ଜାଣନ୍ତୁ ମାତା ସୀତାଙ୍କର କେଉଁ ଅଭିଶାପ ପାଇଁ ଆଜି ମଧ୍ୟ ପାପ ଭୋଗୁଛନ୍ତି ଏହି ୪ ଜଣ

ପ୍ରଭୁ ରାମ ଓ ମାତା ସୀତା ରାଜା ଦଶରଥଙ୍କ ମୃତ୍ୟୁ ପରେ ପିଣ୍ଡ ଦାନ ପାଇଁ ବିହାରରେ ଥିବା ଗୟାରେ ପହଞ୍ଚିଲେ । ସେହି ସମୟରେ ଏମିତି କିଛି ଘଟଣା ହେଲା ଯେଉଁଥି ପାଇଁ ମାତା ସୀତା ୪ ଜଣଙ୍କୁ ଅଭିଶାପ ଦେଲେ ଯାହାକୁ ସେମାନେ ଏବେ ବି ଭୋଗୁଛନ୍ତି ।

ଗୟା ପହଞ୍ଚିବା ପରେ ଭଗବାନ ରାମ ଓ ଲକ୍ଷ୍ମଣ ସାମଗ୍ରୀ ଆଣିବାକୁ ଗଲେ । ପରନ୍ତୁ ଦୁଇ ଭାଇଙ୍କର ଫେରିବା ବିଳମ୍ବ ହେବା କାରଣରୁ ପିଣ୍ଡଦାନ ସମୟ ଗଡି ଯାଉଥିଲା । ସେତେବେଳେ ହଠାତ ରାଜା ଦଶରଥ ସ୍ଵୟଂ ଦର୍ଶନ ଦେଲେ ଓ ପିଣ୍ଡଦାନ କରିବାକୁ ସୀତାଙ୍କୁ କହିଲେ । ଦଶରଥଙ୍କ କହିବା ଅନୁସାରେ ସେ ଫାଲ୍ଗୁନୀ ନଦୀ କୂଳରେ ପିଣ୍ଡଦାନ କଲେ । ରାମ ଲକ୍ଷ୍ମଣ ଆସିବା ପୂର୍ବର ମାତା ସୀତା ପିଣ୍ଡଦାନ ପୁରା ବିଧି ବିଧାନରେ କରି ସାରିଥିଲେ ।

ସେତେବେଳେ ସେଠି ୫ ଜଣ ସାକ୍ଷୀ ଥିଲେ ମାନେ ୫ ଜଣ ସେଠାରେ ମାତା ସୀତାଙ୍କୁ ପିଣ୍ଡଦାନ କରୁଥିବାର ଦେଖିଥିଲେ । ସେମାନେ ହେଉଛନ୍ତି ବଟ ବୃକ୍ଷ, ଫାଲ୍ଗୁନୀ ନଦୀ, ଗୋଟିଏ ଗାଈ, ଗୋଟିଏ ତୁଳସୀ ଗଛ ଓ ଜଣେ ବ୍ରାହ୍ମଣ ଥିଲେ । ଯେତେବେଳେ ରାମ ଲକ୍ଷ୍ମଣ ଆସି ମାତା ସିତାଙ୍କ ପାଖରେ ପହଞ୍ଚିଲେ ସେ ପିଣ୍ଡଦାନ କରି ସାରିଛନ୍ତି ବୋଲି କହିଲେ ଓ ତାଙ୍କ କଥାକୁ ସତ୍ୟ ବୋଲି ବିବେଚନା କରିବା ପାଇଁ ସେ ସେହି ୫ ଜଣଙ୍କୁ ପଚାରିଲେ ।

କିନ୍ତୁ ସେମାନଙ୍କ ମଧ୍ୟରୁ ୪ ଜଣ ମିଛ କହିଲେ କେବଳ ବଟ ବୃକ୍ଷକୁ ଛାଡି । ତା’ ପରେ ଦଶରଥଙ୍କ ଆତ୍ମା ଆସି ତାଙ୍କ ପିଣ୍ଡଦାନର ସବୁ ବିଧି ହୋଇସାରିଛି ବୋଲି ଜଣାଇଲେ । ସେମାନେ ମିଛ କହିଥିବାରୁ ମାତା ସୀତା ସେମାନଙ୍କୁ ଅଭିଶାପ ଦେଲେ ।

ନଦୀକୁ ଅଭିଶାପ ଦେଲେ ଯେ ସେ ସଦାବେଳେ ମାଟି ତଳେ ବହିବ, ଗାଈକୁ ଅଭିଶାପ ଦେଲେ ତାକୁ ସବୁ ଘରେ ପୂଜା ତ ମିଳିବ କିନ୍ତୁ ତାକୁ ସବୁବେଳେ ଅଇଁଠା ଭୋଜନ ଖାଇବାକୁ ପଡିବ ।

ତୁଳସୀ କୁ ଅଭିଶାପ ମିଳିଲା କି ଗୟାରେ କୌଣସି ତୁଳସୀ ଗଛ ଉଠିବ ନାହିଁ ଓ ବ୍ରାହ୍ମଣ କୁ ଅଭିଶାପ ମିଳିଲା କି ଗୟାରେ ବ୍ରାହ୍ମଣ କେବେ ହେଲେ ସନ୍ତୁଷ୍ଟ ହେବେ ନାହିଁ । ସବୁବେଳେ ଦରିଦ୍ର ରହିବେ ଓ ବର ଗଛକୁ ବରଦାନ ମିଳିଲା କି ଗୟାକୁ ପିଣ୍ଡଦାନ କରିବାକୁ ଆସୁଥିବା ବ୍ୟକ୍ତି ବର ଗଛକୁ ମଧ୍ୟ ପିଣ୍ଡଦାନ କରିବ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।