Yami Gautam ଙ୍କ ସାନ ଭଉଣୀ ତାଙ୍କଠୁ ବି ଅଧିକ ସୁନ୍ଦର, ଆଗରୁ କେବେ ଦେଖିନଥିବେ ତାଙ୍କର ଏହି ଲୁକ

ଭାରତୀୟ ଅଭିନେତ୍ରୀ ୟାମି ଗୌତମଙ୍କ ଜନ୍ମ ୨୮ ନଭେମ୍ବର ୧୯୮୮ ମସିହାରେ ହୋଇଥିଲା । ସେ ଅନେକ ଭାଷାରେ ତଥା ପଞ୍ଜାବୀ, ତାମିଲ, ତେଲୁଗୁ, ମାଲାୟଲମ୍, କନ୍ନଡ଼ ଓ ହିନ୍ଦୀ ଫିଲ୍ମରେ ମଧ୍ୟ କାମ କରିଛନ୍ତି । ପଢ଼ିବା ଓ ଘର ସଜାଇବା ୟାମୀ ଙ୍କ ର ବହୁତ ରୁଚି ରହିଛି । ତାଙ୍କ ଜନ୍ମ ହିମାଚଳ ପ୍ରଦେଶରେ ହୋଇଥିଲା କିନ୍ତୁ ସେ ଚଣ୍ଡିଗଡରେ ରହି ପାଠ ପଢି ବଡ଼ ହୋଇଛନ୍ତି । ୟାମି ଗୌତମ ଙ୍କ ପିତା ମୁକେଶ ଗୌତମ ଜଣେ ପଞ୍ଜାବୀ ଫିଲ୍ମ ନିର୍ଦ୍ଦେଶକ ଅଟନ୍ତି ।

୩୨ ବର୍ଷୀୟ ଅଭିନେତ୍ରୀ ୟାମି ଗୌତମ ୨୦୧୨ ମସିହାରେ ଫିଲ୍ମ୍ “ଭିକି ଡୋନର୍” ରୁ ନିଜ ବଲିଉଡ କ୍ୟାରିଅର ଆରମ୍ଭ କରିଥିଲେ । ଏହି ଫିଲ୍ମ୍ ରେ ସେ ଅସୀମା ରାଓ ଭୂମିକାରେ ଖୁବ୍ ଭଲ ଅଭିନୟ କରିଥିଲେ ଯାହା ଦର୍ଶକ ବହୁତ ପସନ୍ଦ କରିଥିଲେ । ତା ପରେ ୟାମି ଗୌତମ ଏବେ ପର୍ଯ୍ୟନ୍ତ ନିଜ ବଲିଉଡ କ୍ୟାରିଅର ରେ ଆକ୍ସନ ଜ୍ୟାକ୍ସନ୍, ବଦଲାପୁର, ସନମ୍ ରେ, କାବିଲ୍, ସରକାର୍ ଓ ବତି ଗୁଲ୍ ମିଟର ଚାଲୁ ପରି ସୁପର ହିଟ୍ ଫିଲ୍ମ୍ ଗୁଡିକରେ କାମ କରିଛନ୍ତି ଓ ଦର୍ଶକ ମଧ୍ୟ ତାଙ୍କ ଅଭିନୟ କୁ ଖୁବ୍ ପସନ୍ଦ କରିଛନ୍ତି ।

ୟାମି ଅନେକ ବିଜ୍ଞାପନ ଗୁଡିକରେ ମଧ୍ୟ କାମ କରିଛନ୍ତି । ସେ ଗ୍ଲୋ ଆଣ୍ଡ ଲଭଲି ର (ଫେଆର ଆଣ୍ଡ ଲଭଲିର ନୂଆ ନାମ) ବ୍ରାଣ୍ଡ ଆମ୍ବାସାଡର୍ ଅଟନ୍ତି । ସେ ନିଜେ ସଫଳ ହେବା ସହ ଅନେକ ଧନ ସମ୍ପତିର ମାଲିକାଣୀ ଅଟନ୍ତି । ବଲିଉଡ ରେ ଏବେ ସେ ଗୋଟେ ଫିଲ୍ମ୍ ପିଛା ୧ ରୁ ୨ କୋଟି ଟଙ୍କା ନେଉଛନ୍ତି ।

ୟାମି ଗୌତମ ଙ୍କ ର ଗୋଟେ ସାନ ଭଉଣୀ ମଧ୍ୟ ଅଛି । ତାଙ୍କ ନାମ ହେଉଛି ସୁରିଲି ଗୌତମ । ଅଭିନେତ୍ରୀ ୟାମି ଗୌତମ ଦେଖିବାକୁ ଯେମିତି ସୁନ୍ଦର ତାଙ୍କ ସାନ ଭଉଣୀ ସୁରିଲି ଗୌତମ ମଧ୍ୟ ଦେଖିବାକୁ ସେହିପରି ସୁନ୍ଦର ଓ ଆକର୍ଷଣୀୟ । ୟାମି ଗୌତମ ଙ୍କ ଭଉଣୀଙ୍କୁ ବହୁତ କମ୍ ଲୋକ ଜାଣିଛନ୍ତି । ଭଉଣୀ ସୁରିଲି ଗୌତମ ମଧ୍ୟ ୟାମି ଗୌତମ ଙ୍କ ପରି ଜଣେ ଅଭିନେତ୍ରୀ ଅଟନ୍ତି ଓ ସେ ମଧ୍ୟ ଅନେକ ଫିଲ୍ମ୍ ଓ ଟିଭି ଶୋ ଗୁଡିକରେ କାମ କରିଛନ୍ତି ।

ସୁରିଲି ଗୌତମ ପଞ୍ଜାବୀ ଫିଲ୍ମ ପାୱାର କଟ୍ ରୁ ବଡ଼ ପରଦାରେ ପାଦ ଦେଇଥିଲେ । ଏହା ଛଡ଼ା ମିତ୍ ମିଲାଦେ ରବା ପରି ଆହୁରି ଅନେକ ଫିଲ୍ମ୍ ଓ ଟିଭି ଶୋ ରେ କାମ କରିଛନ୍ତି । ବଡ଼ ଭଉଣୀ ୟାମି ଗୌତମ ଏବେ ଯାଏ ଅବିବାହିତ ଥିଲେ ମଧ୍ୟ ସୁରିଲି ଗୌତମ ବିବାହିତା ଅଟନ୍ତି । ସେ ୨୦୧୩ ମସିହାରେ ଭାରତୀୟ ହାସ୍ୟ କଳାକାର ସ୍ୱର୍ଗୀୟ ଜସପାଲ୍ ଭତ୍ତି ଙ୍କ ସୁପୁତ୍ର ଜସରାଜ୍ ସିଂ ଭତ୍ତି ଙ୍କୁ ବିବାହ କରିଛନ୍ତି ।

ସେ ମୁମ୍ବାଇର ଇଣ୍ଡିଆନ୍ ସ୍କୁଲ୍ ଅଫ୍ ମିଡିଆ ରୁ ଡିଗ୍ରୀ ମଧ୍ୟ ହାସଲ କରିଛନ୍ତି । ସେ ଏବେ ମୁମ୍ବାଇରେ ରହି ତାଙ୍କ ବଡ଼ ଭଉଣୀ ୟାମି ଗୌତମ ଙ୍କ ସହ ନିଜ କ୍ୟାରିଅର ଆଗକୁ ବଢ଼ାଇବା ପାଇଁ ଚେଷ୍ଟା କରୁଛନ୍ତି । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।