ଐଶ ଓ ଅଭିଷେକଙ୍କ ବିବାହ କରେଇଦବାକୁ ଚାହୁଁନଥିଲା ଜାନ୍ହବୀ, କାଟି ଦେଇଥିଲା ନିଜ ହାତ, ମଚାଇଥିଲା ଜବରଦସ୍ତ ହଙ୍ଗାମା, ଜାଣନ୍ତୁ ପୁରା ଘଟଣା

ବଲୀଉଡରେ କେତେକ ଯୋଡି ଏମିତି ଅଛନ୍ତି ଯେଉଁମାନେ ଅସଲ ଜୀବନରେ ବି ପରସ୍ପରକୁ ନିଜର ଜୀବନସାଥୀ ରୂପରେ ବାଛିଛନ୍ତି । ଏମାନଙ୍କ ମଧ୍ୟରୁ ଏମିତି ଏକ ଯୋଡି ଅଛି ଯାହାର ପ୍ରେମ କାହାଣୀ ବହୁତ ରୋମାଞ୍ଚକ ଭରା ଅଟେ, କିନ୍ତୁ ତାହା ଠାରୁ ବି ଅଧିକ ରୋମାଞ୍ଚକ କଥା ଏହା ଅଟେ  କି ତାଙ୍କର ବିବାହରେ ବହୁତ ବାଧା ଆସିଥିଲା । ଐଶ୍ୱର୍ୟା ଓ ଅଭିଷେକଙ୍କର ବିବାହ ବହୁତ ବଡ ଓ ବିବାଦୀୟ ବିବାହ ଥିଲା ।

ଏହା ଛଡା ବିବାହ ଦିନ ଏତେ ବଡ ହଙ୍ଗାମା ହୋଇଥିଲା କି ତାହା କୌଣସି ବି ସେଲିବ୍ରିଟିଙ୍କର ବିବାହରେ ଦେଖିବାକୁ ମିଳି ନ ଥିଲା ।

ଏମିତି ହୋଇଥିଲା ଅଭିଷେକ – ଐଶ୍ୱର୍ୟାଙ୍କର ପ୍ରେମର ଆରମ୍ଭ

ଅଭିଷେକ – ଐଶ୍ୱର୍ୟାଙ୍କର ପ୍ରଥମ ସାକ୍ଷାତ ଫିଲ୍ମ ’ଢାଈ ଅକ୍ଷର ପ୍ରେମ’ ଶୁଟିଙ୍ଗ ସମୟରେ ହୋଇଥିଲା । ଏହା ମଧ୍ୟରେ ଦୁଇ ଜଣଙ୍କ ମଧ୍ୟରେ ବନ୍ଧୁତା ହୋଇଗଲା ଓ ତାହା ଧୀରେ ଧୀରେ ପ୍ରେମରେ ପରିଣତ ହୋଇଗଲା । ଅନ୍ୟ ପଟେ ଟୋରେଣ୍ଟୋ ରେ ଅଭିଷେକ ଐଶଙ୍କୁ ବିବାହ କରିବା ପାଇଁ ପ୍ରପୋଜ କରିଦେଲେ ଓ ଐଶ ବି ହଁ କହିଦେଲେ । ଏହା ପରେ ସେମାନେ ବିବାହ କରିବା ପାଇଁ ନିଷ୍ପତି ନେଲେ ।

ନ୍ୟୁୟର୍କରୁ ଫେରିବା ପରେ ଦୁଇ ଜଣ ୧୪ ଫେବୃୟାରୀ ୨୦୦୭ରେ ନିର୍ବନ୍ଧ କରିନେଲେ । ଏହା ପରେ ବିବାହ ପାଇଁ ଦୁଇ ପରିବାର ମଧ୍ୟରେ ପ୍ରସ୍ତୁତି ଆରମ୍ଭ ହୋଇଗଲା । କିନ୍ତୁ ନିର୍ବନ୍ଧ ଠାରୁ ନେଇ ବିବାହ ପର୍ଯ୍ୟନ୍ତ ଯାତ୍ରା ଏତେ ବି ସହଜ ନ ଥିଲା । ଜାତକରୁ ଜଣା ପଡିଲା କି ଐଶଙ୍କର ମାଂଗଳିକ ଦୋଷ ଅଛି । ଏହି କାରଣରୁ ପ୍ରଥମେ ତାଙ୍କର ବିବାହ ଏକ ଗଛ ସହିତ ହୋଇଥିଲା ।

ଏହି ମାମଲା ଶାନ୍ତ ହେଲା ତ ଦ୍ଵିତୀୟ ବଡ ହଙ୍ଗାମା ସେତେବେଳେ ହେଲା ଯେତେବେଳେ ଜାନ୍ହବୀ ଅଚାନକ ଅଭିଷେକଙ୍କ ବିବାହରେ ପହଞ୍ଚିଲା ଓ ହଙ୍ଗାମା କରିଦେଲା ।

ଜାନ୍ହବୀ କରିଲା ହଙ୍ଗାମା

କହିବାକୁ ଗଲେ ଜାନ୍ହବୀ କପୁର ନାମକ ଏକ ମଡେଲ ଅଭିଷେକ ଓ ଐଶଙ୍କର ବିବାହରେ ବହୁତ ହଙ୍ଗାମା କରିଥିଲା । ସେ ଦୁଇ ଜଣଙ୍କର ବିବାହକୁ ଅଟକାଇବା ପାଇଁ ଚାହୁଁଥିଲା, ଏମିତି କି ସେ ନିଜର ହାତ ମଧ୍ୟ କାଟି ଦେଇଥିଲା ।  ଜାନ୍ହବୀର କହିବାର ଥିଲା କି ଅଭିଷେକ ତାଙ୍କୁ ବହୁତ ଭଲ ପାଉଥିଲେ ଓ ବିବାହ ପାଇଁ ବି ପ୍ରତିଜ୍ଞା କରିଥିଲେ । କିନ୍ତୁ ଯେତେବେଳେ ସତ ସାମ୍ନାକୁ ଆସିଲା ତେବେ ଜଣା ପଡିଲା କି ପବ୍ଲିକର ଆଟେଂସନ ପାଇବା ପାଇଁ ସେହି ଯୁବତୀ ଜଣକ ଏହିଭଳି ଖେଳ ଖେଳିଥିଲା ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।