ଆଜିର ରାଶିଫଳ 3 ଏପ୍ରିଲ 2019, ବୁଧବାର – ମା ଲକ୍ଷ୍ମୀ ଏହି ୪ଟି ରାଶିର ଉନ୍ନତି କରିବେ

ମେଷ–

ମାନସିକ ଦୁଶ୍ଚିନ୍ତାରେ ଦିନଟି କଟିବ । ବଂଧୁମାନଙ୍କ ବାର୍ତ୍ତାଳାପରେ ଦୁଶ୍ଚିନ୍ତାରେ ଲାଘବ ମିଳିବ । ଅନ୍ତରଂଗ ବଂଧୁଙ୍କ ସହ କଥାବାର୍ତ୍ତା କରନ୍ତୁ । ଏହା ଦ୍ୱାରା ମାନସିକ ଶାନ୍ତି ପାଇବେ । ଆଜି ସ୍ଵଭାବରେ ଉଗ୍ରତା ଏବଂ କ୍ରୋଧ ରହୁଥିବା କାରଣରୁ ଆପଣଙ୍କ କାମ କରିବାରେ ମନ ଲାଗିବ ନାହିଁ । ବାଦ-ବିବାଦରେ କୌଣସି ଅସନ୍ତୋଷର ବାତାବରଣ ହୋଇପାରେ । ସ୍ଵାସ୍ଥ୍ୟର ଧ୍ୟାନ ରଖିବାକୁ ପଡ଼ିବ । ଚାକିରି କ୍ଷେତ୍ରରେ ଅବରୋଧ ଆସିବାରୁ ନିର୍ଦ୍ଧାରିତ କାର୍ଯ୍ୟ ସମ୍ପୂର୍ଣ୍ଣ କରି ପାରିବେ ନାହିଁ । ଧାର୍ମିକ ଯାତ୍ରାର ଆୟୋଜନ ହେବ ପ୍ରତିଯୋଗିତା ପରୀକ୍ଷାରେ ଆନନ୍ଦିତ ହେବେ । କଳବଳ ଖଟାଇ ନିଜର ସ୍ଥାନକୁ କୌଣସିମତେ ଦୃଢ ରଖି ପାରିବେ । ମାଙ୍ଗଳିକ କାର୍ଯ୍ୟରେ ଯୋଗଦେଇଆନନ୍ଦିତ ହେବେ । ପ୍ରତିକାର : ଶିବ ଦର୍ଶନ କରି ପାଦୁକ ସେବନ କରନ୍ତୁ ।

ବୃଷ–

ଆପଣଙ୍କର ଏବଂ ଆପଣଙ୍କ ପରିବାର ମଧ୍ୟରେ ସମସ୍ୟା ଗୁରୁତ୍ୱ ପୂର୍ଣ୍ଣ ଭାବରେ ଚାଲୁଅଛି । ଯଦି ଆପଣଙ୍କର ମଧ୍ୟରେ ଝଗଡା ଚାଲିଥାଏ ଏବଂ କଥାବାର୍ତ୍ତା ମାଧ୍ୟମରେ ସମାଧାନ ନ ହୁଏ ତେବେ ଆପଣ ନିଜ ପରିବାର ଲୋକଙ୍କୁ ଅଧିକ ସମୟ ଦେବା ଉଚିତ ହେବ । ବ୍ୟପ୍ରଣୟ, ରୋମାନ୍ସ, ମନୋରଞ୍ଜନ ଏବଂ ମଉଜ-ମସ୍ତୀରେ ଭରପୂର ରହିବ ଆଜିର ଦିନ । ସାର୍ବଜନିକ ଜୀବନରେ ଆପଣ ମହତ୍ତ୍ୱ ପ୍ରାପ୍ତ କରିବେ । ଯଶ ଏବଂ କୀର୍ତ୍ତିରେ ବୃଦ୍ଧି ହେବ । ଭାଗିଦାରୀ ସହିତ ଲାଭ ହେବ । ସୁନ୍ଦର ବସ୍ତ୍ର କିମ୍ବା ବସ୍ତ୍ରାଭୂଷଣ କ୍ରୟ କରିବେ । ଦାମ୍ପତ୍ୟସୁଖ ଏବଂ ବାହନସୁଖ ଭଲ ମିଳିବ । ମିତ୍ରମାନଙ୍କ ସହିତ ଯାତ୍ରା କରିବେ । ଜଗନ୍ନାଥଙ୍କର ଆଶୀର୍ବାଦ ଆପଣଙ୍କ ସହିତ ଅଛି । ମହିଳାମାନଙ୍କର ପାରିବାରିକ ଜୀବନ ସୁଖମୟ ହେବ । କର୍ମ କ୍ଷେତ୍ରରେ ଉପେକ୍ଷା ଓ ବ୍ୟବହାର ଯୋଗୁଁ କ୍ଷତି ସହିବେ । ପୁରାତନ ରୋଗ ନେଇ ଚିନ୍ତିତ ରହିବେ । ପ୍ରତିକାର–ଗୁଡ ରୁଟି ଗାଈକୁ ଖାଇବାକୁ ଦିଅନ୍ତୁ ।

ମିଥୁନ–

ସଂଦ୍ଧ୍ୟାରେ ଆପଣଙ୍କର କୌଣସି ମାନସିକ ସମାରୋହକୁ ଯିବାର ସଙ୍କେତ ଅଛି । ଆପଣ କାହାରି ଭୋଜିରେ ମଧ୍ୟ ଯାଇ ପାରନ୍ତି କିମ୍ବା ବନ୍ଧୁଙ୍କ ଘରେ ହେଉଥିବା ସମାରୋହରେ ଭାଗନେଇ ପାରନ୍ତି । ଯାହା ବି ହେଉନା କାହିଁକି ଆଜି ଦିନ ଖୁବ୍ ଭଲ । ବ୍ୟବସାୟ ସମ୍ବନ୍ଧୀୟ ସମସ୍ୟାରେ ଉତ୍ସାହିତ ହେବେ । ଭିନ୍ନ ରାସ୍ତାରେ ଆୟବୃଦ୍ଧିର ଯୋଜନା ଚାଲୁରଖିବେ । ରାଜନୀତିରେ ଲୋକସମର୍ଥନ ପ୍ରଚୁର ମିଳିବ । ମହିଳାମାନେ ସନ୍ତାନବତ୍ସଳା, ସ୍ନେହମମତାପୂର୍ଣ୍ଣା ଓ ପତିପ୍ରିୟା ହେବେ । ଗସ୍ତ କାର୍ଯ୍ୟକ୍ରମ ଥିଲେ ବହୁ ସମୟ ବାହାରେ କଟାଇବାକୁ ବାଧ୍ୟ ହେବେ । ସନ୍ତାନ ସନ୍ତତି ମାନଙ୍କପାଇଁ ଫଳ ଉତ୍ତମ । ସାମାନ୍ଯ ଚେଷ୍ଟା କାଲେ ଜମି, ଜମା ବିବାଦ ମେଣ୍ଟି ଯିବ । ପ୍ରତିକାର– ଅସହାୟ ମାନଙ୍କୁ ସାହାଯ୍ୟ କରନ୍ତୁ ।

କର୍କଟ–

ଆଜି ଆପଣଙ୍କୁ ନିଜ ସାଙ୍ଗମାନଙ୍କ ସୁସମ୍ମାନ ପାଇଁ ଖୁସିମିଳିବା । କିନ୍ତୁ ସାବଧାନ ରହିବେ ,କାରଣ ଆପଣଙ୍କର ହିଁ କିଛି ସାଙ୍ଗ ଆପଣଙ୍କୁ ଇର୍ଷା କରିପାରନ୍ତି । ଏଥିପାଇଁ ଆପଣଙ୍କୁ ଟିକେ ସାବଧାନ ରହିବାକୁ ହେବ । ଆପଣଙ୍କ ଖର୍ଚ୍ଚ ଯୋଗୁଁ ଅତିରିକ୍ତ କ୍ରୋଧ ଏବଂ ବାଣୀ ଉପରେ ନିୟନ୍ତ୍ରଣ ରଖିବାପାଇଁ ଉପଦେଶ । କାହା ସହିତ ଯୁକ୍ତି ହେବାର ଆଶଂକା ଅଛି । ଆର୍ଥିକ ମାମଲାରେ କିମ୍ବା ଆଦାନ-ପ୍ରଦାନରେ ସାବଧାନ ରହିବେ । ପାରିବାରିକ ସଦସ୍ୟମାନଙ୍କ ସହିତ ଝଗଡ଼ା ହୋଇପାରେ । ନକାରାତ୍ମକ ବିଚାର ମନ ଉପରେ ରହିବ । ଖାଦ୍ୟ-ପେୟପ୍ରତି ଦାୟିତ୍ୱହୀନତାଯୋଗୁଁ ସ୍ଵାସ୍ଥ୍ୟ ଖରାପ ହେବାର ଆଶଂକା ଅଛି । ପାରିବାରିକ ଜୀବନରେ ଅ । ବଶ୍ୟକସ୍ଥଳେ ଛଳନାର ଆଶ୍ରୟ ନେଇ ନିଜର ବ୍ୟକ୍ତିତ୍ୱ ଅକ୍ଷୁର୍ଣ୍ଣ ରଖିବେ । ମହିଳାମାନେ ଗୃହସମସ୍ୟାକୁ ସମାଧାନ କରି ଧନ ସମ୍ପତିକୁ ଆୟତ୍ତ କରିପାରିବେ । ପ୍ରତିକାର– ଅସହାୟଙ୍କୁ ଖାଦ୍ୟ ଦିଅନ୍ତୁ ।

ସିଂହ–

ବର୍ତ୍ତମାନ ବୋଧହୁଏ ଆପଣ କୌଣସି କଠିନ କାମ କରୁଛନ୍ତି । ଭଲ ଭାବରେ ବୁଝିବିଚ଼ାରି କାମ କରନ୍ତୁ ଏବଂ ନିଜର ବିଚ଼ାରକୁ ଷ୍ପଷ୍ଟ ଭାବରେ ଉପସ୍ଥାପନ କରନ୍ତୁ । ବ୍ୟସ୍ତ ହୋଇ କୌଣସି ଭୂଲ୍ କରନ୍ତୁ ନାହିଁ । ବ୍ୟୟ ଭରଣା କରି ଯଥେଷ୍ଟ ବଳକା ଲାଭାଂଶର ଉପଭୋକ୍ତା ହୋଇପାରିବେ । ଶିକ୍ଷାକ୍ଷେତ୍ରରେ ଉଚ୍ଚଶ୍ରେଣୀ ପାଇବେ ଏବଂ ଉଚ୍ଚଶିକ୍ଷା ପାଇବାର ସୁଯୋଗ ମଧ୍ୟ ପାଇପାରିବେ । ମହିଳାମାନେ କର୍ମକ୍ଷେତ୍ରର ସମସ୍ୟାକୁ ସମାଧାନ କରି ମାନସମ୍ମାନ ପାଇବେ । ପରିବାର ହିତ ପାଇଁ ଅଧିକ ଖର୍ଚ୍ଚାନ୍ତ ହେବେ । ଇଷ୍ଟ ପ୍ରାପ୍ତ ହେବାର ଅବସର ପାଇବେ । ସ୍ଥାନ ପରିବର୍ତ୍ତନ ଯୋଗେ ଅସନ୍ତୋଷ ଦେଖାଦେବ । ପ୍ରତିକାର– କୁକୁରକୁ ଖାଦ୍ୟ ଦିଅନ୍ତୁ ।

କନ୍ୟା–

ଆଜି ଆପଣ ଜାଣିପାରିବେ ଯେ ଆପଣ ନିଜ ବନ୍ଧୁମାନଙ୍କୁ ବହୁତ ଭଲପାଆନ୍ତି ଏବଂ ସେମାନଙ୍କ ସାଙ୍ଗରେ ସମୟ କଟାଇବାକୁ ଚ଼ାହାନ୍ତି । ଆଜିର ଦିନ ନିଜ ପରିବାର ଲୋକଙ୍କ ସହିତ କଟାଇଲେ ଶୁଭ ହେବ । ପରିବାରରେ ଖୁସି ଏବଂ ଆନନ୍ଦର ମାହୌଲ ରହିବ । ଚାକିରି ଏବଂ ବ୍ୟବସାୟରେ ଆପଣଙ୍କୁ ଲାଭର ସମାଚାର ମିଳିବ । ଉଚ୍ଚ ଅଧିକାରୀ ଆପଣଙ୍କଠାରୁ କାର୍ଯ୍ୟଗୁଡ଼ିକର ପ୍ରଶଂସା ମିଳିବ । ବୈବାହିକ ଯୋଗ ଅଛି । ମହିଳା ମିତ୍ରମାନଙ୍କର ବିଶେଷ ଲାଭ ହେବ । ଦାମ୍ପତ୍ୟଜୀବନରେ ମାଧୁର୍ଯ୍ୟର ଆନନ୍ଦ ନେବେ । ସନ୍ତାନମାନଙ୍କ ତରଫରୁ ଶୁଭ ସମାଚାର ମିଳିବ । ପାରିବାରିକ ଜୀବନରେ ଗୁରୁଜନ କେହି ଅସନ୍ତୁଷ୍ଟରହିବେ । ପୁରୁଣା ରୋଗର ପ୍ରକୋପ ଯୋଗେ ସ୍ୱାସ୍ଥ୍ୟ ଖରାପ ହେବ । ପ୍ରତିକାର- ଅସହାୟକୁ ନିରାଶ କରିବେ ନାହିଁ ।

ତୁଳା–

ବହୁ ଦିନର ହଜିଯାଇଥିବା ଏକ ବସ୍ତୁ ମିଳିଯିବା ପରେ ଆପଣ ଖୁସି ଅନୁଭବ କରିବେ । ଏବେ ସମୟ ଆପଣଙ୍କ ପାଇଁ ଅନୁକୂଳ । ସେଥିପାଇଁ ଛୋଟ ଛୋଟ କଥା ବି ଆପଣଙ୍କୁ ଖୁସି ଆଣିଦେବ । ଜଗନ୍ନାଥଙ୍କର ଆଶୀର୍ବାଦରେ ଆପଣଙ୍କ ପ୍ରତ୍ୟେକ କାର୍ଯ୍ୟରେ ଉତ୍ସାହ ଦେଖାଯିବ । ମନରେ ଫୂର୍ତ୍ତି ଏବଂ ସତେଜ ଅନୁଭବ କରିବେ । ପାରିବାରିକ ବାତାବରଣ ଖୁସି ଓ ଆନନ୍ଦ ପୂର୍ଣ୍ଣ ରହିବ । ମିତ୍ରମାନଙ୍କ ସହିତ ଆନନ୍ଦରେ ସମୟ କାଟିବେ । ମାତାଙ୍କ ତରଫରୁ ଲାଭ ହେବ । ଯାତ୍ରାର ଯୋଗ ଅଛି । ଧନ ଲାଭ, ଉତ୍ତମ ଭୋଜନ ଏବଂ ଭେଟ-ଉପହାର ମିଳିବାରରୁ ଆପଣ ଆନନ୍ଦିତ ରହିବେ । ପ୍ରତିକାର: କୁକୁରକୁ ରୁଟି ଖାଇବାକୁ ଦିଅନ୍ତୁ ।

ବିଛା–

ଆଜି ଆପଣଙ୍କ ଜୀବନରେ ଏକ ନୂଆ ମୋଡ଼ ଆସିପାରେ ଆଜି ଆପଣ କୌଣସି ଆତ୍ମିୟ କିମ୍ବା ଅଜଣା ବ୍ୟକ୍ତିଙ୍କ ପାଖରୁ କିଛି ଶିକ୍ଷା ଲାଭ କରି ପାରନ୍ତି ଯାହା ଆପଣଙ୍କ ପାଇଁ ଜରୁରୀ ଥିଲା । ତାଙ୍କ ଉପଦେଶ ଉପରେ ଧ୍ୟାନ ଦିଅନ୍ତୁ । ଅନେକ ସମସ୍ୟାର ସମାଧାନ ହୋଇ, ପରିବାରରେ ହସ ଖୁସିରେ ବାତାବରଣ ଖେଳିଯିବ । ଯାତ୍ରା ଫଳରେ ଉତ୍ସାହିତ ହେବେ । ଗୃହୋପକରଣ କ୍ରୟ କରିବେ । ସମସ୍ତ କାର୍ଯ୍ୟକ୍ରମ ସୁରୁଖୁରୁରେ ପୂର୍ଣ୍ଣ ହେବ । ବ୍ୟବସାୟ ସମ୍ବନ୍ଧୀୟ ସମସ୍ତ ଜରୁରୀ କାର୍ଯ୍ୟ ଓ ଆବଶ୍ୟକ ଅର୍ଥ ଆଦାନ ପ୍ରଦାନ ସୁଚାରୁରୂପେ ହେବ । ବିଦ୍ୟାରେ ଉନ୍ନତି କରିବେ । ପ୍ରବାସ ଓ ଯାତ୍ରାରେ ଲାଭବାନ୍ ହେବେ । ବରିଷ୍ଠ ବ୍ୟକ୍ତି ଉଚ୍ଚାଧିକାରୀଙ୍କ ସହ ସମ୍ବନ୍ଧ ଦୃଢ଼ୀଭୂତ ହେବ । ପ୍ରତିକାର:- ଗୋମାତାର ସେବାକରିବା ଆବଶ୍ୟକ ।

ଧନୁ–

ଆଜି ଆପଣଙ୍କୁ ନିଜ କାର୍ଯ୍ୟାଳୟ କିମ୍ବା ଘରେ କିଛି ଚ଼ିନ୍ତା ଅନୁଭବ ହୋଇପାରେ ।  ସମ୍ଭାବନା ଯେ ଆପଣଙ୍କର ଆଖପାଖ ଲୋକ ରାଗରେ ରହିପାରନ୍ତି ,ଯାହାର ପ୍ରଭାବ ଆପଣଙ୍କର ମୁଡ଼୍ ଉପରେ ମଧ୍ୟ ପଡ଼ିପାରେ । କ୍ରୋଧ ଏବଂ ହତାସାର ଭାବନା ନିଜର ମନ ଉପରେ ପ୍ରଭାବ ନପକାଉ ସେଥିପାଇଁ ଚେଷ୍ଟା କରିବେ । ଶାରୀରିକ ସ୍ଵାସ୍ଥ୍ୟ ଟିକେ ଖରାପ ହୋଇପାରେ, ଖାଦ୍ୟ-ପାନୀୟ ଉପରେ ଧ୍ୟାନ ଦିଅନ୍ତୁ । ଘର-ପରିବାରର ଚିନ୍ତା ସାଥିରେ ଖର୍ଚ୍ଚ ମାମଲାରେ ମଧ୍ୟ ଆଜି ଚିନ୍ତିତ ରହିବେ । ନିଜର ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ । ପରିଶ୍ରମ ବ୍ୟର୍ଥ ହେବା ପରି ଲାଗିବ । । କର୍ମକ୍ଷେତ୍ରରେ ଆନ୍ତରିକ ଉତ୍ସାହ ଉଦ୍ଦୀପନା ବୃଦ୍ଧିହେବା ଫଳରେ କର୍ମର ଚାପ ବଢିବ । ପାରିବାରିକ ଜୀବନ ସୁଖରେ କାଟିବେ । ପ୍ରତିକାର–ମାଗଣାରେ କୌଣସି ଦ୍ରବ୍ୟ ଗ୍ରହଣ କରନ୍ତୁ ନାହିଁ ।

ମକର–

ଆପଣଙ୍କ ବ୍ୟବହାରକୁ ସମସ୍ତେ ପ୍ରଶଂସା କରିବେ । ଆଜି ଆପଣଙ୍କର ମିତ୍ରତା ଆପଣଙ୍କ ମିତ୍ର ପାଇଁ ବହୁତ ଲାଭଦାୟକ ହେବ ଏବଂ ଭବିଷ୍ୟତରେ ସେମାନେ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ହେବେ । କାର୍ଯ୍ୟରେ ଅସଫଳତା ହତାସ ସୃଷ୍ଟି କରିପାରେ । ନିଜର କ୍ରୋଧକୁ ନିୟନ୍ତ୍ରଣରେ ରଖିବେ । ପେଟ ସମ୍ବନ୍ଧୀତ ରୋଗରେ ଯନ୍ତ୍ରଣା ହୋଇପାରେ । ବାଦ-ବିବାଦ କିମ୍ବା ଚର୍ଚ୍ଚାରେ ପଡ଼ି ସମସ୍ୟା ସୃଷ୍ଟି ହୋଇପାରେ । ସନ୍ତାନମାନଙ୍କ ମାମଲାରେ ଚିନ୍ତା ସୃଷ୍ଟି ହେବ । ଆର୍ଥିକ ଲାଭ ହେବ, ପ୍ରେମୀ ସହିତ ଆନନ୍ଦର ସମୟ କାଟିବେ| ପରିବହନ ବ୍ୟବସାୟରେ କ୍ଷତିର ଆଶଙ୍କା ରହିଛି । ସ୍ଵାସ୍ଥ୍ୟହାନିର ମଧ୍ୟ ଆଶଙ୍କା ରହିଛି । ମହିଳାମାନେ ସ୍ଵାର୍ଥକୁ କେନ୍ଦ୍ରକରି ସୁବର୍ଣ୍ଣ ସୁଯୋଗକୁ ହାତଛଡା କରି ହଇରାଣ ହେବେ । ପ୍ରତିକାର– ଗାଈକୁ କିଛି ଖାଇବାକୁ ଦିଅନ୍ତୁ ।

କୁମ୍ଭ–

ଆଜି ଆପଣ ବହୁତ ବଡ଼ ସ୍ୱପ୍ନ ଦେଖିବେ ,ଆପଣଙ୍କ ଜୀବନରେ କଣ କରିବାକୁ ହେବ । ଆଜି ଆପଣ ଜୀବନେର ଥିବା ସବୁ କାର୍ଯ୍ୟର ତାଲିକା ପ୍ରସ୍ତୁତ କରନ୍ତୁ । ଏହି ଦିଗରେ କରାଯାଇଥିବା ପ୍ରୟାସ ବହୁତ ଲାଭ ଦାୟକ ହେବ । ଘରସଜ୍ଜା ଉପରେ ବିଶେଷ ଧ୍ୟାନ ଦେବେ । ନୂଆ ଘରପାଇଁ ଦ୍ରବ୍ୟ କିଣିବାର ସଂଭାବନା ଅଛି । ବ୍ୟାପାରିମାନଙ୍କ ଏବଂ ଚାକିରି କରୁଥିବା ଲୋକମାନଙ୍କର ଲାଭ ତଥା ପଦୋନ୍ନତିର ଆଶା ରଖିପାରନ୍ତି । ପାରିବାରିକ ସୁଖ-ଶାନ୍ତିର ବାତାବରଣ ରହିବ । ସରକାରୀ ଲାଭ ମିଳିବ । ଆପଣଙ୍କ ମାନ-ପ୍ରତିଷ୍ଠାରେ ବୃଦ୍ଧି ହେବ । ଆର୍ଥିକ ଲାଭ ହେବ । ଆଜି ସମସ୍ତ କାର୍ଯ୍ୟ ସୁସ୍ଥତା ଏବଂ ସରଳତାପୂର୍ବକ ସମ୍ପୂର୍ଣ୍ଣ ହେବ । ଆର୍ଥିକ ଟଣାଟଣି ଅବସ୍ଥା ସୁଧୁରି ଯିବ । ନିଜର ଭୁଲ୍ ଯୋଗୁଁ ବ୍ୟବସାୟରେ ହାନି ହେବ । ପ୍ରତିଯୋଗିତା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ । ପ୍ରତିକାର:- ଗାଈକୁ କିଛି ଖାଦ୍ୟ ଖୁଆନ୍ତୁ ।

ମୀନ-

ଆଜି ଆପଣଙ୍କର ଭ୍ରମଣ କରିବା ସମ୍ଭାବନା ଅଛି । କୌଣସି ଏକ ଧର୍ମପୀଠ,ସାଂସ୍କୃତିକ କିମ୍ବା ଐତିହାସିକ ଗୁରୁତ୍ତ୍ୱପୂର୍ଣ୍ଣ ସ୍ଥାନ ବୁଲିବାକୁ ଯାଇପାରନ୍ତି । ଏହା ଏକ କମ୍ ସମୟର ଯାତ୍ରା ହୋଇପାରେ କିନ୍ତୁ ଆପଣଙ୍କ ଜୀବନରେ ଏହା ଗୁରୁତ୍ତ୍ୱପୂର୍ଣ୍ଣ ହେବ । ଆଜି ଆପଣଙ୍କ ମନ ବହୁତ ଆସ୍ୱସ୍ତି ଅନୁଭବ କରିବ । ଶାରୀରିକ ସୁସ୍ଥତା ଆପଣଙ୍କ ଉତ୍ସାହ ବୃଦ୍ଧି କରିବ । ପଡ଼ୋଶୀମାନଙ୍କ ଏବଂ ଭାଇ-ଭଉଣୀମାନଙ୍କ ସହିତ ଅଧିକ ମେଳ-ମିଳାପ ରହିବ । ଘରେ ମିତ୍ରମାନଙ୍କ ଆଗମନ ଆନନ୍ଦଦାୟୀ ରହିବ । ପ୍ରିୟ ବ୍ୟକ୍ତିଙ୍କ ସହିତ ଏବଂ ଭାଗ୍ୟ ବୃଦ୍ଧିର ଯୋଗ ଅଛି । କାହାରି ପାଖରେ ମୁଣ୍ଡ ନଇଁବ ନାହିଁ । ମହିଳାମାନେ ଚାକିରିରେ ଉତ୍ତମ ରୋଜଗାର କରିପାରିବେ । ଉତ୍ତରାଧିକାରୀ ସୂତ୍ରରୁ କିଛି ଧନ ସମ୍ପତ୍ତି ପାଇବାର ଯୋଗ ଅଛି । ପ୍ରତିକାର:- ନିଶାଦ୍ରବ୍ୟ ଓ ଆମିଷ ସେବନ କରନ୍ତୁ ନାହିଁ ।