ବିଛଣାକୁ ଯିବା ପୂର୍ବରୁ ଖାଆନ୍ତୁ ରସୁଣ, ୩ ଦିନରେ ହିଁ ଆପଣଙ୍କୁ ଫରକ ଦେଖିବାକୁ ମିଳିବ, ଜାଣିନିଅନ୍ତୁ ଖାଇବାର ତରିକା

ଆଜି ଆମେ ଆପଣଙ୍କୁ ରସୁଣର ଉପକାରିତା ବିଷୟରେ କହିବାକୁ ଯାଉଛୁ । କହିବାକୁ ଗଲେ ଭାରତୀୟ ରୋଷେଇ ଘରେ ରସୁଣ ମିଳିବା ଏକ ସାଧାରଣ କଥା ଅଟେ ଓ ରସୁଣର ପ୍ରୟୋଗ ପାଖାପାଖି ସମସ୍ତଙ୍କ ଘରେ କରାଯାଏ । ଏହାକୁ ମସଲା ରୂପରେ ଖାଦ୍ୟରେ ବ୍ୟବହାର କରାଯାଏ । ରସୁଣ ସ୍ଵାଦ ବଢାଇବା ସହିତ ଔଷଧୀୟ ରୂପରେ ବି ପ୍ରୟୋଗ କରାଯାଏ । ରସୁଣର ପ୍ରୟୋଗ କରିବା ଦ୍ଵାରା ବହୁତ ରୋଗ ବି ଶରୀରରୁ ଗାୟବ ହୋଇଯାଏ । ଏହି ଆଧାରରେ ଆଜି ଆମେ କହିବୁ କି ରାତିରେ ଶୋଇବା ସମୟରେ ରସୁଣର ସେବନ ଦ୍ଵାରା କଣ ସବୁ ଲାଭ ମିଳିଥାଏ ।

ଆପଣ ସମସ୍ତେ ଜାଣିଛନ୍ତି କି ରସୁଣ ବହୁତ ଗୁଣକାରୀ ଜିନିଷ ଅଟେ । ରସୁଣରେ ଭିଟାମିନ A, B କମ୍ପ୍ଲେକ୍ସ, C ଭରପୁର ମାତ୍ରାରେ ଥାଏ । ଏହା ସହିତ ରସୁଣରୁ ଆହୁରି ବି ମିନେରାଲ୍ସ ମିଳିଥାଏ । ଆପଣଙ୍କୁ କହିଦେଉଛୁ କି ରସୁଣର ନିୟମିତ ସେବନ ଦ୍ଵାରା ଶରୀରର ୩ ଟି ଦୋଷ ମାନେ ବାତ, ପିତ୍ତ ଓ କଫ ସନ୍ତୁଳିତ ରହିଥାଏ । ଶରୀରକୁ ଆସୁଥିବା ରୋଗ ଗୁଡିକ ସହିତ ଲଢିବା ପାଇଁ ଶରୀରକୁ ମଝବୁତ କରିଥାଏ ।

ଆପଣଙ୍କ ଶରୀରର ହଜମ ପ୍ରକ୍ରିୟା ବହୁତ ହିଁ ଭଲ ରହିଥାଏ ଯଦି ଆପଣ ରାତିରେ ଶୋଇବା ପୂର୍ବରୁ ରସୁଣର ସେବନ କରୁଛନ୍ତି । ରସୁଣ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇଥାଏ । ଏକ ରିସର୍ଚରେ ଜଣା ପଡିଛି କି ରସୁଣର ସେବନ ଦ୍ଵାରା କ୍ୟାନ୍ସର ଭଳି ରୋଗର ସମ୍ଭାବନା ବି କମ ହୋଇଯାଏ ।

ଯଦି ଆପଣଙ୍କୁ ଥଣ୍ଡା ହୋଇଛି ତେବେ ଆପଣ ରାତିରେ ଶୋଇବା ପୂର୍ବରୁ ଦୁଇଟି ରସୁଣ ଖାଇ ନିଅନ୍ତୁ । ଏହା ଦ୍ଵାରା ଆପଣଙ୍କ ଥଣ୍ଡା ଅଳ୍ପ ଦିନରେ ଭଲ ହୋଇଯିବ । ରସୁଣର ନିୟମିତ ସେବନ ଦ୍ଵାରା ରକ୍ତ ମଧ୍ୟ ସଫା ହୋଇଥାଏ । ଏହା ତ୍ଵଚାରେ ହେଉଥିବା ସଂକ୍ରମଣ ମାନେ ଇନଫେକ୍ସନକୁ ଭଲ କରିଥାଏ ।

ଯଦି ଆପଣଙ୍କୁ ବ୍ଲଡ ପ୍ରେସର ସମ୍ବନ୍ଧିତ କୌଣସି ବି ସମସ୍ୟା ଅଛି ତେବେ ଆପଣଙ୍କୁ ରସୁଣର ସେବନ କରିବା ଉଚିତ । କାରଣ ଏହା ଆମର ବ୍ଲଡ ପ୍ରେସରକୁ ବି କମ କରିଦିଏ ଓ ରସୁଣ ସମସ୍ତ ପ୍ରକାରର ହୃଦୟ ଜନିତ ରୋଗ ପାଇଁ ବି ଉତ୍ତମ ଅଟେ । ଏହା ଛଡା ଯଦି ଆପଣ ରାତିରେ ଶୋଇବା ପୂର୍ବରୁ ୨ ଟି ରସୁଣ ଖାଇ ଦେଉଛନ୍ତି ତେବେ ଆପଣଙ୍କ ଶରୀରକୁ ବିଭିନ୍ନ ପ୍ରକାରର ଲାଭ ମିଳିଥାଏ ।