ଆଜିର ରାଶିଫଳ, 28 ସେପ୍ଟେମ୍ବର 2019 ଶନିବାର, ଶନି ଦେବ ଙ୍କ କୃପା ରହିବ ଏହି ୫ଟି ରାଶି ଉପରେ

୧-ମେଷ

ପୁରାତନ ରୋଗର ଉପସମ ଓ ବନ୍ଧୁ ସମାଗମ ହେବ । ମହିଳାମାନେ ସନ୍ତାନ ସନ୍ତତିଙ୍କ ମର୍ଜି ରକ୍ଷାକରି ଶାନ୍ତି ପାଇବେ । ରାଜନୈତିକ କ୍ଷେତ୍ରରେ ମାନସିକ ଦୁଶ୍ଚିନ୍ତା ଓ ଶତୃବଧା ଦୂରେଇ ଯିବ । କର୍ମ କ୍ଷେତ୍ରରେ ଉଚ୍ଚଧିକାରୀ ସହକର୍ମୀଙ୍କ ସହ ବାଦବିବାଦ ମେଣ୍ଟି ଯିବ । ବ୍ୟବସାୟରେ ବକେୟା ଅର୍ଥ ଆଦାୟ ହେବ । ପାରିବାରିକ କ୍ଷେତ୍ରରେ ସ୍ନେହ ସଦ୍ଭାବ ଅତୁଟ ରହିବ । ସହଯୋଗୀ ମାନଙ୍କ ଯୋଗୁଁ ଉତ୍ତମ କାର୍ଯ୍ୟ କରି ପ୍ରଶଂସା ପାଇବେ । ଆୟବୃଦ୍ଧି, ଋଣମୁକ୍ତି, ଶତୃମାନେ ମଥାନତ କରିବେ ।   ପ୍ରଶାସନ, ପ୍ରକାଶନ, ଅଧ୍ୟୟନ ଓ ଅଧ୍ୟାପନା, ସାହିତ୍ୟ ଚର୍ଚ୍ଚା କ୍ଷେତ୍ରରୁ ଶୁଭଫଳ ମିଳିବ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

୨-ବୃଷ

ସ୍ଥାନାନ୍ତର ହେବାକୁ ଚାହୁଁଥିଲେ, ଆଜି ଚେଷ୍ଟାକଲେ ଉତ୍ତମ ସ୍ଥାନରେ ଅବସ୍ଥାପିତ ହେବେ । ସ୍ଥଳ ବିଶେଷରେ ଦୂରସ୍ଥାନବାସ ଯୋଜନା ମନ ମଧ୍ୟରେ ଉଙ୍କି ମାରିବା ଫଳରେ ଅସନ୍ତୋଷର ଶରବ୍ୟ ହେବେ । ବ୍ୟବସାୟୀମାନେ ସ୍ଥଳବିଶେଷରେ ଅଧିକ ପରିଶ୍ରମ ବିନା ଅଧିକ ଲାଭବାନ ହେବା ନିମନ୍ତେ ଅନ୍ୟମାନଙ୍କୁ ସିଡି ରୂପେ ବ୍ୟବହାର କରିବେ । କର୍ମ କ୍ଷେତ୍ରରେ ବ୍ୟବସ୍ଥିତତା ହେତୁ ଶାନ୍ତି ଉପୁଜିବ । ସ୍ୱାସ୍ଥ୍ୟ ଭଲ ରହିବ ଓ ଅର୍ଥଲାଭ ହେବ ।   ପ୍ରତିଯୋଗିତା ପରୀକ୍ଷାରେ ଆନନ୍ଦିତ ହେବେ । କୋର୍ଟ କଚେରୀ ମାମଲାରେ ହାତେମାପି ଚାଖଣ୍ଡେ ଚାଲିବା ବିଧେୟ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

୩-ମିଥୁନ

ମହିଳାମାନେ ନୂତନ ବନ୍ଧୁଙ୍କୁ ପାଇ ଖୁସୀହେବେ । ବିଦ୍ୟାକ୍ଷେତ୍ରରେ ପ୍ରଶଂସା ପାଇବେ । ଆନୁଷ୍ଠାନିକ କ୍ଷେତ୍ରରେ ସମ୍ମାନଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ । କର୍ମ କ୍ଷେତ୍ରରେ ଦାୟିତ୍ଵ ବଢିବା ସହ ମିତ୍ରମାନଙ୍କ ଦ୍ଵାରା ଲାଭ ମିଳିବ ଓ ନିଜ ଲୋକମାନେ ହିଁ କାମରେ ଆସିବେ । ପାରିବାରିକ ସମସ୍ୟା ସୁଧାରିବା ପାଇଁ ଚେଷ୍ଟା କରିବେ । କୌଣସି ସହୃଦୟ ବ୍ୟକ୍ତିଙ୍କଠାରୁ ଯଥେଷ୍ଟ ସହାୟତା ପାଇବେ । ନିଜର ଯୋଜନା ମୁତାବକ କାମକଲେ କୌଣସି ପ୍ରକାର ଅସୁବିଧା ହେବନାହିଁ ।   ବ୍ୟବସାୟରେ ସଫଳତା ଅର୍ଜନ ତଥା କମ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତି ହେବ । ପ୍ରତିକାର:-ହଳଦୀ ଚନ୍ଦନ ମଥାରେ ଲଗାନ୍ତୁ ।

୪-କର୍କଟ

ବିଦ୍ୟାକ୍ଷେତ୍ରରେ ମନଯୋଗ ଦେଲେ ଯଶପ୍ରାପ୍ତି ହେବ । ଶିଳ୍ପ, ବାଣିଜ୍ୟ ଓ ପରିବହନ ବ୍ୟବସାୟରେ ପ୍ରତିଷ୍ଠା, ପ୍ରତିପତ୍ତି, ମାନସମ୍ମାନ ଓ ଯଶ ପାଇବେ । ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ସହ ସମ୍ପର୍କ ସ୍ଥାପନ ହେବ । ଅପେକ୍ଷା କରୁଥିବା କାର୍ଯ୍ୟଟି ପୂରଣ କରିବା ପାଇଁ ଚେଷ୍ଟା କରିବେ । ଗଲାକଥାକୁ ଚିନ୍ତା କରି ଭାବପ୍ରବଣତା ବୃଦ୍ଧି ପାଇବ । ପଡ଼ୋଶୀମାନେ ସ୍ୱାର୍ଥ ହାସଲ ପାଇଁ ବାକ୍ଚାତୁରୀ କଥାକହି କାର୍ଯ୍ୟ ହାସଲ କରିବେ । ନିର୍ମାଣ, ଯୋଗାଯୋଗ, ସଭାସମିତି ପାଇଁ ବିଶେଷ ସମୟ ଦେବାକୁ ପଡ଼ିବ । ବନ୍ଧୁମାନଙ୍କ ସାହାଯ୍ୟ ନେଇ ପାରିବାରିକ ତିକ୍ତତାର ସମାପ୍ତି ହେବ । ପ୍ରତିକାର:- ଗୋମାତାକୁ ଖାଦ୍ୟ ଦିଅନ୍ତୁ ।

୫-ସିଂହ

ମହିଳାମାନେ ଉତ୍ତମ ବୁଝାମୁଣାରେ ଗତିକରି ଅଦୃତି ଓ ଶ୍ରଦ୍ଧାର ଅଧିକାରିଣୀ ହେବେ । ରାଜନୀତି କ୍ଷେତ୍ରରେ ବାଧା ବନ୍ଧନ ନମାନି ଆଗେଇ ଯିବାର ସୁଯୋଗ ପାଇବେ । ଯେଉଁ କାମରେ ହାତଦେବେ ତାହା ଅବଶ୍ୟ ନିର୍ବିଘ୍ନରେ ସମାପନ ହୋଇଯିବ । କଳକାରଖାନା ବା ଯନ୍ତ୍ରପାତି ବ୍ୟବସାୟରେ ପ୍ରବଳ ଲାଭ ହେବ । ପରିବହନ ଓ ପାର୍ଟନରସିପ ବ୍ୟବସାୟରେ ଲାଭ ଅପରି ବର୍ତିତ ରହିବ । ଚାକିରି କ୍ଷେତ୍ରରେ ପଦୋନ୍ନତିର ସୂଚନା ପାଇବେ । ପାରିବାରିକ ପତିଆରା ଭଲ ରହିବ ।   ପ୍ରତିଦ୍ବନ୍ଦିତାରେ ବିଜୟୀ ହୋଇ ପଦ ପଦବୀରେ ଅଧିଷ୍ଠିତ ହେବେ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

୬-କନ୍ୟା

ଶିଳ୍ପବାଣିଜ୍ୟ କ୍ଷେତ୍ରରେ ବିଭିନ୍ନ ପ୍ରକାରର ସମସ୍ୟା ସମାଧାନ ହେବ । ସତସଙ୍ଗ ଓ ମନୋରଞ୍ଜନ, କ୍ରୀଡ଼ାବିଦ୍ମାନେ ପ୍ରଶଂସିତ ହେବେ । ଗୃହସ୍ଥ ଜୀବନ ସୁଖ ଶାନ୍ତିରେ କଟିବ । ଅର୍ଥ ସମ୍ପର୍କୀୟ କଥାହେବା ପାଇଁ ସମୟ ପ୍ରାୟତଃ ଅନୁକୂଳ ରହିବ । ଦୂରଯାତ୍ରାର ସୁଯୋଗ ମିଳିବ । ନୂତନ କାର୍ଯ୍ୟରେ ଉନ୍ନତି ହେବ । ପୁରାତନ ରୋଗର ସାମାନ୍ୟ ଉନ୍ନତି ପରିଲକ୍ଷିତ ହେବ । ବ୍ୟବସାୟରେ ସଫଳତା ଅର୍ଜନ ତଥା ଦୂରଯାତ୍ରାର ସୁଯୋଗ ପାଇବେ । ଆତ୍ମବିଶ୍ୱାସ ବୃଦ୍ଧି ପାଇବ । ସାମାଜିକ କ୍ଷେତ୍ରରେ ନିଜର ପ୍ରତିଷ୍ଠା ପ୍ରତିପତ୍ତି ବୃଦ୍ଧି ପାଇବ । ପ୍ରେମ-ପ୍ରସଙ୍ଗରେ ସଫଳତା ମିଳିବ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

୭-ତୁଳା

ନୂଆ ନୂଆ ବ୍ୟବସାୟିକ ସଂପର୍କସ୍ଥାପନ ଭାଗିଦାର ବ୍ୟବସାୟ ପାଇଁ ସାହାଯ୍ୟ ସହଯୋଗ ଅଚାନକ ମିଳିବ । ନିଜର କ୍ଷମତାକୁ ଭଲ କାର୍ଯ୍ୟରେ ଲଗେଇବା ସହିତ ଲୋକଙ୍କ ତାଳମେଳ କରିବା, ବୁଝାମଣା କରିବା ତଥା ମିତ୍ରଙ୍କ ଇଛାକୁ ପୂରଣ କରିବାକୁ ପ୍ରୟାସ କରିବେ । ସ୍ଵାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବ । କର୍ମ କ୍ଷେତ୍ରରେ ଦାୟିତ୍ଵ ବଢିବା ସହ ମିତ୍ରମାନଙ୍କ ଦ୍ଵାରା ଲାଭ ମିଳିବ ଓ ନିଜ ଲୋକମାନେ ହିଁ କାମରେ ଆସିବେ ।   ସରକାରୀ କାର୍ଯ୍ୟରେ ବିଜୟ ପ୍ରାପ୍ତ ହେବ । ସମସ୍ତ ଯୋଜନା କ୍ରିୟାନ୍ୱିତ ହେବ । ଶୁଭ ସମାଚାର ପ୍ରାପ୍ତି ହେବ । ପରୀକ୍ଷା ଓ ପ୍ରତିଦ୍ୱନ୍ଦିତାରେ ବିଜୟୀ ହେବେ । ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ ।

୮-ବିଚ୍ଛା

ଛାତ୍ରଛାତ୍ରୀମାନେ ବିଦ୍ୟାରେ ସଫଳ ହେବେ । ସାମାଜିକ କାର୍ଯ୍ୟରେ ସମୟ ବିତେଇବେ । କୌଣସି ଠାରୁ ଶୁଭ ସମାଚାର ଶୁଣିବାକୁ ମିଳିବ । ଟିମୱାର୍କ ଓ ସାମୁହିକ ଗତିବିଧି ଦ୍ଵାରା ଆପଣ ସଫଳତା ହାସିଲ କରି ପାରିବେ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦୂର ହେବ । କର୍ମକ୍ଷେତ୍ରରେ ଆୟ ବୃଦ୍ଧି ହେବ । ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟ ସହଯୋଗ କରିବେ । ପରିବାରରେ ଆର୍ଥିକ ସମସ୍ୟା ସମାଧାନ ହୋଇଯିବ । ଦୂରଯାତ୍ରା କରି ମନ ଖୁସି ରହିବ । ମାଲିମୋକଦ୍ଦମାରେ ବିଜୟୀ ହେବେ । ସନ୍ତାନମାନଙ୍କ ପାଇଁ ଆନନ୍ଦିତ ରହିବେ ।   କୋର୍ଟ କଚେରୀ ମାମଲା ଓ ବିବାଦ ଆପଣଙ୍କ ସପକ୍ଷରେ ରହିବ । ପ୍ରତିକାର- ମୁହଁ ମିଠାକରି ଘରୁ ବାହାରନ୍ତୁ ।

୯-ଧନୁ

କର୍ମପାଇଁ ଦୂରଯାତ୍ରା କରି ନିଜକୁ ସୁସ୍ଥ ମନେ କରିବେ । ରାଜନୀତି କ୍ଷେତ୍ରରେ ଧୈର୍ଯ୍ୟ ଓ ସହନଶୀଳତା ଯୋଗେ ଯଶ ମିଳିବ । ଶିକ୍ଷା କ୍ଷେତ୍ରରେ ପରୀକ୍ଷା, ପରିଣାମ ଅନୁକୂଳ ହେବ । ବ୍ୟବସାୟରେ ନୂତନପନ୍ଥା ଅନୁସରଣ କରି ସଫଳତା ପାଇବେ । କଳା, ସାହିତ୍ୟ ଓ ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ । ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବ । ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢ଼େଇବ । ଧନଲାଭ ହେବା ଫଳରେ ସମସ୍ତକାର୍ଯ୍ୟ ସହଜରେ ପୂର୍ଣ୍ଣ ହେବ । ଉଚ୍ଚ ଶିକ୍ଷା ହାସିଲ କରିବା ପାଇଁ ପ୍ରୟାସରତ ରହିବେ । ପ୍ରେମ-ପ୍ରସଙ୍ଗରେ ଆଶାଜନକ ଫଳପ୍ରାପ୍ତି ହେବ । ପ୍ରତିକାର- ଅସହାୟଙ୍କୁ ଖାଦ୍ୟ ଦିଅନ୍ତୁ ।

୧୦-ମକର

ହୋଟେଲ୍, ତେଲବ୍ୟବସାୟୀ, କଳାକାର, ରାଜନୈତିଜ୍ଞ, ଶିଳ୍ପକାରୀ, ରେଡିମେଡ୍ ବସ୍ତ୍ରବ୍ୟବସାୟୀ, ମଡେଲିଙ୍ଗ ଓ ପନିପରିବା ଚାଷୀମାନେ ବିଶେଷ ଲାଭାନ୍ଵିତ ହେବେ । ଆର୍ଥିକ ସାହାଯ୍ୟ ପାଇବା ଦ୍ଵାରା ବହୁତ ଦିନରୁ ଅଟକିଥିବା କାର୍ଯ୍ୟ ସମ୍ପନ୍ନ ହେବ । ଧାର୍ମିକ କାର୍ଯ୍ୟରେ ରୁଚି ବଢିବା ସହିତ ସମୟ ମଧ୍ୟ ଆନନ୍ଦମୟ ହେବ । ଘରର କୌଣସି ନୂତନ ବସ୍ତୁ କ୍ରୟ କରି ପାରିବେ । କୌଣସିଠାରୁ ଶୁଭ ସମାଚାର ଶୁଣି ମନ ଉତ୍ସୁକ ହେବ । କର୍ମକ୍ଷେତ୍ରରେ ଶୁଭ ଖବର ପାଇ ଖୁସୀ ହେବେ । ରାଜନୀତି, ସଂଗଠନ, ସଭାସମିତି କ୍ଷେତ୍ରରେ ଲୋକ ସମ୍ପର୍କ ବଢିବ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

୧୧-କୁମ୍ଭ

ବ୍ୟବସାୟୀମାନେ ଆଶାତୀତ ଲାଭ ପାଇବେ । ମହିଳାମାନେ ପିଲାମାନଙ୍କ ପ୍ରତି ସତର୍କ ରହି ଆନନ୍ଦିତ ହେବେ ଓ ସାମାଜିକ ପ୍ରତିଷ୍ଠା. ମାନ-ସମ୍ମାନ ବୃଦ୍ଧି ହେବ । ବନ୍ଧୁ ମିଳନରେ ମନ ପ୍ରଫୁଲ୍ଲ ରହିବ । ବନ୍ଧୁଙ୍କ ସମସ୍ୟା ସମାଧାନ କରିବା ପାଇଁ ଚିନ୍ତା କରିବେ । ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ସହ ସମ୍ପର୍କ ସ୍ଥାପନ ହେବ । ଆର୍ଥିକ ସ୍ଥିତି ପୂର୍ବପରି ଠିକ୍ ରହିବ । ବିଦ୍ୟା କ୍ଷେତ୍ରରେ ଉନ୍ନତି ହେବ । ଲୋକ ସମ୍ପର୍କ, ସମାଜ ସେବା, ଧାର୍ମିକ ଅନୁଷ୍ଠାନରେ ଯୋଗଦେଇ ପ୍ରଶଂସା ପାଇବେ । ଚାକିରୀ ଓ କାର୍ଯ୍ୟ କ୍ଷେତ୍ରରେ ଆଗକୁ ବଢିପାରିବେ । ଗୃହସମସ୍ୟାକୁ ସମାଧାନ କରି ଧନ ସମ୍ପତିକୁ ଆୟତ୍ତ କରି ପାରିବେ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

୧୨-ମୀନ

ବ୍ୟବସାୟରେ ଲାଭବାନ ହେବେ । ଆବଶ୍ୟକସ୍ଥଳେ ସହଯୋଗ ମଧ୍ୟ ପାଇବେ । ମନକଥା ମନରେ ରଖି ବନ୍ଧୁଙ୍କ ସହ ମିଶିଲେ ଭଲ ହେବ । କର୍ମ କ୍ଷେତ୍ରରେ ଯେତିକି ପାଇବା କଥା ସେତିକି ହିଁ ପାଇବେ । ଭଲଭାବରେ ଚିନ୍ତାକରି କାମକଲେ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ । ପରିବାର ଭିତରେ ଜଗିରଖି ନ ଚଳିଲେ ପାଖ ପଡୋଶିଙ୍କ ଦ୍ଵାରା ମନ ବିଚଳିତ ରହିବ । ରାଜନୈତିକ କ୍ଷେତ୍ରରେ ଅନେକ କାରଣ ଯୋଗୁ ଆମୋଦ ପ୍ରମୋଦ, ମନୋରଞ୍ଜନ କାର୍ଯ୍ୟରେ ଯୋଗ ଦେବେ ।   କଳା, ସାହିତ୍ୟ ଓ ସଭାସମିତିରେ ସଫଳତା ହାସଲ କରିବେ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।