ନବରାତ୍ରି : ୯ ଜଣ କନ୍ୟାଙ୍କ ଭିତରେ ଗୋଟିଏ ପୁଅକୁ କାହିଁକି ବସାଯାଇଥାଏ, ଜାଣନ୍ତୁ କଣ ଅଟେ ଏହା ପଛର କାରଣ

ଦେଶସାରା ନବରାତ୍ରିର ପର୍ବ ବହୁତ ଧୁମଧାମରେ ପାଳନ କରାଯାଇ ଥାଏ । ଚାରିଆଡେ ମାତା ଦୂର୍ଗାଙ୍କର ପୂଜା ଅର୍ଚନା କରାଯାଇଥାଏ ଓ ଭକ୍ତମାନେ ୯ ଦିନ ପର୍ଯ୍ୟନ୍ତ ଉପବାସ ବି କରିଥାନ୍ତି । କିନ୍ତୁ ନବରାତ୍ରି ସେତେଦିନ ପର୍ଯ୍ୟନ୍ତ ଅଧୁରା ଅଟେ, ଯେତେ ଦିନ ପର୍ଯ୍ୟନ୍ତ କନ୍ୟା ପୂଜନ ହୋଇ ନ ଥାଏ । କନ୍ୟା ପୂଜା ବିନା ନବରାତ୍ରି ସଫଳ ହୁଏ ନାହିଁ, ସେଥିପାଇଁ ସମସ୍ତେ ଅଷ୍ଟମୀ କିମ୍ବା ନବମୀ ଦିନ କନ୍ୟା ପୂଜନ କରିଥାନ୍ତି ।

ନବରାତ୍ରିରେ କନ୍ୟା ପୂଜନ ପାଇଁ କନ୍ୟାମାନଙ୍କୁ ନିଜ ଘରକୁ ଡାକି ତାଙ୍କର ସ୍ଵାଗତ କରାଯାଇଥାଏ । କନ୍ୟାକୁ ଦେବୀ ରୂପରେ ପୂଜା କରାଯାଇଥାଏ, କିନ୍ତୁ ଏହି କନ୍ୟାମାନଙ୍କ ମଧ୍ୟରେ ଏକ ପୁଅ ବି ବସିଥାଏ । କହିବାକୁ ଗଲେ ଏହି ପୂଜା ଏକ ପୁଅ ବିନା ଅଧା ହୋଇଥାଏ, ଯାହାକୁ ଲଙ୍ଗୁର ବୋଲି କୁହାଯାଏ । ଅର୍ଥାତ ୯ ଜଣ କନ୍ୟାମାନଙ୍କ ମଧ୍ୟରେ ଏକ ଲଙ୍ଗୁର ନିଶ୍ଚିତ ଉପସ୍ଥିତ ରହିବା ଦରକାର ।

କନ୍ୟା ପୂଜନରେ ଏକ ପୁଅକୁ କାହିଁକି ବସାଯାଇଥାଏ ?

କନ୍ୟା ପୂଜନରେ ବସିଥିବା ଗୋଟିଏ ପୁଅକୁ ଲଙ୍ଗୁର କୁହାଯାଇଥାଏ ଓ ଏହି ଲଙ୍ଗୁର ହନୁମାନଙ୍କର ରୂପ ହୋଇଥାଏ । ଏହା ପଛର ମାନ୍ୟତା ଏହା ଅଟେ କି ଯେଉଁଭଳି ବୈଷ୍ଣୋ ଦେବୀଙ୍କର ଦର୍ଶନ ପରେ ଭୈରବଙ୍କର ଦର୍ଶନ କରିବା ଦ୍ଵାରା ଦର୍ଶନ ପୁରା ହୋଇଥାଏ, ଠିକ ସେହିଭଳି କନ୍ୟା ପୂଜା ସହିତ ଲଙ୍ଗୁରର ପୂଜା କରିବା ଦ୍ଵାରା ପୂଜା ସଫଳ ହୋଇଥାଏ ।

କନ୍ୟା ପୂଜନର ବିଧି

୧. କନ୍ୟା ପୂଜନ ପାଇଁ କନ୍ୟାଙ୍କୁ ପୂର୍ବରୁ ନିମନ୍ତ୍ରଣ କରିଦେବା ଉଚିତ ।

୨. କନ୍ୟା ପୂଜନ ଦିନ କନ୍ୟାଙ୍କୁ ବିଭିନ୍ନ ଆଡୁ ଧରି ଆଣିବା ଉଚିତ ନୁହେଁ ।

୩. କନ୍ୟାଙ୍କୁ ଘରକୁ ଆଣିବା ସମୟରେ ତାଙ୍କୁ ଫୁଲ ଦ୍ଵାରା ସ୍ଵାଗତ କରନ୍ତୁ ଓ ମାତା ଦୂର୍ଗାଙ୍କର ସମସ୍ତ ନାମ ନିଅନ୍ତୁ ।

୪. କନ୍ୟାମାନଙ୍କୁ ସଫା ସୁତୁରା ସ୍ଥାନରେ ବସାଇ ତାଙ୍କର ଗୋଡ ଧୋଇ ଦିଅନ୍ତୁ ।

୫. ଏହା ପରେ କନ୍ୟାମାନଙ୍କର ମଠାରେ ଟୀକା ଲଗାନ୍ତୁ ।

୬. ନିଜ ଇଚ୍ଛା ଅନୁସାରେ ପ୍ରସ୍ତୁତ କରିଥିବା ଖାଦ୍ୟ ତାଙ୍କୁ ଭୋଜନ କରାନ୍ତୁ ।

୭. ପରେ ତାଙ୍କୁ କିଛି ଉପାହାର ବି ଦିଅନ୍ତୁ ।

୮. ଶେଷରେ କନ୍ୟାମାନଙ୍କର ଗୋଡ ଧରି ତାଙ୍କର ଆଶୀର୍ବାଦ ନିଅନ୍ତୁ ।

କନ୍ୟା ପୂଜନ ପାଇଁ କନ୍ୟା ମାନଙ୍କର ବୟସ କେତେ ହେବା ଉଚିତ ?

କନ୍ୟା ପୂଜନ ପାଇଁ କନ୍ୟାମାନଙ୍କର ବୟସ ୨ ବର୍ଷରୁ ୯ ବର୍ଷ ପର୍ଯ୍ୟନ୍ତ ହେବା ଉଚିତ ଓ ଲଙ୍ଗୁର ର ବୟସ ୭ ରୁ ୯ ବର୍ଷ ହେବା ଉଚିତ । ଯଦି ୯ ଜଣ ରୁ ବି ଅଧିକ କନ୍ୟା ଆସି ଯାଉଛନ୍ତି ତେବେ ତାଙ୍କୁ ବି ଆପଣ ଭୋଜନ କରାନ୍ତୁ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।