କାଜୋଲ ସେୟାର କରିଲେ ଫଟୋ, କିଛି ମିନିଟରେ ଆସିଲା ୪ ଲକ୍ଷ ଲାଇକ୍ସ, ଝିଅ ନ୍ୟାସାର ସୁନ୍ଦରତା ଉପରେ ଫିଦା ହେଲେ ଫ୍ୟାନ୍ସ, ଦେଖନ୍ତୁ

କାଜୋଲ ହେଉଛନ୍ତି ବଲିଉଡ୍ ର ଲୋକପ୍ରିୟ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ । କାଜୋଲଙ୍କ ଅଭିନୟକୁ ଲୋକମାନେ ବହୁତ ପସନ୍ଦ କରନ୍ତି । ବର୍ତ୍ତମାନ କାଜୋଲ ଅଧିକ ଫିଲ୍ମ କରିନଥିଲେ ମଧ୍ୟ ସୋସିଆଲ ମିଡିଆରେ ତାଙ୍କର ବହୁତ ଚର୍ଚ୍ଚା ହୋଇଥାଏ । ନିଜ ଲୁକ କାରଣରୁ ସୋସିଆଲ ମିଡିଆରେ କାଜୋଲ ବହୁତ ଚର୍ଚ୍ଚାରେ ରୁହନ୍ତି । ଏହିପରି ସୋସିଆଲ ମିଡିଆରେ କାଜୋଲ ପୁଣି ଥରେ ଚର୍ଚ୍ଚାରେ ଆସିଛନ୍ତି । ଏଥର କାଜୋଲ ଇଂଷ୍ଟାଗ୍ରାମରେ ନିଜ ଝିଅ ନ୍ୟାସାଙ୍କ ସହ ଫଟୋ ଅପ୍ଲୋଡ କରିଛନ୍ତି । ସେ ଇଂଷ୍ଟାଗ୍ରାମରେ ଦୁଇଟି ଫଟୋ ନ୍ୟସାଙ୍କର ସେୟାର କରିଛନ୍ତି ।


ତାଙ୍କର ଫ୍ୟାନ୍ସମାନେ ଏହି ଫଟୋକୁ ବହୁତ ପସନ୍ଦ କରୁଛନ୍ତି । ନ୍ୟସା ଅବିକଳ କାଜୋଲଙ୍କ ପରି ଦେଖାଯାନ୍ତି । ନ୍ୟସାଙ୍କୁ ଦେଖିଲେ କାଜୋଲଙ୍କ ପୁରୁଣା ଫଟୋ କଥା ମନେ ପଡିଯାଉଛି । ଏହି ଫଟୋକୁ ସେୟାର କରି କାଜୋଲ କ୍ୟାପ୍ସନରେ ଲେଖିଛନ୍ତି “ବହୁତ ଦିନ ପରେ ମୁମ୍ବାଇ ରାସ୍ତାରେ ନିଜ ଝିଅ ସହ ବାହାରିଛି” ।


ଇଂଷ୍ଟାଗ୍ରାମରେ ସେୟାର ହୋଇଥିବା ଫଟୋକୁ ଦେଖି ଲୋକମାନେ କାଜୋଲ ଓ ନ୍ୟାସାଙ୍କର ବହୁତ ପ୍ରଶଂସା କରିଛନ୍ତି । ମା’ ଓ ଝିଅର ଏହି ଯୋଡିକୁ ଲୋକମାନେ ବହୁତ ପସନ୍ଦ କରିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଫଟୋକୁ ୪ ଲକ୍ଷରୁ ବି ଅଧିକ ଲାଇକ୍ସ ମିଳି ସାରିଛି । କେବଳ ଏତିକି ନୁହେଁ ଲୋକମାନେ କମେଣ୍ଟ ମାଧ୍ୟମରେ ବହୁତ ପ୍ରଶଂସା ମଧ୍ୟ କରିଛନ୍ତି । ଲୋକମାନେ ଏହି ଫଟୋକୁ ଦେଖି ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି ।


କାଜୋଲଙ୍କ ବିବାହ ୨୪ ଫେବୃୟାରି ୧୯୯୯ ମସିହାରେ ବଲିଉଡ୍ ର ଲୋକପ୍ରିୟ ଅଭିନେତା ଅଜୟ ଦେବଗନଙ୍କ ସହ ହୋଇଥିଲା । ସେମାନଙ୍କ ମଧ୍ୟରେ ହୋଇଥିବା ବିବାହ ଥିଲା ପ୍ରେମ ବିବାହ । ଏହାପରେ କାଜୋଲ ଫିଲ୍ମ କରିବା ଛାଡି ଦେଇଥିଲେ । ବିବାହର କିଛି ବର୍ଷ ପରେ କାଜୋଲ ବହୁତ କମ ଫିଲ୍ମ କରିଥିଲେ ।

ବର୍ତ୍ତମାନ କିଛି ଦିନ ପୂର୍ବରୁ “ତାନାଜି” ଫିଲ୍ମ ରିଲିଜ ହୋଇଥିଲା । ସେହି ଫିଲ୍ମରେ କାଜୋଲ, ଅଜୟ ଦେବଗନ ଓ ସେଫ ଅଲି ଖାନ ନଜର ଆସିଥିଲେ । କାଜୋଲ ଏହି ଫିଲ୍ମରେ ଅଜୟ ଦେବଗନଙ୍କ ପତ୍ନୀଙ୍କ ଭୂମିକା କରିଥିଲେ । ଲୋକମାନେ ଏହି ଫିଲ୍ମକୁ ବହୁତ ପସନ୍ଦ କରିଛନ୍ତି ଓ କାଜୋଲଙ୍କ ଅଭିନୟକୁ ମଧ୍ୟ ବହୁତ ପ୍ରଶଂସା କରିଛନ୍ତି ।