Sunny Deol ଙ୍କର ସବୁଠୁ ବଡ ଶତୃ ଅଟନ୍ତି Bollywood ଏହି ୪ ଜଣ ସୁପର ଷ୍ଟାର, 2 ଓ 4 ନମ୍ବର ଷ୍ଟାର ଙ୍କ ନାମ ଜାଣିଲେ ଆଶ୍ଚର୍ଯ୍ୟ ହେଇଯିବେ

ସନି ଦେୱଲ ବଲିଉଡର ଆକ୍ସନ ହିରୋ ଭାବରେ ପରିଚିତ । ଦୁନିଆ ସାରା ତାଙ୍କର ଅନେକ ଫ୍ୟାନ୍ ଅଛନ୍ତି । ସନିଙ୍କର ଏହି ଡାଇଲଗ୍ ”ଜବ୍ ୟେ ଢାଇକିଲୋକା ହାତ୍ କିସିପର୍ ପଡ୍ତା ହେ ତୋ ଆଦମୀ ଉଠ୍ତା ନେହିଁ, ଉଠ୍ ଜାତା ହେ” ଯାହା ବହୁତ ଲୋକପ୍ରିୟ ହୋଇଥିଲା । ଏହି ଡାଇଲଗ୍ ଛୋଟ ପିଲା ମଧ୍ୟ ମନେ ରଖିଛନ୍ତି କିନ୍ତୁ ଆଜି ଆମେ ତାଙ୍କ ବିଷୟରେ ଏମିତି କିଛି କହିବାକୁ ଯାଉଛୁ ଯାହା ଶୁଣି ଆଶ୍ଚର୍ଯ୍ୟ ହୋଇଯିବେ ।

ଆଜି ଆମେ ବଲିଉଡର ଏମିତି ଅଭିନେତାଙ୍କ ବିଷୟରେ କହିବୁ ଯିଏ ବନ୍ଧୁତ୍ୱ ଠାରୁ ଶତ୍ରୁତାରେ ବହୁତ ପ୍ରସିଦ୍ଧ ଅଟନ୍ତି । ଆଜି ଆମେ ସେହି ୪ଜଣ ବଲିଉଡର ପ୍ରସିଦ୍ଧ ଅଭିନେତାଙ୍କ ବିଷୟରେ କହିବୁ ଯିଏ ସନି ଦେୱଲଙ୍କ ତିକ୍ତ ଶତ୍ରୁ ଅଟନ୍ତି ।

୧- ଅଜୟ ଦେବଗନ୍ : ବଲିଉଡର ପ୍ରସିଦ୍ଧ ଅଭିନେତା ଅଜୟ ଦେବଗନଙ୍କ ଶତ୍ରୁତା ବହୁତ ଦିନ ଧରି ଅଛି । ଏହି ଦୁଇ ଜଣଙ୍କ ଶତ୍ରୁତା ୨୦୦୨ ରେ ଆରମ୍ଭ ହୋଇଥିଲା ଯେତେବେଳେ “ଦ ଲେଜେଣ୍ଡ ଅଫ୍ ଭଗତ୍ ସିଂ” ଫିଲ୍ମର ସନି ଦେୱଲ ତାଙ୍କ ଛୋଟ ଭାଇକୁ ନବା ପାଇଁ ସୁପାରିଶ କରିଥିଲେ । ଅଜୟ ଏହି କଥାକୁ ମାନିଲେ ନାହିଁ ଏବଂ ବଡିକୁ ଏହି ଫିଲ୍ମର ନେଲେ ନାହିଁ । ଏହାପରେ ଦୁଇ ଅଭିନେତାଙ୍କ ଭିତରେ ଶତ୍ରୁତା ହୋଇଗଲା । ତାପରେ ଦୁହେଁ ଏକା ସାଙ୍ଗରେ କୈାଣସି ଫିଲ୍ମରେ କାମ କଲେ ନାହିଁ ।

୨- ଅମିର ଖାଁ : ବଲିଉଡରେ ଅମିର୍ ଖାଁଙ୍କୁ ସବୁଠାରୁ ବଡ଼ ଶତ୍ରୁ ବୋଲି ମାନନ୍ତି । ପ୍ରକୃତରେ ୧୫ ଜୁନ ୨୦୦୧କୁ ଫିଲ୍ମ ‘ଗଦାର’ ରିଲିଜ ହବାର ଥିଲା ଏବଂ ସେହି ଦିନ ଫିଲ୍ମ ‘ଲଗାନ୍’ ରିଲିଜ ହବାର ଥିଲା । ହନି ଦେୱଲ ଅମିର୍ ଖାଁକୁ ଫିଲ୍ମ ରିଲିଜ ଦିନ ଆଗକୁ ବଢ଼ାଇବା ପାଇଁ ସୁପାରିଶ କଲେ‌ । କିନ୍ତୁ ଅମିର୍ ଖାଁ ତାଙ୍କ କଥା ଶୁଣିଲେ ନାହିଁ ଯାହାଫଳରେ ଦୁଇଜଣଙ୍କ ଦୂରତା ବଢ଼ିବାକୁ ଲାଗିଲା । ଆଜି ପର୍ଯ୍ୟନ୍ତ ଏହି ଦୁଇଜଣ ପରସ୍ପରକୁ ଦେଖିବାକୁ ଚାହୁଁ ନାହାଁନ୍ତି ।

୩- ଅନିଲ୍ କପୁର : ମିଡିଆ ରିପୋର୍ଟ ଅନୁସାରେ ଅନିଲ୍ କପୁର ଏବଂ ସନି ଦେୱଲଙ୍କ ଭିତରେ ତିକ୍ତ ଶତ୍ରୁତା ବୋଲି ମାନନ୍ତି । ଫିଲ୍ମ ‘ରାମାଅବତାର’ ବେଳେ ଦୁହିଁଙ୍କ ଭିତରେ ଝଗଡ଼ା ହୋଇଥିଲା । ଝଗଡ଼ା ଏତେବଡ଼ ଥିଲା ଯେଉଁଥିପାଇଁ ସନି ଅନିଲଙ୍କ କଲର୍ ଧରି ଦେଇଥିଲେ । ଏହି ଝଗଡ଼ା କେଉଁ କାରଣରୁ ହୋଇଥିଲା ଆଜି ପର୍ଯ୍ୟନ୍ତ ଜଣା ପଡ଼ିଲା ନାହିଁ । ସେବେଠାରୁ ଏହି ଦୁଇ ଅଭିନେତା ପରସ୍ପରକୁ ଦୂରାଇ ରଖନ୍ତି ।

୪- ଶାହାରୁଖ୍ ଖାଁ : ସନି ଦେୱଲଙ୍କ ଚତୁର୍ଥ ଲିଷ୍ଟ ରେ ଶାହାରୁଖ୍ ଖାଁଙ୍କ ନାଁ ଆସେ । ହନି ଦେୱଲ ଶାହାରୁଖ୍ ଖାଁ ସହିତ ଡର୍ ଫିଲ୍ମରେ କାମ କରିସାରିଛନ୍ତି କିନ୍ତୁ ଏମିତି କୁହାଯାଏ ଯେ ସେହି ଫିଲ୍ମ ପାଇଁ ଦୁହିଁଙ୍କ ଭିତରେ ଶତ୍ରୁତା ହୋଇଥିଲା । ୧୯୯୩ ମସିହାରେ ‘ଡର୍’ ଫିଲ୍ମ ଆସିଥିଲା ଯେଉଁଥିରେ ଶାହାରୁଖ୍ ଖାଁ ନେଗେଟିଭ ଚରିତ୍ରରେ ନଜର ଆସିଥିଲେ । ସନି ଦେୱଲ ଏହି ଫିଲ୍ମରେ ହିରୋ ଭୂମିକାରେ ନଜର ଆସିଥିଲେ ତଥାପି ଲୋକମାନେ ଶାହାରୁଖ୍ ଖାଁଙ୍କ ଭୂମିକାକୁ ଅଧିକ ପସନ୍ଦ କଲେ ।

ହନି ଦେୱଲଙ୍କ‌ କହିବା କଥା ଫିଲ୍ମରେ ତାଙ୍କ ଚରିତ୍ର ଅପେକ୍ଷା ଶାହାରୁଖ୍ ଖାଁଙ୍କ ଚରିତ୍ରକୁ ଅଧିକ ଗୁରୁତ୍ବ ଦିଆଯାଇଥିଲା ବୋଲି ସନି କୁହନ୍ତି । ଯେଉଁଥିପାଇଁ ଦୁହିଁଙ୍କ ଭିତରେ ମନାନ୍ତର ହୋଇଥିଲା ଯାହାଫଳରେ ଏମାନେ ପରସ୍ପରର ଶତ୍ରୁ ବନିଗଲେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।