ଆଙ୍ଗୁଠିରେ ଚାନ୍ଦିର ଛଲ୍ଲା ଧାରଣ କରିବା ମାତ୍ରେ ହିଁ ବଦଳି ଯାଏ ଭାଗ୍ୟ, ଶୁକ୍ର ଗ୍ରହ ହୋଇଥାନ୍ତି ମଜବୁତ

ଜାତକରେ ଶୁକ୍ର ଗ୍ରହ ମଜବୁତ ସ୍ଥିତିରେ ନ ହେବା ଦ୍ଵାରା ଏହାର ଅଶୁଭ ପ୍ରଭାବ ଆପଣଙ୍କ ଜୀବନ ଉପରେ ପଡିଥାଏ ଏବଂ ଆପଣଙ୍କର କୌଣସି ବି କାର୍ଯ୍ୟ ସଫଳ ହୁଏ ନାହିଁ । ଶୁକ୍ର ଗ୍ରହ ମଜବୁତ ନ ହେବା ଦ୍ଵାରା ଆପଣଙ୍କର ଧନରେ ହାନି, ତ୍ଵଚାରେ ବିକାର, ଗୁପ୍ତ ରୋଗ, ପାରିବାରିକ ଜୀବନରେ ସମସ୍ୟା ଏବଂ ଜୀବନସାଥୀ ସହ ସମ୍ବନ୍ଧ ଖରାପ ହେବା ଭଳି ସମସ୍ୟା ହୋଇଥାଏ ।

ସେଥିପାଇଁ ଯେଉଁ ଲୋକମାନଙ୍କର ଜାତକରେ ଶୁକ୍ର ଗ୍ରହ କମଜୋର କିମ୍ବା ଅଶୁଭ ସ୍ଥିତିରେ ଅଛି, ସେମାନେ ନିଜ ଗ୍ରହକୁ ମଜବୁତ କରିବା ପାଇଁ ଏହି ସବୁ ଉପାୟ ଗୁଡିକ କରନ୍ତୁ ।

ଶୁକ୍ର ଗ୍ରହକୁ ମଜବୁତ କରିବା ଦ୍ଵାରା ମିଳିଥାଏ ସୁନ୍ଦରତା

ଯେଉଁ ଲୋକମାନଙ୍କ ଜାତକରେ ଶୁକ୍ର ଗ୍ରହ ମଜବୁତ ହୋଇଥାଏ ସେମାନଙ୍କୁ ଅପାର ସୁନ୍ଦରତା ମିଳିଥାଏ ଏବଂ ତାଙ୍କୁ ଏକ ସୁଖମୟ ଜୀବନ ଜାପନ କରିବା ପାଇଁ ଅବସର ମିଳିଥାଏ ।

ଶୁକ୍ର ଗ୍ରହକୁ ମଜବୁତ କରିବା ପାଇଁ କିଛି ଖାସ ଉପାୟ

ଚାନ୍ଦି ଓ ପ୍ଲାଟିନମ ର ଛଲ୍ଲା ଧାରଣ କରନ୍ତୁ

ଶୁକ୍ର ଗ୍ରହର ସମ୍ପର୍କ ଆମ ହାତରେ ଥିବା ଆଙ୍ଗୁଠି ସହ ହୋଇଥାଏ ଏବଂ ଏହି ଗ୍ରହକୁ ମଜବୁତ କରିବା ପାଇଁ ଆଙ୍ଗୁଠିରେ ଆପଣ ଚାନ୍ଦିର କିମ୍ବା ପ୍ଲାଟିନମ ର ଛଲ୍ଲା ଧାରଣ କରନ୍ତୁ । ଏହା ଦ୍ଵାରା ଶୁକ୍ର ଗ୍ରହଙ୍କର ଖରାପ ପ୍ରଭାବ ଶେଷ ହେବାକୁ ଲାଗିଥାଏ ।

କେମିତି କରିବେ ଧାରଣ

ଚାନ୍ଦିର କିମ୍ବା ପ୍ଲାଟିନମ ଧାତୁର ଛଲ୍ଲା ଧାରଣ କରିବାର ସବୁଠୁ ଉତ୍ତମ ଦିନ ଶୁକ୍ରବାର ହୋଇଥାଏ । ସେଥିପାଇଁ ଆପଣ ଗୁରୁବାର ଦିନ ସନ୍ଧ୍ୟା ସମୟରେ କଞ୍ଚା କ୍ଷୀରରେ ଗଙ୍ଗାପାଣି ମିଶାଇ ଦିଅନ୍ତୁ ଏବଂ ଏହି ମିଶ୍ରଣରେ ଛଲ୍ଲା ପକାଇ ରାତିସାରା ରଖି ଦିଅନ୍ତୁ । ଏହା ପରେ ସକାଳେ ଆପଣ ସ୍ନାନ କରି ଛଲ୍ଲାକୁ ସଫା ପାଣିରେ ସଫା କରି, ପୂଜା ଘରେ ପୂଜା କରନ୍ତୁ ଏବଂ ଏହା ପରେ ଯାଇ ଏହାକୁ ଧାରଣ କରନ୍ତୁ । ଆପଣ ଏହାକୁ ସୂର୍ଯ୍ୟଦୟର ଆରମ୍ଭରୁ ସକାଳ ୮ଟା ମଧ୍ୟରେ ହିଁ ଧାରଣ କରିବେ ।

ଧଳା ଜିନିଷର ସେବନ କରନ୍ତୁ

ଧଳା ରଙ୍ଗ ଶୁକ୍ର ସହିତ ଜଡିତ ବୋଲି କୁହାଯାଏ । ସେଥିପାଇଁ ଆପଣ ସାବୁଦାନା, କ୍ଷୀର, ଏବଂ ଦହି ଇତ୍ୟାଦି ଖାଦ୍ୟ ଅଧିକ ମାତ୍ରାରେ ସେବନ କରିବା ଆରମ୍ଭ କରି ଦିଅନ୍ତୁ ।

ଲୁଣକୁ ଦାନ କରନ୍ତୁ

ଧଳା ଲୁଣର ଦାନ କରିବା ଦ୍ଵାରା  ଶୁକ୍ର ଗ୍ରହର ସଠିକ ପ୍ରଭାବ ଆପଣଙ୍କ ଜୀବନ ଉପରେ ପଡିଥାଏ । ସେଥିପାଇଁ ସବୁ ମାସର ଗୋଟିଏ ଶୁକ୍ରବାର ଦିନ ଆପଣ ଗରିବ ଲୋକମାନଙ୍କୁ ଧଳା ରଙ୍ଗର ଲୁଣ କିମ୍ବା ଧଳା ରଙ୍ଗର କପଡା ଦାନ କରି ପାରିବେ ।

ଗୁଜୁରାତି ପାଣିରେ ସ୍ନାନ କରନ୍ତୁ

ଶୁକ୍ରବାର ଦିନ ଆପଣ ବଡ ଗୁଜୁରାତି କିଛି ପାଣିରେ ଗରମ କରି ନିଜ ଗାଧୋଇବା ପାଣିରେ ମିଶାଇ ସ୍ନାନ କରନ୍ତୁ । ଏହି ସମୟରେ ଆପଣ ‘ଓଁ ଦ୍ରାଂ ଦ୍ରୀଂ ଦ୍ରୌଂ ସ ଶୁକ୍ରାୟ ନମ:’ ମନ୍ତ୍ର ଜପ କରନ୍ତୁ । ଏହା ଦ୍ଵାରା ଆପଣଙ୍କ ଜାତକରେ ଶୁକ୍ର ଗ୍ରହ ବଳବାନ ହୋଇଯିବେ ।