ଧାରା ୩୭୦ ଉପରେ ଭାଷଣ ଦେଇ ହିରୋ ହେଇଗଲେ ଲଦ୍ଦାଖର ବିଜେପି ସାଂସଦ, ଜାଣନ୍ତୁ ତାଙ୍କ ପରିବାର ଓ ସଂଘର୍ଷର କାହାଣୀ

୬ ଅଗଷ୍ଟରେ ଲୋକସଭାରେ ଧାରା ୩୭୦କୁ ନେଇ ବହୁତ ଯୁକ୍ତି ହୋଇଥିଲା । ଏହି ସମୟରେ ସମସ୍ତ ନେତା ଓ ମନ୍ତ୍ରୀମାନେ ନିଜ ନିଜର ପକ୍ଷ ରଖିଥିଲେ । ଏହା ମଧ୍ୟରେ ଲଦ୍ଦାଖର ବିଜେପି ସାଂସଦ ଜାମଯାଂଗ ସେରିଂଗ ନାମଗ୍ୟାଲ ସବୁଠୁ ଅଧିକ ଚର୍ଚ୍ଚାରେ ରହିଲେ ଓ ପ୍ରଶଂସା ବି ପାଇଲେ । ସେ ଯେତେବେଳେ ଭାଷଣ ଦେଉଥିଲେ ତେବେ କେବେ ହସ ଲାଗୁଥିଲା ତ କେବେ ଭାରତ ମାତାର ଜୟର ନାରା ଶୁଣା ଯାଉଥିଲା  ।

ଏହା ସହିତ ତାଙ୍କର ଭାଷଣକୁ ପିଏମ ମୋଦୀ ବି ଟ୍ୱୀଟ କରିଛନ୍ତି । ଏମିତିରେ ଆସନ୍ତୁ ଏହି ଯୁବ ସାଂସଦଙ୍କର ପର୍ସନଲ ଲାଇଫ ବିଷୟରେ କିଛି କଥା ଜାଣିବା ।

୪ ଅଗଷ୍ଟ ୧୯୮୫ରେ ଜାମ୍ମୁ – କାଶ୍ମୀରର ଲେହର ମାଥୋ ଗ୍ରାମରେ ଜନ୍ମ ନାମଗ୍ୟାଲ ବହୁତ ହିଁ ସାମାନ୍ୟ ପରିବାର ସହ ସମ୍ବନ୍ଧ ରଖନ୍ତି । ତାଙ୍କର ପିତା ସ୍ଟୈନଜିନ ଦୋର୍ଜୀ ମିଲିଟ୍ରୀ ଇଂଜୀନିୟରିଂଗ ସର୍ବିସରେ କାରପେଂଟର ରୂପରେ କାମ କରୁଥିଲେ, ଯେତେବେଳେ କି ମାତା ଈଶେ ପୁତିତ ଏକ ଗୃହିଣୀ ଥିଲେ ।

ଗ୍ରାମରେ ନାମଗ୍ୟାଲ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ପଢିବା ପରେ ଜାମ୍ମୁ କାଶ୍ମୀରର ବିଶ୍ଵବିଦ୍ୟାଳୟରେ BA କରିବା ପାଇଁ ଚାଲିଗଲେ । ଏହା ପରେ ସେ ନିଜକୁ ସାମାଜିକ କାର୍ଯ୍ୟରେ ଲଗାଇ ଦେଲେ । ସେ କବିତା ବି ଲେଖନ୍ତି । ଏମିତିରେ ସେ ଗୋଟିଏକୁ ପବ୍ଲିଶ ବି କରିଛନ୍ତି ।

ନାମଗ୍ୟାଲଙ୍କର ୬ ମାସ ପୂର୍ବେ ହିଁ ଡା. ସୋନମ  ୱାଂଗମୋଙ୍କ ସହିତ ବିବାହ ହୋଇଛି । ତାଙ୍କର ପତ୍ନୀ ସରକାରୀ କଲେଜରେ ଐସୋସିଏଟ ପ୍ରଫେସର ରୂପରେ କାମ କରନ୍ତି । ନାମଗ୍ୟାଲଙ୍କର ପରିବାରରୁ କେହି ବି ରାଜନୀତି ସହ ଜଡିତ ନାହାନ୍ତି । ସେଥିପାଇଁ ନିଜ ଦମ ରେ ହିଁ ନିଜର ନାମ ଓ କ୍ୟାରିୟର କରିବାର ଥିଲା । ୨୦୧୯ରେ ସେ ଲୋକସଭା ନିର୍ବାଚନରେ ପ୍ରଥମ ଥର ସାଂସଦ ହୋଇଛନ୍ତି । କିନ୍ତୁ ବର୍ତ୍ତମାନ ସେ ଧାରା ୩୭୦ ଉପରେ ଦେଇଥିବା ନିଜର ଭାଷଣ ପାଇଁ ଚାରିଆଡେ ଛାଇଛନ୍ତି ।

୨୦୧୨ରେ ସେ ପ୍ରଥମ ଥର ପାଇଁ ବିଜେପିର ସଦସ୍ୟ ହୋଇଥିଲେ । ଏହା ପରେ ୨୦୧୪ରେ ହୋଇଥିବା ନିର୍ବାଚନରେ ସେ ବିଜେପି ନେତା ଥୂପସ୍ତାନ ଚୱାଂଗଙ୍କର ଅଭିଯାନର ମ୍ୟାନେଜମେଂଟ ସମ୍ଭାଳି ଥିଲେ । ତାଙ୍କୁ ନିଜର ନିର୍ବାଚନ ଉପାୟର ବହୁତ ପ୍ରଶଂସା ମିଳିଥିଲା । ଏହା ପରେ ୨୦୧୫ରେ ସେ ଲଦ୍ଦାଖ ସ୍ୱାୟତ୍ତ ପହାଡ଼ୀ ବିକାସ ପରିଷଦ ସଭାର ସଦସ୍ୟ ହୋଇଗଲେ ।

ଏହା ପରେ ସେ ମାର୍ଟସେଲଂଗ ନିର୍ବାଚନ କ୍ଷେତ୍ରରୁ ଟିକେଟ ନେଇ ଜିତିଗଲେ । ଏହି ଆଧାରରେ ତାଙ୍କୁ ୨୦୧୯ର ଲୋକସଭା ନିର୍ବାଚନ ପାଇଁ ଟିକେଟ ମିଳିଥିଲା । ଏଠି ବି ତାଙ୍କର ଖାସ ନିର୍ବାଚନ ପ୍ରଚାର କାରଣରୁ ସେ ୧୧୦୦୦ ଭୋଟରେ ବିଜୟ ହାସଲ କରିଥିଲେ । କିନ୍ତୁ କହିବାକୁ ଗଲେ ବର୍ତ୍ତମାନ ସେ ନିଜର ଭାଷଣ ପାଇଁ ମିଡିଆରେ ସବୁଆଡେ ଚର୍ଚ୍ଚାରେ ।

ଯଦି ଆପଣଙ୍କୁ ନାମଗ୍ୟାଲଙ୍କ ଭାଷଣ ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଓଡିଆ ଫାଷ୍ଟ ପେଜ କୁ ଲାଇକ କରନ୍ତୁ ।