ମୋଦୀଙ୍କ ପରେ ଧୋନୀଙ୍କୁ ସବୁଠୁ ଅଧିକ ଚାହାଁନ୍ତି ଭାରତର ନାଗରିକମାନେ, ଜାଣନ୍ତୁ ଲିସ୍ଟରେ କେଉଁଠି ଅଛନ୍ତି କୋହଲି ?

ପୂର୍ବ ଭାରତୀୟ ଅଧିନାୟକ ଏମ. ଏସ. ଧୋନୀ ଭାରତର ସବୁଠୁ ପ୍ରଶଂସିତ ବ୍ୟକ୍ତିମାନଙ୍କ ଲିଷ୍ଟରେ ବିରାଟ କୋହଲି ଓ ସଚିନ ତେନ୍ଦୁଲକରଙ୍କୁ ପଛରେ ଛାଡି ଦେଇଛନ୍ତି । YouGov ଦ୍ଵାରା କରାଯାଇଥିବା ଏକ ସର୍ଭେକ୍ଷଣ ଅନୁସାରେ, ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରେ ଧୋନୀ ଭାରତର ଦ୍ଵିତୀୟ ସବୁଠୁ ପ୍ରଶଂସିତ ବ୍ୟକ୍ତି ଅଟନ୍ତି । ସର୍ଭେ ଏଜେଂସୀ YouGov ଉଭୟ ପୁରୁଷ ଓ ମହିଳାମାନଙ୍କ ପାଇଁ ଦୁଇଟି ଅଲଗା ଅଲଗା ଶ୍ରେଣୀରେ ୪୧ ଟି ଦେଶର ୪୨ ହଜାର ଲୋକମାନଙ୍କର ଏକ ସର୍ଭେକ୍ଷଣ କରିଥିଲା ।

ସର୍ଭେକ୍ଷଣ ଅନୁସାରେ, ପୁରୁଷମାନଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୫.୬୬% ଓ ମହିଳାମାନଙ୍କ ମଧ୍ୟରେ ବକ୍ସର ମୈରୀକମ ୧୦.୩୬% ସହିତ ଟପରେ ଅଛନ୍ତି । ସର୍ଭେରେ ଧୋନୀ ୮.୫୮% ସହିତ ଦ୍ଵିତୀୟ ନମ୍ବରରେ ଅଛନ୍ତି ।

ରତନ ଟାଟା ୮.୦୨% ସହିତ ତୃତୀୟ, ବରାକ ଓବାମା ୭.୩୬% ସହିତ ଚତୁର୍ଥ ଓ ବିଲ ଗେଟ୍ସ ୬.୯୬% ସହିତ ପଞ୍ଚମ ନମ୍ବରରେ ଅଛନ୍ତି । ଅମିତାଭ ବଚ୍ଚନ ଷଷ୍ଠ, ସଚିନ ତେନ୍ଦୁଲକର ସପ୍ତମ ଓ ବିରାଟ କୋହଲି ଅଷ୍ଟମ ନମ୍ବରରେ ଅଛନ୍ତି ।

ମହିଳାମାନଙ୍କ ମଧ୍ୟରେ ମୈରୀକମ ୧୦.୩୬% ସହିତ ଟପରେ ଅଛନ୍ତି ଓ ସେ ଏକମାତ୍ର ଭାରତୀୟ ଅଟନ୍ତି ଯିଏକି ଦୁନିଆରେ ଟପ – ୨୫ରେ ସାମିଲ ଅଛନ୍ତି । ଭାରତୀୟ ରେଟିଂ ଅନୁସାରେ କିରଣ ବେଦୀ (୯.୪୬%) ଦିତୀୟ ଓ ଲତା ମଙ୍ଗେସ୍କର (୯.୨୩%) ତୃତୀୟ, ସୁଷମା ସ୍ୱରାଜ (୭.୧୩%) ଓ ଦୀପିକା ପାଦୁକୋନ (୬.୩୫%) ପଞ୍ଚମ ନମ୍ବରରେ ଅଛନ୍ତି ।

ନୋବେଲ ଶାନ୍ତି ପୁରଷ୍କାର ବିଜେତା ପାକିସ୍ତାନର ମଲାଲା ୟୁସୁଫଜଈ ଭାରତରେ ବହୁତ ଲୋକପ୍ରିୟ ଅଟନ୍ତି । ସେ ଏହି ସୂଚୀରେ ୫.୭୫% ସହିତ ଷଷ୍ଠ ସ୍ଥାନରେ ଅଛନ୍ତି । ଯେତେବେଳେ କି ଆମେରିକାର ପୂର୍ବ ରାଷ୍ଟ୍ରପତି ବରାକ ଓବାମାଙ୍କର ପତ୍ନୀ ମିଶେଲ (୫.୫୩%) ସହିତ ସପ୍ତମ ନମ୍ବରରେ ଅଛନ୍ତି ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଓଡିଆ ଫାଷ୍ଟ ପେଜ କୁ ଲାଇକ କରନ୍ତୁ ।