ପୁଣି ଥରେ ସୋସିଆଲ ମିଡିଆର ୟୁଜରମାନେ କଲେ ଅଜୟ ଦେବଗନଙ୍କ ଝିଅଙ୍କୁ ଟ୍ରୋଲ, କହିଲେ – ଲାଗୁଛି କିଏ ୟାକୁ…

କହିବାକୁ ଗଲେ ସେଲିବ୍ରିଟିମାନେ ଫ୍ୟାନମାନଙ୍କ ପାଇଁ ନିଜର ଫଟୋ କିମ୍ବା ଭିଡିଓ ସୋସିଆଲ ମିଡିଆରେ ଶେୟାର କରୁଥାନ୍ତି । କିନ୍ତୁ ଫ୍ୟାନମାନେ କେଉଁ ଫଟୋରେ କେମିତି ରିୟାକ୍ଟ କରିବେ ଏହି କଥା ବିଷୟରେ କାହାକୁ ବି କିଛି ଜଣା ନ ଥାଏ । ସେଲିବ୍ରିଟିମାନଙ୍କୁ ନିଜର ଫଟୋ କିମ୍ବା ଭିଡିଓ ପାଇଁ କେବେ ପ୍ରଶଂସା କରାଯାଏ ତ କେବେ ତାଙ୍କୁ ଟ୍ରୋଲ ବି କରାଯାଏ ।

କହିବାକୁ ଗଲେ ଆଜିକାଲି ଟ୍ରୋଲ କରିବା ସାଧାରଣ କଥା ହୋଇ ଯାଇଛି । ବଲିଉଡର କିଛି ସେଲିବ୍ରିଟି ବିନା କୌଣସି କାରଣରେ ଟ୍ରୋଲିଙ୍ଗର ଶିକାର ହୋଇ ଯାଉଛନ୍ତି ।

କିନ୍ତୁ ଆଜିକାଲି ଷ୍ଟାରକିଡ୍ସଙ୍କୁ ଟ୍ରୋଲିଙ୍ଗ କରିବା ଏକ ଫ୍ୟାଶନ ହୋଇଗଲାଣି । ଏମିତିରେ ବର୍ତ୍ତମାନ ପୁଣି ଥରେ ଅଜୟ ଦେବଗନ ଓ କାଜୋଲଙ୍କର ଝିଅ ନ୍ୟାସା ଦେବଗନଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରାଯାଇଛି । ଆମେ ପୁଣି ଥରେ ଏଥିପାଇଁ କହୁଛୁ କାରଣ ଏହା ପୂର୍ବରୁ ନ୍ୟାସା ପ୍ରାୟତଃ ନିଜର ଡ୍ରେସକୁ ନେଇ କିମ୍ବା ନିଜର ଲୁକ୍ କୁ ନେଇ ଟ୍ରୋଲ ହୋଇ ସାରିଛନ୍ତି ।

ପୁଣି ଥରେ ସୋସିଆଲ ମିଡିଆ ୟୁଜରମାନେ ନ୍ୟାସାଙ୍କୁ ଏମିତି ଟ୍ରୋଲ କରିଲେ କି ତାଙ୍କର ପିତା ଅଜୟ ଦେବଗନ ରାଗି ଗଲେ ଓ ସେ ଟ୍ରୋଲର୍ସମାନଙ୍କର କ୍ଳାସ ନେଲେ । କିନ୍ତୁ ଯିଏ ଟ୍ରୋଲ କରିବାକୁ ଚାହୁଁଛି ତାକୁ କାହା ଦ୍ଵାରା କିଛି ବି ଫରକ ପଡିବ ନାହିଁ ।

ରେଷ୍ଟୁରାଣ୍ଟ ବାହାରେ ସ୍ପଟ ହୋଇଥିଲେ ନ୍ୟାସା

କହିଦେଉଛୁ କି ବର୍ତ୍ତମାନ ନ୍ୟାସା ମୁମ୍ବାଇର ଏକ ରେଷ୍ଟୁରାଣ୍ଟରେ ସ୍ପଟ ହୋଇଥିଲେ । ସେ ନିଜର କିଛି ବନ୍ଧୁମାନଙ୍କ ସହିତ ବାହାରକୁ ବୁଲିବାକୁ ବାହାରି ଥିଲେ । ଏହି ସମୟରେ ସେ ଏକ ବର୍ଟୀକଲ ଷ୍ଟ୍ରାଇପ୍ସ ବାଲା ଏକ ସର୍ଟ ଡ୍ରେସ ପିନ୍ଧିଥିଲେ । ଯେମିତି ହିଁ ନ୍ୟାସା ରେଷ୍ଟୁରାଣ୍ଟ ବାହାରକୁ ଆସିଲେ ମିଡିଆ ତାଙ୍କୁ ଘେରି ଗଲେ ଓ ତାଙ୍କର ସେହି ସମୟର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଗଲା ଓ ବର୍ତ୍ତମାନ ଏହି ସମସ୍ତ ଫଟୋ ପାଇଁ ହିଁ ସୋସିଆଲ ମିଡିଆର ୟୁଜରମାନେ ନ୍ୟାସାଙ୍କୁ ଟ୍ରୋଲ କରୁଛନ୍ତି ।

ହେଲେ ଟ୍ରୋଲିଙ୍ଗର ଶିକାର

କିନ୍ତୁ ଆପଣଙ୍କୁ କହିଦେଉଛୁ କି ଏଥର ସେ ନିଜର ଲୁକ କିମ୍ବା ଡ୍ରେସ ପାଇଁ ଟ୍ରୋଲ ହେଲେ ନାହିଁ । ଏଥର ଲୋକମାନେ ତାଙ୍କର ଏକ୍ସପ୍ରେଶନ ପାଇଁ ତାଙ୍କୁ ଟ୍ରୋଲିଙ୍ଗ କରୁଛନ୍ତି । କହିବାକୁ ଗଲେ ଯେତେବେଳେ ନ୍ୟାସା ରେଷ୍ଟୁରାଣ୍ଟରୁ ବାହାରକୁ ବାହାରିଲେ ସେତେବେଳେ ସେ ମିଡିଆକୁ ଦେଖି ଅଳ୍ପ ନର୍ବସ ହୋଇଗଲେ ଓ ତାଙ୍କର ସେହି ଆଶ୍ଚର୍ଯ୍ୟ – ଚିନ୍ତିତ ବାଲା ଏକ୍ସପ୍ରେଶନକୁ କ୍ୟାମେରାରେ କ୍ୟାପଚର କରି ନିଆଗଲା । ଏହି କାରଣରୁ ଲୋକମାନେ ତାଙ୍କୁ ଟ୍ରୋଲ କରିବାକୁ ଲାଗିଲେ ।

ସିଙ୍ଗାପୁରରେ ପଢୁଛନ୍ତି

କିଛି ଦିନ ତଳେ ଯେତେବେଳେ ନ୍ୟାସା ନିଜର ମା’ କାଜୋଲଙ୍କ ସହିତ ଏକ ସେଲୁନ ବାହାରେ ସ୍ପଟ ହୋଇଥିଲେ ସେତେବେଳେ ଲୋକମାନେ ତାଙ୍କର ପ୍ରଶଂସା କରୁଥିଲେ । କହିବାକୁ ଗଲେ ବର୍ତ୍ତମାନ ସମୟରେ ନ୍ୟାସା ସିଙ୍ଗାପୁରରେ ରହି ପଢୁଛନ୍ତି ଓ ବେଳେ ବେଳେ ଛୁଟିରେ ମୁମ୍ବାଇରେ ନିଜର ପରିବାରକୁ ଦେଖା କରିବାକୁ ଆସିଥାନ୍ତି ।

ପଢନ୍ତୁ ଟ୍ରୋଲର୍ସଙ୍କର କିଛି କମେଣ୍ଟ୍ସ

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।