଫ୍ୟାନମାନଙ୍କ ହୃଦୟ ଜିତି ନେଇଥିଲେ । ବର୍ତ୍ତମାନ ସେ କନ୍ନଡ଼ ଫିଲ୍ମର ପ୍ରସିଦ୍ଧ ଖଳନାୟକ ଅଭିନେତା ହୋଇଯାଇଛନ୍ତି ।

ଏମିତିରେ ଆଜି ଆସନ୍ତୁ ଜାଣିବା ତାଙ୍କର ଜୀବନ ସହ ଜଡିତ କିଛି ରହସ୍ୟ ପୂର୍ଣ କଥା । କେଜିଏଫ ଚାପ୍ଟର – ୧ ରେ ଫିଲ୍ମରେ ଗରୁଡାର ଅଭିନୟ କରି ପ୍ରସିଦ୍ଧ ହୋଇଥିବା ଅଭିନେତାଙ୍କ ପ୍ରକୃତ ନାମ ରାମଚନ୍ଦ୍ର ରାଜୁ ଅଟେ । ତାଙ୍କର ଜନ୍ମ ବାଙ୍ଗାଲୋରରେ ହୋଇଥିଲା ।

ସେ ନିଜର ଅଭିନୟ କ୍ୟାରିୟର ବର୍ଷ ୨୦୧୮ ରେ ଫିଲ୍ମ କେଜିଏଫ ଚାପ୍ଟର – ୧ ରୁ ଆରମ୍ଭ କରିଲେ । ଆପଣଙ୍କୁ କହିଦେଉଛୁ କି ସେ କେବେ ବି ଅଭିନୟ କ୍ଷେତ୍ରରେ ଅଭିନୟ କରିବା ପାଇଁ ଅଧିକ ସଂଘର୍ଷ କରି ନାହାନ୍ତି । ସେ ଅଭିନେତା ୟଶଙ୍କ ଡ୍ରାଇଭର ଓ ବଡିଗାର୍ଡ ଥିଲେ ଓ ଦୀର୍ଘ ୧୨ ବର୍ଷ ହେବ ସେ ତାଙ୍କ ସହ କାମ କରୁଥିଲେ । କିନ୍ତୁ କେଜିଏଫ ଚାପ୍ଟର – ୧ର ଶୁଟିଙ୍ଗ ସେଟରେ ନିର୍ଦେଶକ ପ୍ରଶାନ୍ତଙ୍କ ନଜର ଯେତେବେଳେ ତାଙ୍କ ଉପରେ ପଡ଼ିଲା ତେବେ ସେ ତାଙ୍କର ଲୁକ ଦେଖି ଏତେ ପ୍ରଭାବିତ ହେଲେ କି ପ୍ରଶାନ୍ତ ରାମଚନ୍ଦ୍ର ରାଜୁଙ୍କୁ ଏହି ଫିଲ୍ମରେ ଖଳନାୟକ ଭାବରେ ଅଭିନୟ କରିବାକୁ ସୁଯୋଗ ଦେଲେ ଏବଂ ରାମଚନ୍ଦ୍ର ରାଜୁ  ଫିଲ୍ମରେ ଅଭିନୟ କରିବାକୁ ରାଜି ହୋଇଗଲେ ।

ଏହି ଫିଲ୍ମରୁ ରାମଚନ୍ଦ୍ର ରାଜୁ ନିଜର ଅଭିନୟ କ୍ୟାରିୟର ବି ଆରମ୍ଭ କରିଲେ । ତାଙ୍କର ଦମଦାର ଅଭିନୟକୁ ଦେଖି ଅନ୍ୟ କେତେକ ଫିଲ୍ମ ନିର୍ମାତା ବି ତାଙ୍କୁ ନିଜ ଫିଲ୍ମରେ ଖଳନାୟକ ରୂପରେ ଅଭିନୟ କରିବା ପାଇଁ ସାଇନ କରି ନେଇଛନ୍ତି । ଏହିଭଳି ଭାବରେ ରାମଚନ୍ଦ୍ର ରାଜୁ ଦୁଇ ବର୍ଷ ମଧ୍ୟରେ ପାଖପାଖି ତାମିଲ ଓ ୭ ଟି କନ୍ନଡ ଫିଲ୍ମରେ ଅଭିନୟ କରିବା ପାଇଁ ଫିଲ୍ମ ସାଇନ କରିଛନ୍ତି । ବର୍ତ୍ତମାନ ସେ ନିଜର ଫିଲ୍ମର ଶୁଟିଙ୍ଗରେ ବହୁତ ବ୍ୟସ୍ତ ଅଛନ୍ତି ।

ବର୍ତ୍ତମାନ ତାଙ୍କର ପର୍ସନାଳ ଲାଇଫ ବିଷୟରେ ଜାଣିବା । ରାମଚନ୍ଦ୍ର ରାଜୁ ନିଜର ମାତା ପିତାଙ୍କ ଦ୍ଵାରା ପସନ୍ଦ କରାଯାଇଥିବା ଝିଅ ସହିତ ବିବାହ କରିଛନ୍ତି ଏବଂ ତାଙ୍କ ବିବାହ କୁ ୮ ବର୍ଷ ହୋଇ ଯାଇଛି । ଦୁହେଁ ଦୁହିଁଙ୍କୁ ବହୁତ ଭଲ ପାଆନ୍ତି । କିନ୍ତୁ ତାଙ୍କ ସ୍ତ୍ରୀ ଫିଲ୍ମ ଜଗତ ଠାରୁ ଦୂରେଇ ରହିବାକୁ ପସନ୍ଦ କରନ୍ତି ଏବଂ ସେ ଜଣେ ଭଲ ଗୃହିଣୀ ଅଟନ୍ତି ।

କିନ୍ତୁ ଯେତେବେଳେ ଅଭିନେତା ରାମଚନ୍ଦ୍ର ରାଜୁ ନିଜ ସ୍ତ୍ରୀଙ୍କ ସହ ନିଜର ଫୋଟ ସେୟାର କରନ୍ତି ତେବେ ସୋସିଆଲ ମିଡିଆରେ ତାଙ୍କ ଫଟୋ ଲାଇମ ଲାଇଟର ଚାଲିଆସେ । ଏହି ଦମତ୍ତିଙ୍କ ୬ ବର୍ଷ ବୟସର ଗୋଟିଏ ସନ୍ତାନ ମଧ୍ୟ ଅଛି । ରାମଚନ୍ଦ୍ର ରାଜୁ ଜଣେ ଭଲ ଅଭିନେତା ହେବା ସହ ଜଣେ ଭଲ ବାପା ମଧ୍ୟ ଅଟନ୍ତି । ସେ ତାଙ୍କ ପୁଅ ସହ ମସ୍ତି କରିବାର ଫୋଟୋ ସୋସିଆଲ ମିଡ଼ିଆରେ ସେୟାର କରନ୍ତି । ଏଥିରୁ ଜଣାପଡେ କି ସେ ତାଙ୍କ ପରିବାର ଓ ପୁଅକୁ କେତେ ଭଲ ପାଆନ୍ତି । କିନ୍ତୁ ବର୍ତ୍ତମାନ ସେ ତାଙ୍କ ଫିଲ୍ମ କୁ ନେଇ ବହୁତ ବ୍ୟସ୍ତ ଅଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।