ଶୁଟିଙ୍ଗ ବେଳେ କାନ୍ଦି ପକାଇଥିଲେ ଧର୍ମେନ୍ଦ୍ରଙ୍କ ନାତି Karan Deol, ଇଣ୍ଟରଭ୍ୟରେ କହିଲେ କାନ୍ଦିବାର କାରଣ…

ଫିଲ୍ମ ଇଣ୍ଡଷ୍ଟ୍ରିରେ ନେପୋଟିଜମକୁ ନେଇ ସବୁବେଳେ ଆ-ରୋ-ପ ଲାଗି ଆସିଛି ଓ ସତ୍ୟତା କଣ ଏହା ମଧ୍ୟ ସମସ୍ତଙ୍କୁ ଜଣା । ବଲିଉଡରେ କିଛି ପରିବାର ଗୁଡିକର ଖୁବ ଚାପ ରହିଛି । ତନ୍ମଧ୍ୟରୁ ଦେଓଲ ପରିବାର ଅନ୍ଯତମ । ଦେଓଲ ଖାନଦାନର ତୃତୀୟ ପିଢି ହିସାବରେ ସନ୍ନି ଦେଓଲଙ୍କ ପୁଅ ତଥା ଧର୍ମେନ୍ଦ୍ରଙ୍କ ନାତି କରଣ ଦେଓଲ କିଛି ବର୍ଷ ହେବ ଫିଲ୍ମରେ ଏଣ୍ଟ୍ରି ନେଇଛନ୍ତି । କରଣ ଦେଓଲ ନିକଟରେ ଏକ ଇଣ୍ଟରଭ୍ୟୁରେ କହିଛନ୍ତି କି ତାଙ୍କୁ ଡେବ୍ୟୁ ପରେ ତାଙ୍କ ହାଲରେ ଛାଡି ଦିଆଗଲା ଓ ଏହା ସହ ଶୁ-ଟି-ଙ୍ଗ ସମୟରେ ପ୍ରଥମ ଦିନ ହିଁ ସେ କାନ୍ଦି ପକାଇଥିଲେ ବୋଲି ମଧ୍ୟ ଖୁଲାସା କରିଛନ୍ତି ।

କରଣଙ୍କ ପିତା ସନ୍ନି ଦେଓଲ ହିନ୍ଦୀ ସିନେମାରେ ନିଜର ଖୁବ ଜବରଦସ୍ତ ପରିଚୟ ସୃଷ୍ଟି କରି ସାରିଛନ୍ତି । ୨୦୧୯ରେ ଫିଲ୍ମ ‘ପଲ ପଲ ଦିଲ କେ ପାସ’ ଜରିଆରେ ସେ ନିଜ ବଡ ପୁଅଙ୍କୁ ମଧ୍ୟ ବଲିଉଡରେ ଲଞ୍ଚ କରିଥିଲେ । ଏହି ଫିଲ୍ମକୁ ସନ୍ନି ଦେଓଲ ଡାଇରେକ୍ଟ କରିବା ସହ ଧର୍ମେନ୍ଦ୍ର ଏହାକୁ ପ୍ରଡ୍ୟୁସ କରିଥିଲେ । ହେଲେ ଫିଲ୍ମଟି ପରଦାରେ କିଛି ଖାସ କମାଲ ଦେଖାଇ ପାରି ନ ଥିଲା । କିନ୍ତୁ ଅଭିନୟ ଉପରେ କରଣ ଦେଓଲଙ୍କୁ ଖୁବ ଜ୍ଞାନ ମିଳିଥିଲା । ନିକଟରେ ଟାଇମ୍ସ ଅଫ ଇଣ୍ଡିଆକୁ ଦେଇଥିବା ଏକ ଇଣ୍ଟରଭ୍ୟୁରେ କରଣ କହିଛନ୍ତି କି, “ମୋ ଡେବ୍ୟୁ ପରେ ମୋତେ ମୋ ହାଲରେ ଛାଡି ଦିଆଗଲା । ଏବେ ମୁଁ ସମସ୍ତ ନିଷ୍ପତ୍ତି ନିଜେ ହିଁ ନେଉଛି । ”

ପାପା ମଧ୍ୟ କହିଲେ କି “ନିଜ ଗୋଡରେ ଠିଆ ହେଇଯା, ନିଜେ କଲ ଆଟେଣ୍ଡ କର, ନିଜ ଭୁଲରୁ ସବୁକିଛି ଶିଖ । ସବୁକିଛି ଶିଖିବାର ଏହା ହିଁ ଭଲ ପ୍ରକ୍ରିୟା । ” ଏହା ସହ ଶୁ-ଟି-ଙ୍ଗ ସହ ଜଡିତ ଏକ ଘଟଣା ବର୍ଣ୍ଣନା କରି କରଣ ଦେଓଲ କହିଥିଲେ କି, ମୋ ପ୍ରଥମ ଶଟ ବହୁତ ଚିନ୍ତାଜନକ ଥିଲା, କରଣ ମୁଁ ବହୁତ ଅଧିକ ଘାବାରେଇ ଯାଇଥିଌ । ମୁଁ ଭାଙ୍ଗି ପଡି କାନ୍ଦି ପକେଇ ଥିଲି । କିନ୍ତୁ ସୌଭାଗ୍ୟବଶତଃ ଏହା ପର ଠାରୁ ସବୁକିଛି ଠିକ ହୋଇ ଯାଇଥିଲା । କିନ୍ତୁ ଏହି ଅନୁଭବ ମୁଁ ସାରା ଜୀବନ ମନେ ରଖିବି । ”

କରଣ ଦେଓଲ ଆହୁରି ମଧ୍ୟ କହିଥିଲେ କି, “ମୁଁ ଏତେ ବ୍ୟସ୍ତ ହୋଇ ଯାଇଥିଲି ଯେ ମୁଁ ନିଜ ସହ କଥା ହେବ ଆରମ୍ଭ କରି ଦେଇଥିଲି ଓ ନିଜକୁ ପ୍ରଶ୍ନ କରିଥିଲି କି, ରକି ତୁ କଣ ସତରେ ଏହା କରିବାକୁ ଚାହୁଁଛୁ ? ଏହାପରେ ମୁଁ ନିଜେ ଚିନ୍ତା କଲି କି ହାଁ ମୁଁ ଏହା ହିଁ କରିବାକୁ ଚାହେଁ । ସେବେ ଠାରୁ ମୋ ପାଇଁ ସବୁକିଛି ଠିକ ହୋଇ ଚାଲିଲା । ” ଆପଣଙ୍କୁ ଜଣାଇ ଦେଉଛୁ କି କରଣ ଦେଓଲ ଶୀଘ୍ର ଫିଲ୍ମ ‘ଅପନେ-୨’ରେ ନଜର ଆସିବାକୁ ଯାଉଛନ୍ତି ।

ଏହି ଫିଲ୍ମ ପାଇଁ କରଣ ବକ୍ସର ଟ୍ରେନିଂ ନେବା ଆରମ୍ଭ କରି ଦେଇଛନ୍ତି । କରଣ କହିଛନ୍ତି କି ସେ ତାଙ୍କ ପରିବାର ସଦସ୍ୟଙ୍କ ଠାରୁ ଶିଖିଛନ୍ତି କି ସେ କେବେ ମଧ୍ୟ ହାର ମାନିବେ ନାହିଁ ଓ ସଂପୂର୍ଣ୍ଣ ପରିଶ୍ରମରେ ତାହା କରିବେ ଯାହା ତାଙ୍କୁ ପସନ୍ଦ ଅଟେ । ନେପୋଟିସିମ ଉପରେ କରଣ କହିଥିଲେ କି, ତାଙ୍କୁ ପ୍ଲାଟଫର୍ମ ଦିଆଯାଇଛି ବୋଲି ସେ କେବେ ଅସ୍ଵୀକାର କରି ପାରିବେ ନାହିଁ । କିନ୍ତୁ ଶେଷରେ ଆପଣଙ୍କ ଟ୍ୟାଲେଣ୍ଟ ହିଁ କେବଳ ଆପଣଙ୍କ କାମ ଆସେ । ଏଠି ବହୁତ କମ୍ପିଟିସନ ଅଛି, ଯଦି ପ୍ରତିଭା ନାହିଁ ତେବେ କିଛି ହାସଲ କରିପାରିବେ ନାହିଁ ।

ଆପଣଙ୍କୁ କରଣ କେମିତି ଲାଗନ୍ତି ଆମକୁ କମେଣ୍ଟ କରି ଜଣାଇବେ ଓ ପୋଷ୍ଟକୁ ଲାଇକ ଏବଂ ସେୟାର ମଧ୍ୟ କରିବେ ।